ପ୍ରମୂଖ ଖବର
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ବିଜାପୁର ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା, ବିସ୍ଫୋରକ ସାମଗ୍ରୀ ସହ ୨୨ ଜଣ ହାର୍ଡକୋର୍ ମାଓବାଦୀ ଗିରଫ

Published By : Prameya | April 17, 2025 10:33 AM

ବିଜାପୁର, ୧୭/୦୪ : ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ବିସ୍ଫୋରକ ସାମଗ୍ରୀ ସହ ୨୨ ଜଣ ହାର୍ଡକୋର୍ ମାଓବାଦୀ ଗିରଫ। ଉସୁର, ଜଙ୍ଗଲା ଓ ନେଲସନାର ଥାନା ଅଞ୍ଚଳରୁ ଏହି ମାଓବାଦୀମାନେ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ଛତିଶଗଡ଼ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। 

ସୂଚନାନୁଯାୟୀ, ଛତିଶଗଡ଼ ବିଜାପୁର ଜିଲ୍ଲା ଉସୁର, ଜଙ୍ଗଲା ଓ ନେଲସନାର ଥାନାର ଡିଆରଜି ବାହିନୀ ସହ କୋବ୍ରା ୨୦୫, ୨୦୬, ୨୧୦ ବାଟାଲିୟନର ଯବାନମାନେ ମିଳିତ କମ୍ଵି ଅପରେସନ କରୁଥିଲେ। ଏତିକି ବେଳେ ସୁରକ୍ଷା କର୍ମୀ ହାତରେ ୨୨ ମାଓବାଦୀ ଧରାପଡ଼ିଥିଲେ। ସେମାନଙ୍କ ନିକଟରୁ ଟିଫିନ୍ ବୋମା, କୋଡେକ୍ସ ତାର, ଜିଲୋଟିନ ଷ୍ଟିକ୍, ଡିଟୋନିଟର, ବ୍ୟାଟେରୀ, ବିଦ୍ଯୁତ ତାର ସହ ମାଟି ଖୋଳିବା ଉପକରଣ ଜବତ ହୋଇଛି। କାର୍ଯ୍ୟାନୁଷ୍ଠାନ ଲାଗି ସେମାନଙ୍କୁ ବିଚାର ବିଭାଗୀୟ ବିଜାପୁର କୋର୍ଟରେ ହାଜର କରାଯାଇଛି। ଗିରଫ ମାଓବାଦୀଙ୍କ ବିରୋଧରେ ଉସୁର, ଜଙ୍ଗଲା ଏବଂ ନେଲସନାର ଥାନାରେ ପୂର୍ବରୁ ଅନେକ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ଛତିଶଗଡ଼ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.