ପ୍ରମୂଖ ଖବର
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

UPSC ପରୀକ୍ଷାରେ ହୋଇପାରିଲେନି ଉତ୍ତୀର୍ଣ୍ଣ, ଏବେ ଭାଇରାଲ୍ ହେଉଛି ୨ ବର୍ଷ ଭିତରେ ବ୍ୟବହାର କରିଥିବା ଆଶାୟୀଙ୍କ କଲମର ଫଟୋ

Published By : Prameya | April 17, 2025 9:12 AM

ନୂଆଦିଲ୍ଲୀ,୧୭/୦୪:  ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଏବଂ ସିଭିଲ୍ ସର୍ଭିସ୍‌ରେ ଯୋଗ ଦେବା  ଯୁବପିଢ଼ିଙ୍କ  ସ୍ୱପ୍ନ। ଆଉ ଏହାରି ମଧ୍ୟରେ ଇଞ୍ଜିନିୟର ଅଦିତି ଜୟସୱାଲ ତାଙ୍କ ୟୁପିଏସି ଯାତ୍ରାରେ ବ୍ୟବହାର କରିଥିବା ଶହେରୁ ଅଧିକ କଲମର ଏକ ପୁରୁଣା ଫଟୋ ସୋସିଆଲ ମିଡି଼ଆ ଏକ୍ସରେ ସେୟାର କରିଛନ୍ତି।ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, " ୟୁପିଏସି ପ୍ରସ୍ତୁତି ପାଇଁ ୨ ବର୍ଷରୁ ଅଧିକ ସମୟ ପାଇଁ ଏହି ସବୁ କଲମ ବ୍ୟବହାର କରିଛି !"ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି । 

ଏହି ଫଟୋରେ ୨୬ ହଜାରରୁ ଅଧିକ ଲାଇକ୍ ଏବଂ ୧.୨ ନିୟୁତ ଭ୍ୟୁ ମିଳିଥିବା ଦେଖିବାକୁ ମିଳିଛି। ଏହା ଅନ୍ୟମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପ୍ରେରଣା ଦେଇଛି। ଏନେଇ ଜଣେ .ୟୁଜର ଏହି ପୋଷ୍ଟରେ ତାଙ୍କ କଲମ ସଂଗ୍ରହ ସେୟାର କରି ଲେଖିଛନ୍ତି, “ମୋ ବ୍ୟବହୃତ କଲମ ସଂଗ୍ରହ ପ୍ରାୟ ୩ ବର୍ଷର । ଏହି ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷା ପାଇଁ  ବ୍ୟବହାର କରୁଥିଲି ।  ରେଳବାଇ ସ୍ତର ୧ ରେ ମନୋନୀତ ହୋଇଥିଲି କିନ୍ତୁ ୨ ବର୍ଷ ପରେ ମୁଁ ଇସ୍ତଫା ଦେଇ ରାଜ୍ୟ PSC ଅଧୀନରେ ରାଜସ୍ୱ ନିରୀକ୍ଷକ ଭାବରେ ଯୋଗ ଦେଲି।”

ଏହା ମଧ୍ୟ ପଢନ୍ତୁ-  କଚ୍ଛରୁ ମିଳିଲା ବିଶାଳକାୟ ବାସୁକି ସାପର ଜୀବାଶ୍ମ, ଆନାକୋଣ୍ଡା ଠାରୁ ବି ବଡ଼

ପୋଷ୍ଟକୁ ରିଟ୍ୱିଟ୍ କରି ଆଉ ଜଣେ ୟୁଜର ଲେଖିଛନ୍ତି, “ୟୁପିଏସି ପ୍ରସ୍ତୁତିର ୨ ବର୍ଷରୁ ଅଧିକ ସମୟ ମଧ୍ୟରେ କଲମ ମୋର ନିରନ୍ତର ସାଥୀ ହୋଇଛି। ସେମାନେ କଠିନ ପରିଶ୍ରମ ଏବଂ ସମର୍ପଣର ପ୍ରତ୍ୟେକ ମୁହୂର୍ତ୍ତକୁ ଦେଖିଛନ୍ତି। ଏହି ଯାତ୍ରାରେ ସେମାନଙ୍କର ନୀରବ ସମର୍ଥନ ପାଇଁ କୃତଜ୍ଞ।” ପରୀକ୍ଷାରେ ସଫଳତା ପାଇବା ପାଇଁ ଚେଷ୍ଟା ବିଫଳ ହେବା ପରେ ମଧ୍ୟ ଅଦିତିଙ୍କ ଦୃଢତାକୁ ଦେଖି ଆଉ ଜଣେ ୟୁଜର ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ। "ଲୋକମାନଙ୍କୁ ସଫଳତାର କାହାଣୀ ଆବଶ୍ୟକ, କିନ୍ତୁ କେହି ବିଫଳତାର କାହାଣୀ ଶୁଣିବାକୁ ଚାହାଁନ୍ତି ନାହିଁ, କାରଣ ଏହା ସେହି ମୁହୂର୍ତ୍ତରେ ଆରମ୍ଭ ହୁଏ ଯେତେବେଳେ ଆପଣ ଚେଷ୍ଟା କରିବା ବନ୍ଦ କରନ୍ତି।  ଯେ ପର୍ଯ୍ୟନ୍ତ ଆପଣ ବନ୍ଦ ନ କରନ୍ତି, ଆପଣ ଯୁଦ୍ଧରେ ଅଛନ୍ତି... ବୋଲି ଜଣେ ୟୁଜର ଏହି ପୋଷ୍ଟରେ ଲେଖିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.