ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

Kailash: ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା; ଅନ୍ତ ହେଲା ଭକ୍ତଙ୍କ ୫ ବର୍ଷର ଅପେକ୍ଷା

Published By : Bijay Swain | April 18, 2025 8:33 PM

Image courtesy: indiatoday

ନୂଆଦିଲ୍ଲୀ: ଦୀର୍ଘ ପାଞ୍ଚ ବର୍ଷର ଅପେକ୍ଷା ପରେ ଚଳିତ ବର୍ଷ ଆରମ୍ଭ ହେଉଛି କୈଳାସ ମାନସରୋବର ଯାତ୍ରା। ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଇବା ପରେ ଏହି କ୍ଲିଷ୍ଟ ଧାର୍ମିକ ଯାତ୍ରା ଉପରେ ରୋକ ଲାଗିଥିଲା। ତେବେ ଚଳିତ ବର୍ଷ ଏହି ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲୁ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମଇଏ) ଘୋଷଣା କରିଛି। ଏମଇଏର ମୁଖପାତ୍ର ରଣଧିର ଜୟସୁଆଲ ଏନେଇ କହିଛନ୍ତି ଯେ “ଆମେ ବହୁ ଜଲଦି ଏନେଇ ଏକ ପବ୍ଲିକ ନୋଟିସ ଜାରି କରିବାକୁ ଯାଉଛୁ। ଯାତ୍ରା ବହୁ ଜଲଦି ଆରମ୍ଭ ହେବାର ସମ୍ଭାବନା ରହିଛି।”

ଆପଣଙ୍କୁ ଜଣାଇ ରଖୁ ଯେ, ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଯେଉଁଥିପାଇଁ ୫ ବର୍ଷରୁ ଅଧିକ ସମୟ ହେବ ଏହି ଯାତ୍ରା ବନ୍ଦ ରହିଥିଲା। ତେବେ କଜାନରେ ଅକ୍ଟୋବର ୨୦୨୪ ମସିହାରେ ହୋଇଥିବା ବୈଠକରେ ପିଏମ ନରେନ୍ଦ୍ର ମୋଦି ଓ ସି ଜିଙ୍ଗ ପିଙ୍ଗଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଥିଲା। ଆଲୋଚନା ପରେ ଉଭୟେ ରାଷ୍ଟ୍ର ପୂର୍ବ ଲଦାଖର ଡିପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ସୌନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ। 

ଏହାପରେ ଭାରତ, ଚୀନ ସହ ଆଲୋଚନା କରି ମାନସରୋବର ଯାତ୍ରା ପାଇଁ ଏହି ପଥ ଖୋଲିବାକୁ ଚାଇନାକୁ ନିବେଦନ କରିଥିଲା। ଏହା ସହ ଲିପୁଲେଖ ପାସକୁ ନେଇ ନେପାଳ ସହ ବିବାଦ ଦେଖାଯିବା ପରେ ଭାରତ ଏଥରର ମାନସରୋବର ଯାତ୍ରାକୁ ଡେମଚୋକ ପାସ ଦେଇ ସଂଗଠିତ କରିବାକୁ ଯାଇ ସୂଚନା ମିଳିଛି। ଏହାସହ ଚଳିତ ବର୍ଷ ଭାରତ ଓ ଚୀନର ଦ୍ୱିପାକ୍ଷିକ ସମ୍ପର୍କକୁ ୭୫ ବର୍ଷ ପୁରିଥିବାରୁ ଚାଇନା ମଧ୍ୟ ଏହି ଯାତ୍ରାକୁ ଅନୁମତି ପ୍ରଦାନ କରିବାକୁ ଯାଉଛି। ଏନେଇ ଗତ ମାର୍ଚ୍ଚ ମାସରେ ଦୁଇଦେଶର ବୈଦେଶିକ ଅଧିକାରୀମାନେ ବେଜିଂରେ ଏକ ବୈଠକର ଆୟୋଜନ କରିଥିଲେ।  

ସାଧାରଣତଃ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହୋଇଥାଏ। ଗତ ୨୦୨୦ ମସିହାରେ କୋଭିଡ-୧୯ ମହାମାରି ସମୟରେ ପ୍ରଥମ ଥର ପାଇଁ ବନ୍ଦ କରାଯାଇଥିଲା। ପରେ ପୂର୍ବ ଲଦାଖ ଅଞ୍ଚଳରେ ଉଭୟଦେଶର ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଏହି ଯାତ୍ରା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଥିଲା। ତେବେ ନଭେମ୍ୱର ୨୦୨୪ରେ ରିଓରେ ହୋଇଥିବା ଜି-୨୦ ସମ୍ମିଳନିରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଚାଇନା ବୈଦେଶିକ ମନ୍ତ୍ରୀ ୱଙ୍ଗ ୱାଇ ଏନେଇ ପରସ୍ପର ସହ ଆଲୋଚନା କରିଥିଲେ। 

ଏହାଛଡା ଭାରତର ବୈଦେଶିକ ସଚିବ ଓ ଚାଇନାର ଅତିରିକ୍ତ ବୈଦେଶିକ ମନ୍ତ୍ରୀ ଗତ ଜାନୁୟାରୀ ମାସରେ ଏକ ବୈଠକରେ ଯୋଗ ଦେଇଥିଲେ। ଯେଉଁଠି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ଏହି ଯାତ୍ରା ୨୦୨୫ ମସିହାରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.