ପ୍ରମୂଖ ଖବର
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ପିଓକେ ଖାଲି କରିବାକୁ ପାକିସ୍ତାନକୁ ଚେତାବନୀ, ପାକ୍ ଆର୍ମି ଚିଫ୍‌ଙ୍କ ବୟାନ ପରେ ଭାରତର ଦୃଢ ଜବାବ…

Published By : Prameya | April 17, 2025 6:21 PM

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ସଦ୍ୟ ବିବୃତ୍ତିକୁ ନେଇ ଜବାବ ରଖିଲା ଭାରତ। ଅସିଲ୍ ମୁନିର କହିଥିଲେ ଯେ,"କାଶ୍ମୀର ହେଉଛି ଇସଲାମାବାଦର ଗଳାର ଶିରା"। ଆଉ ଏବେ ଭାରତ ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ପାକିସ୍ତାନର ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ଆଉ କହିଛନ୍ତି ଯେ "କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ପାକିସ୍ତାନର ଏହା ସହିତ କୌଣସି ସମ୍ପର୍କ ନାହିଁ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ," ପାକିସ୍ତାନର କାଶ୍ମୀର ସହ ଏକମାତ୍ର ସମ୍ପର୍କ ହେଉଛି, ଅବୈଧ ଭାବରେ ଅଧିକୃତ ଅଞ୍ଚଳକୁ ଖାଲି କରିବା।"ସେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ," କୌଣସି ବିଦେଶୀ ବସ୍ତୁ କିପରି ଗଳାର ଶିରା ହୋଇ ପାରିବ ? ପ୍ରକୃତରେ, ଏହି ବିବୃତ୍ତି ପାକିସ୍ତାନର ଦୀର୍ଘଦିନର ମନୋଭାବ ଉପରେ ଏକ ସିଧାସଳଖ ଆକ୍ରମଣ, ଯେଉଁଥିରେ ସେ କାଶ୍ମୀରକୁ ନିଜର ଅଂଶ ବୋଲି କହୁଛି।

ଭାରତର କାଶ୍ମୀର ନୀତି ସର୍ବଦା ସ୍ପଷ୍ଟ ରହିଛି। ଏହା ଭାରତର ଏକ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଏଥିରେ ବାହ୍ୟ ହସ୍ତକ୍ଷେପର କୌଣସି ସୁଯୋଗ ନାହିଁ। ଭାରତର ଏହି ବିବୃତ୍ତି କେବଳ କୂଟନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ଅନ୍ତର୍ଜାତୀୟ ସ୍ତରରେ ଏକ ବାର୍ତ୍ତା ମଧ୍ୟ ପଠାଏ ଯେ, ଭାରତ କାଶ୍ମୀର ସମ୍ପର୍କରେ କୌଣସି ପ୍ରକାରର ବୟାନବାଜି କିମ୍ବା ହସ୍ତକ୍ଷେପକୁ ସହ୍ୟ କରିବ ନାହିଁ।

ସୂଚନାଥାଉକି, ଜେନେରାଲ ଅସୀମ ମୁନିରଙ୍କ ଏହି ବୟାନ ଏକ ଭିଡିଓ ବାର୍ତ୍ତା ପରେ ଆସିଥିଲା । ଯେଉଁଥିରେ ସେ ପାକିସ୍ତାନୀ ଯୁବକ ମାନଙ୍କୁ ଦେଶର କାହାଣୀ ମନେ ପକାଇବା ବିଷୟରେ କହିଥିଲେ। ସେ କହିଥିଲେ,"ଆମର ପୂର୍ବ ପୁରୁଷ ମାନେ ଭାବୁଥିଲେ ଯେ ଆମେ ହିନ୍ଦୁମାନଙ୍କ ଠାରୁ ଭିନ୍ନ, ଆମର ଚିନ୍ତାଧାରା, ଧର୍ମ ଏବଂ ପରମ୍ପରା ଭିନ୍ନ। ଏହା ହେଉଛି ଦ୍ୱି-ରାଷ୍ଟ୍ର ତତ୍ତ୍ୱର ମୂଳଦୁଆ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନର ପ୍ରତ୍ୟେକ ପିଢ଼ି ଦେଶକୁ ସୁରକ୍ଷା ଦେବା ପାଇଁ ବଳିଦାନ ଦେଇଛନ୍ତି ଏବଂ ଆଗାମୀ ପିଢ଼ି ମଧ୍ୟ ପାକିସ୍ତାନର ବାସ୍ତବତାକୁ ବୁଝିବା ଉଚିତ। ତାଙ୍କ ଭାଷଣର ମୁଖ୍ୟ ଲକ୍ଷ୍ୟ ପାକିସ୍ତାନରେ ଜାତୀୟତାବାଦୀ ଭାବନା ଜାଗ୍ରତ କରିବା ଥିଲା, କିନ୍ତୁ ତାଙ୍କର କାଶ୍ମୀର ବୟାନ ଭାରତରେ କ୍ରୋଧ ସୃଷ୍ଟି କରିଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.