ପ୍ରମୂଖ ଖବର
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଆଶ୍ୱସ୍ତି, ପଦବୀରେ ରହିବାକୁ ନିର୍ଦ୍ଦୋଷ ଶିକ୍ଷକଙ୍କୁ ଅନୁମତି ଦେଲେ ସୁପ୍ରିମକୋର୍ଟ

Published By : Prameya | April 17, 2025 3:59 PM

କୋଲକାତା, ୧୭।୪: ମମତା ସରକାରଙ୍କୁ ଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ନିର୍ଦ୍ଦୋଷ ଶିକ୍ଷକଙ୍କୁ ପଦବୀରେ ରହିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧା ନ ଉପୁଜିବାକୁ କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଚାକିରି ହରାଇଥିବା ଶିକ୍ଷକମାନଙ୍କୁ ଗୁରୁବାର ସୁପ୍ରିମକୋର୍ଟ ସେମାନଙ୍କ ପଦବୀ ଜାରି ରଖିବାକୁ ଅନୁମତି ଦେଇଛନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଛାତ୍ରମାନଙ୍କୁ ସେମାନଙ୍କ ପଦବୀରେ ଜାରି ରଖିବାକୁ ଅନୁମତି ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁଯାୟୀ, ରାଜ୍ୟ ସରକାରଙ୍କୁ ମେ ୩୧ ସୁଦ୍ଧା ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ସହ ୩୧ ଡିସେମ୍ୱର ୨୦୨୫ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ପଡ଼ିବ । ଶିକ୍ଷାବର୍ଷ ଶେଷ ହେବା ପର୍ଯ୍ୟନ୍ତ କିମ୍ୱା ନୂତନ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଚାକିରିରୁ ବହିଷ୍କାର ହୋଇଥିବା ଶିକ୍ଷକମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ଭାରତର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । 

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ନିର୍ଦ୍ଦେଶ କେବଳ ୯ମରୁ ଦ୍ୱାଦଶ ଶ୍ରେଣୀର ଶିକ୍ଷକଙ୍କ ପାଇଁ ପ୍ରଯୁଯ୍ୟ ହେବ । ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରୀ ସ୍କୁଲ ସେବା ଆୟୋଗ ଓ ପ୍ରାଥମିକ ଶିକ୍ଷା ବୋର୍ଡକୁ ମେ ୩୧ ସୁଦ୍ଧା ନୂତନ ନିଯୁକ୍ତି ବିଜ୍ଞାପନ ଜାରି କରିବାକୁ ଏବଂ ଏହାକୁ ନିଶ୍ଚିତ କରି ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କହିରଖୁ କି, ଏପ୍ରିଲ ୩ରେ ସୁପ୍ରିମକୋର୍ଟ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବାତିଲ କରିଦେଇଥିଲେ । କୋର୍ଟ କହିଥିଲେ ଯେ, ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଘୋଟାଲା ଓ ଦୁର୍ନୀତିଗ୍ରସ୍ତ ଥିଲା । ଯାହାକୁ ସଂଶୋଧନ କରିବା ଅସମ୍ଭବ । ତେଣୁ ସମସ୍ତ ମନୋନୀତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ସିବିଆଇ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ ଅନେକ ତୃଣମୂଳ ନେତାଙ୍କୁ ଗିରଫ କରିଥିଲା । ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଅନେକ ପ୍ରାର୍ଥୀ ଖାଲି ଓଏମ୍‌ଆର୍ ସିଟ୍ ଦାଖଲ କରିଥିଲେ ମଧ୍ୟ ସେମାନଙ୍କୁ ଚୟନ କରାଯାଇଥିଲା । ଯୋଗ୍ୟତା ଆଧାରରେ ସ୍ଥାନ ନ ପାଇ ମଧ୍ୟ କିଛି ପ୍ରାର୍ଥୀଙ୍କୁ ଉଚ୍ଚ ରାଙ୍କି ଦିଆଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.