ନୂଆଦିଲ୍ଲୀ: ଆମେରିକା ଅବୈଧ ନିର୍ବାସନ ବିରୋଧରେ ପଦକ୍ଷେପ ମଧ୍ୟରେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି, ଯାହା ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଆମେରିକା ବିଦେଶୀ ଛାତ୍ରଙ୍କ ଆଡମିସନ ଉପରେ ରୋକ ଲଗାଇଛି। ଏହା ଆମେରିକାରେ ପଢ଼ୁଥିବା ସମସ୍ତ ଛାତ୍ର ଏବଂ ସେଠାରେ ଆଡମିସନ୍ ନେବାକୁ ଚାହୁଁଥିବା ଛାତ୍ରଙ୍କ ମଧ୍ୟରେ ଏକ ଆତଙ୍କ ସୃଷ୍ଟି କରିଛି। କୁହାଯାଉଛି କି, ଆମେରିକାର ଗୃହ ସୁରକ୍ଷା ବିଭାଗ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ଚେତାବନୀ ଦେଇଛି, ଯଦି ଏହା ଏପ୍ରିଲ ୩୦ ସୁଦ୍ଧା ଅନ୍ତର୍ଜାତୀୟ ଛାତ୍ର ଭିସା ଧାରକଙ୍କ "ଅବୈଧ ଏବଂ ହିଂସାତ୍ମକ" କାର୍ଯ୍ୟକଳାପ ବିଷୟରେ ରେକର୍ଡ ପ୍ରଦାନ କରିବାରେ ବିଫଳ ହୁଏ, ତେବେ ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରମାନଙ୍କୁ ଆଡମିସନ ପ୍ରକ୍ରିୟା ବନ୍ଦ କରି ଦିଆଯିବ।
ଏହା ସହିତ, ଆମେରିକା ମନ୍ତ୍ରଣାଳୟ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ୨୭ ଲକ୍ଷ ଆମେରିକୀୟ ଡଲାରରୁ ଅଧିକ ଅନୁଦାନକୁ ମଧ୍ୟ ବାତିଲ କରିଦେଇଛି। ହାର୍ଭାର୍ଡ ବିରୋଧରେ ଟ୍ରମ୍ପ ପ୍ରଶାସନର ଏହି ସଦ୍ୟ କାର୍ଯ୍ୟାନୁଷ୍ଠାନ ୨.୨ ବିଲିୟନ ଆମେରିକୀୟ ଡଲାର ସଂଘୀୟ ପାଣ୍ଠିକୁ ସ୍ଥଗିତ ରଖିବା ପରେ କରାଯାଇଛି । କାରଣ ବିଶ୍ୱବିଦ୍ୟାଳୟ ପ୍ରଶାସନର ଦାବିର ଏକ ତାଲିକାକୁ ପ୍ରତ୍ୟାଖ୍ୟାନ କରିଥିଲା । ପ୍ରଶାସନ ବିଶ୍ୱବିଦ୍ୟାଳୟର "କଟ୍ଟରପନ୍ଥି ଚିନ୍ତାଧାରା" ଯୋଗୁଁ ଏହାର ଟିକସ ଛାଡ଼ ସ୍ଥିତି ପ୍ରତ୍ୟାହାର କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି।
ବିଦେଶୀ ଛାତ୍ରଙ୍କ ପାଇଁ ଆଡମିଶନ ପ୍ରକ୍ରିୟା ବନ୍ଦ କରିବାକୁ ଧମକ ଦେବା ସହିତ, ଆମେରିକାର "ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ୨୭ ଲକ୍ଷ ଡଲାର ମୂଲ୍ୟର ଦୁଇଟି ଅନୁଦାନ ବାତିଲ କରିବାର ଘୋଷଣା କରିଛନ୍ତି।