ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୯୬,୪୫୦ ଟଙ୍କାର ସର୍ବକାଳୀନ ଉଚ୍ଚ ସ୍ତରକୁ ଫେରିଛି। ଏନେଇ ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ପକ୍ଷରୁ ସୂଚନା ମିଳିଛି। ସୋମବାର ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ୫୦ ଟଙ୍କା ହ୍ରାସ ପାଇ ୯୬,୪୦୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିଲା। ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୯୬,୦୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ସ୍ଥିର ହୋଇଛି। ଏହି ସମୟରେ, ନୂତନ ଶିଳ୍ପ ଚାହିଦା ଯୋଗୁଁ ରୂପା ମୂଲ୍ୟ ୨,୫୦୦ ଟଙ୍କା ବୃଦ୍ଧି ପାଇ ୯୭,୫୦୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି। ସୋମବାର ଏହା ୫୦୦ ଟଙ୍କା ହ୍ରାସ ପାଇ ୯୫,୦୦୦ ଟଙ୍କା ପ୍ରତି କିଲୋଗ୍ରାମରେ ବନ୍ଦ ହୋଇଛି।
ଡଲାର ଦୁର୍ବଳ ହେବା ଏବଂ ଆମେରିକାର ବାଣିଜ୍ୟ ନୀତିକୁ ନେଇ ଅନିଶ୍ଚିତତା ଯୋଗୁଁ ସୁନା ମୂଲ୍ୟ ସର୍ବକାଳୀନ ଉଚ୍ଚତା ନିକଟରେ ସ୍ଥିର ରହିଛି," ଆବାନସ୍ ଫାଇନାନ୍ସିଆଲ୍ ସର୍ଭିସେସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ତନ ମେହେଟ୍ଟା କହିଛନ୍ତି।