ପ୍ରମୂଖ ଖବର
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ୱାକଫ ସଂଶୋଧନ ଆଇନ: ନୂତନ ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ, କେନ୍ଦ୍ରକୁ ଦେଲେ ୭ ଦିନର ସମୟ

Published By : Prameya | April 17, 2025 4:50 PM

ନୂଆଦିଲ୍ଲୀ,୧୭।୪: ଓ୍ବାକଫ ବୋର୍ଡ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହ ସହ ଓ୍ବାକଫ ସଂଶୋଧନ ଆଇନରେ ଥିବା କେତେକ ପ୍ରାବଧାନ ଉପରେ ମଧ୍ୟ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ପରବର୍ତ୍ତୀ ଶୁଣାଣି ମେ’ ୫ରେ ହେବାକୁ ଥିବା ବେଳେ ତା ପୂର୍ବରୁ ଓ୍ବାକଫ ବୋର୍ଡରେ କୌଣସି ପରିବର୍ତ୍ତନ କରିପାରିବେନି କେନ୍ଦ୍ର ସରକାର । ସେହିଭଳି ‘ଓ୍ବକଫ ବାଏ ୟୁଜର’ ବା ପଞ୍ଜିକୃତ ଓ୍ବାକଫ ସଂପତ୍ତିରେ କେନ୍ଦ୍ର ସରକାର କୌଣସି ପରିବର୍ତ୍ତନ କରିବେ ନାହିଁ ବୋଲି କୋର୍ଟରେ କହିଛନ୍ତି ଏସଜି ତୁଷାର ମେହେଟା ।  

ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଗୁରୁବାର  ଲଗାତାର ଦ୍ବିତୀୟ ଦିନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି ।  ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା, ଜଷ୍ଟିସ୍ ପିଭି ସଞ୍ଜୟ କୁମାର ଓ ଜଷ୍ଟିସ୍‌ କେଭି ବିଶ୍ବନାଥନଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ଆଇନ ଉପରେ ରହିତା ଦେଶ ନଲଗାଇବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ। ସେ କହିଥିଲେ, ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ବୋର୍ଡରେ କୌଣସି ପ୍ରକାର ନିଯୁକ୍ତି ହେବନି। ଏହା ସହ ଓ୍ବାକଫ୍ ବାୟ ୟୁଜର ସମ୍ପତ୍ତିକୁ ମଧ୍ୟ ଡି-ନୋଟିଫିକେସନ୍ କରାଯିବନି। ଧାରା ୯ ଓ ୧୪ ଅନୁସାରେ କାଉନସିଲ୍ ଓ ବୋର୍ଡରେ କୌଣସି ନୂତନ ନିଯୁକ୍ତି ହେବନି। କେନ୍ଦ୍ର ସରକାର ପକ୍ଷରୁ ମେହେଟା କୋର୍ଟଙ୍କୁ ଏହି ଭରସା ଦେଇଛନ୍ତି। ଏହା ସହ ଉପଯୁକ୍ତ ଦସ୍ତାବିଜ ପ୍ରଦାନ କରିବାକୁ ଗୋଟିଏ ସପ୍ତାହର ସମୟ ମଧ୍ୟ ମାଗିଥିଲେ। କୋର୍ଟ ତାଙ୍କ ଦାବିକୁ ଗ୍ରହଣ କରି ସରକାରଙ୍କୁ ୭ ଦିନର ସମୟ ଦେଇଛନ୍ତି । ଆସନ୍ତୁ ଜାଣିବା କେଉଁ ପ୍ରାବଧାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ ...

୧. ପରବର୍ତ୍ତୀ ଶୁଣାଣି ମେ ୫ରେ ହେବାକୁ ଥିବା ବେଳେ ସେପର୍ଯ୍ୟନ୍ତ ଓ୍ବାକଫ୍ ବୋର୍ଡରେ ନୂତନ ନିଯୁକ୍ତି ଉପରେ ଲାଗିଛି ରୋକ । 

୨. ‘ଓ୍ବାକଫ ବାଏ ୟୁଜର’ରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ । ଅର୍ଥାତ ୧୯୯୫ ଓ୍ବାକଫ ଆଇନ୍ ଅଧୀନରେ ପଞ୍ଜିକୃତ ସଂପତ୍ତିରେ ପରିବର୍ତ୍ତନ ହେବ ନାହିଁ।

୩. ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ‘ଷ୍ଟାଟସ୍ କ୍ୟୁ’ ବା ସ୍ଥିତାବସ୍ଥା ବଜାୟ ରଖିବାକୁ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

୭ ଦିନ ମଧ୍ୟରେ କେନ୍ଦ୍ର ନିଜର ଜବାବ ଦାଖଲ କରିବ । ଏହାର ୫ ଦିନ ପରେ  ସଂଶୋଧିତ ଆଇନ୍ ବିରୋଧରେ ଆବେଦନକାରୀ ନିଜର ପକ୍ଷ ରଖିବେ । ଏହା ପୂର୍ବରୁ ବୁଧବାର ଓ୍ବାକଫ ବୋର୍ଡର ନିଯୁକ୍ତିକୁ ନେଇ କେନ୍ଦ୍ରକୁ ପାଲଟା ପ୍ରଶ୍ନ କରିଥିଲେ କୋର୍ଟ । ହିନ୍ଦୁ ଧାର୍ମିକ ଟ୍ରଷ୍ଟରେ ମୁସଲିମ୍ ସଦସ୍ୟଙ୍କୁ ରଖାଯାଇ ପାରିବ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ ।  ସୂଚନାଯୋଗ୍ୟ, ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଓ୍ବାକଫ ସଂଶୋଧନ ବିଲ୍ ପାସ ହେବା ପରେ ଏପ୍ରିଲ ୫ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନ୍ରେ ପରିଣତ ହୋଇଥିଲା । ଲୋକସଭାରେ ଏହି ବିଲ୍ ସପକ୍ଷରେ୨୮୮ ଏବଂ ବିପକ୍ଷରେ ୨୩୨ ଭୋଟ ପଡ଼ିଥିଲା । ସେପଟେ ଓାକଫ ସଂଶୋଧନ ଆଇନ୍ ବିରୋଧରେ ଏଆଇଏମଆଇଏମ ମୁଖ୍ୟ ଆସାଦୁଦ୍ଦିନ ଓ୍ବଓ୍ବେସି, ଅଲ ଇଣ୍ଡିଆ ମୁସିଲିମ୍ ପର୍ସାନାଲ ଲ’ ବୋର୍ଡ, ଡିଏମକେ ଏବଂ କଂଗ୍ରେସ ସାଂସଦ ଇମ୍ରାନ୍ ପ୍ରତାପଗଡ଼ି ଓ ମହମ୍ମଦ ଜାଭେଦଙ୍କ ପକ୍ଷରୁ ମୋଟ ୭୨ଟି ଆବେଦନ ସୁପ୍ରିମକୋର୍ଟରେ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.