ନୂଆଦିଲ୍ଲୀ,୧୮/୦୪: ଆମେରିକା ଏବଂ ଚୀନ୍ ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ଉତ୍ତେଜନା ଯୋଗୁଁ ବିଶ୍ୱ ବଜାରରେ ଅସ୍ଥିରତା ଦେଖାଦେଇଛି। ଏହି କାରଣରୁ ନିବେଶକମାନେ ନିଜକୁ ସୁରକ୍ଷା ଦେବାକୁ ଚାହାଁନ୍ତି। ପରିଣାମ ସ୍ୱରୂପ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଅପ୍ରତ୍ୟାଶିତ ମନୋଭାବ ଯୋଗୁଁ ମାନ୍ଦାବସ୍ଥାର ଆଶଙ୍କା ବୃଦ୍ଧି ପାଉଛି। ଡଲାର ଦୁର୍ବଳ ହେଉଛି ଏବଂ ସୁନାର ମୂଲ୍ୟ ଆକାଶ ଛୁଆଁ ହୋଇଛି। ଇଣ୍ଡିଆନ୍ ବୁଲିଅନ୍ ଅନୁଯାୟୀ, ୧୮ ଏପ୍ରିଲ (ଶୁକ୍ରବାର) ସକାଳ ୧୦ଟାରେ, ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୯୫,୪୧୦ ଟଙ୍କାରେ ବିକ୍ରି ହେଉଥିଲା। ଏହା ଏକ ସପ୍ତାହ ପୂର୍ବେ ଅର୍ଥାତ୍ ୧୧ ଏପ୍ରିଲରେ ୯୪,୦୧୦ ଟଙ୍କା ଥିଲା। ଆସନ୍ତୁ ଜାଣିବା ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଏବଂ ଦିଲ୍ଲୀରେ ସୁନାର ନୂଆ ମୂଲ୍ୟ କ’ଣ ରହିଛି।
ମୁମ୍ବାଇରେ ୧୦ ଗ୍ରାମ ସୁନା ୯୫,୨୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରୂପାର ମୂଲ୍ୟ କିଲୋଗ୍ରାମ ପିଛା ୯୫,୨୪୦ ଟଙ୍କା ରହିଛି। ସେହିପରି ଚେନ୍ନାଇରେ ସୁନାର ମୂଲ୍ୟ ୯୫,୫୨୦ ଟଙ୍କା ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନା ପ୍ରତି ୧୦ ଗ୍ରାମ ୯୫,୦୮୦ ଟଙ୍କାରେ କାରବାର ହେଉଛି। ଯଦି ଆମେ କୋଲକାତା ବିଷୟରେ କହିବା, ତେବେ ସେଠାରେ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୯୫,୧୧୦ ଟଙ୍କା। ଏହା ହାଇଦ୍ରାବାଦରେ ୯୫,୩୯୦ ଟଙ୍କା ଏବଂ ବେଙ୍ଗାଲୁରୁରେ ୯୫.୩୧୦ ଟଙ୍କାରେ ବିକ୍ରି ହେଉଛି।
ପୂର୍ବରୁ, ଗୁରୁବାର ଦିନ, ବିଶ୍ୱ ସ୍ତରରେ ପ୍ରବଳ ଚାହିଦା ମଧ୍ୟରେ ଜାତୀୟ ରାଜଧାନୀର ସୁନା ବଜାରରେ ସୁନାର ମୂଲ୍ୟ ୭୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୯୮,୧୭୦ ଟଙ୍କାରେ ପହଞ୍ଚିଥିଲା। ବୁଧବାର ଦିନ ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ୧,୬୫୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୯୮,୧୦୦ ଟଙ୍କାରେ ପହଞ୍ଚିଛି।
୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ମଧ୍ୟ ୭୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୯୭,୭୨୦ ଟଙ୍କାରେ ପହଞ୍ଚିଛି, ଯାହା ବୁଧବାର ଦିନ ୯୭,୬୫୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା। ଆବାନସ୍ ଫାଇନାନ୍ସିଆଲ୍ ସର୍ଭିସେସ୍ର ସିଇଓ ଚିନ୍ତନ ମେହେଟା କହିଛନ୍ତ, "ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରେ ଦୁର୍ବଳ ଡଲାର, ବାଣିଜ୍ୟ ଯୁଦ୍ଧ ଉତ୍ତେଜନା ବୃଦ୍ଧି ଏବଂ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଚିନ୍ତା ବୃଦ୍ଧି ପାଇବା ଯୋଗୁଁ ସୁନା ମୂଲ୍ୟ ରେକର୍ଡ ସ୍ଥରରେ ପହଞ୍ଚିଛି।"