ପ୍ରମୂଖ ଖବର
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

Flipkart: ୱାର୍କ ଫର୍ମ ହୋମ ନିୟମକୁ ବାତିଲ କଲା ଫ୍ଲିପକାର୍ଟ; ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ଜାରିହେଲା ନୋଟିସ

Published By : Bijay Swain | April 17, 2025 5:29 PM

Image courtesy: indiatoday

ନୂଆଦିଲ୍ଲୀ: ୱାଲମାର୍ଟ ମାଲିକାନାରେ ଥିବା ଫ୍ଲିପକାର୍ଟ ଆଧିକାରୀକ ସ୍ତରରେ ନିଜ କର୍ମଚାରୀମାନଙ୍କ ପାଇଁ ୱାର୍କ ଫର୍ମ ହୋମ ନିୟମକୁ ବାତିଲ କରିଛି। ଏହା ସହ ଫ୍ଲିପକାର୍ଟରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ସପ୍ତାହରେ ପାଞ୍ଚଦିନ ଆସି ଅଫିସରେ କାମ କରିବାକୁ ନୋଟିସ ଜାରି କରିଛି ବୋଲି ଜାତୀୟ ଗଣମାଧ୍ୟମ ମନିକଣ୍ଟ୍ରୋଲ ଖବର ପ୍ରକାଶ କରିଛି। କୋଭିଡ-୧୯ ମହାମାରି ଯିବାର ଚାରିବର୍ଷ ପରେ କମ୍ପନୀ ନିଜ କର୍ମଚାରୀ ମାନଙ୍କ ପାଇଁ ଥିବା ୱାର୍କ ଫର୍ମ ହୋସ ପଲିସିକୁ ରଦ୍ଧ କରିଛି। 

ଭାରତର ସବୁଠୁ ବଡ ଇ-କମର୍ସ କମ୍ପାନି ଫ୍ଲିପକାର୍ଟ ମହାମାରି ସମୟରେ ନିଜ କର୍ମଚାରୀମାନଙ୍କ ପାଇଁ କାମରେ ନମନୀୟତା ଆଣି ୱାର୍କ ଫର୍ମ ହୋମ ଅର୍ଥାତ ଘରେ ରହି କାମ କରିବାକୁ ଅନୁମତି ପ୍ରଦାନ କରିଥିଲା। ତେବେ ମାହାମାରି ଯିବାର ଅନେକ ବର୍ଷ ପରେ ମଧ୍ୟ କମ୍ପାନୀ ବିଭିନ୍ନ ସମୟରେ ଏହି ଅବଧିକୁ ଦୀର୍ଘ ଚାରି ବର୍ଷ ହେବ ବୃଦ୍ଧି କରିଚାଲିଥିଲା। ପ୍ରଥମେ ବରିଷ୍ଟ କର୍ଯ୍ୟକର୍ତ୍ତାମାନଙ୍କୁ ଅଫିସ ଡାକିବା ପରେ ବର୍ତ୍ତମାନ ସମସ୍ତ କର୍ମଚାରୀଙ୍କୁ ଅଫିସରେ ଯୋଗ ଦେବାପାଇଁ ନୋଟିସ ହୋଇଥିବା ଜଣାପଡିଛି। 

ଆସନ୍ତା କିଛି ମାସ ମଧ୍ୟରେ ସମସ୍ତ କର୍ମଚାରୀ ଅଫିସରେ ଯୋଗ ଦେବେ ବୋଲି ଆଶା କରାଯାଉଛି। ତେବେ କର୍ମଚାରୀଙ୍କ କଣ କାମ କରୁଛନ୍ତି ତାହା ଉପରେ ଏହା ନିର୍ଭର କରିବ ବୋଲି ଜଣାପଡିଛି। ତେବେ ଆଗକୁ ମଧ୍ୟ କର୍ମଚାରୀମାନଙ୍କ ପାଇଁ ୱାର୍କ ଫର୍ମ ହୋମର ଅପସନ ରହିବ। ହେଲେ ଏହାର ସମୟସୀମା ସୀମିତ ରହିବ ବୋଲି କମ୍ପାନି ଘୋଷଣା କରିଛି। 

ଏନେଇ କମ୍ପାନିର ମୁଖପାତ୍ର ମଧ୍ୟ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ “କର୍ମଚାରୀମାନେ ଅଫିସ ଫେରିଲା ପରେ ସେମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ସହ କାର୍ଯ୍ୟକ୍ଷେତ୍ରର ଉପଯୋଗିତା ବୃଦ୍ଧି ହେବ। ଖାସ୍ କରି ନୂଆକରି ଯୋଗ ଦେଇଥିବା କର୍ମଚାରିଙ୍କଠୁ ଏହା ଆଶା କରାଯାଉଛି। କର୍ମଚାରୀମାନେ ଧୀରେ ଧୀରେ କାର୍ଯ୍ୟାଳୟକୁ ଫେରିବା ଆରମ୍ଭ କରିସାରିଲେଣି।”

ଭାରତର ଇ-କମର୍ସ କ୍ଷେତ୍ରରେ ଫ୍ଲିପକାର୍ଟର ପ୍ରତିଦ୍ୱନ୍ଦିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କମ୍ପାନି ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଉଛି ବୋଲି ଅନୁମାନ କରାଯାଉଛି। ଫ୍ଲିଫକାର୍ଟର ସବୁଠୁ ବଡ ପ୍ରତିନ୍ଦ୍ୱନ୍ଦୀ ଆମାଜନ ମଧ୍ୟ ଭାରତରେ ନିଜର ସମସ୍ତ କର୍ମଚାରୀ ମାନଙ୍କ ପାଇଁ ପାଞ୍ଚଦିନ କାର୍ଯ୍ୟକରିବା ବାଧ୍ୟତାମୁଳକ କରିସାରିଛି। ଏହା ସହ ବେଙ୍ଗାଲୁରୁସ୍ଥିତ ଦେବାନାହଲ୍ଲିଠାରେ ଏକ ବଡ ଅଫିସ ସ୍ଥାପନ କରିସାରିଛି। ସେହିଭଳି ମେଶୋ ମଧ୍ୟ ବର୍ଷକ ପୂର୍ବେ ନିଜର ସମସ୍ତ କର୍ମଚାରୀଙ୍କୁ ଅଫିସକୁ ଡକାଇ ସାରିଲାଣି। 

ବ୍ଲିଙ୍କଇଟ ଓ ଜେପ୍ଟୋ ଭଳି କୁଇକ କମର୍ସ ଫାର୍ମ ଗୁଡିକ ମଧ୍ୟ ଇନ-ଅଫିସ ମଡେଲକୁ ଆପଣାଇ ସାରିଛନ୍ତି। ସେହିଭଳି ଅନ୍ୟପଟେ ସ୍ୱିଗୀ ମଧ୍ୟ ହାଇବ୍ରିଡ ମଡେଲ ଆପଣାଇଛି। ସ୍ୱୀଗି ନିଜର କର୍ମଚାରୀମାନଙ୍କୁ ୩ ଦିନ ଅଫିସରେ ଓ ବାକି ୨ ଦିନ ଘରେ ରହି କାମ କରିବାକୁ ଅନୁମତି ପ୍ରଦାନ କରିଛି। ଏହା ସହ କେତେକ କର୍ମଚାରୀଙ୍କୁ ସବୁଦିନ ଅଫିସ ଆସିବାକୁ ପଡୁଛି ବୋଲି ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.