ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତୀୟ ସେୟାର ବଜାରରେ ଜୋରଦାର ଉତ୍ସାହ: ସେନସେକ୍ସ ଓ ନିଫ୍ଟିରେ ରେକର୍ଡ ବୃଦ୍ଧି, ୫୫୫ ମିନିଟ୍‌ରେ ନିବେଶକଙ୍କ ୧୭ ଲକ୍ଷ କୋଟି ଲାଭ

Published By : Harapriya Biswal | April 15, 2025 3:40 PM

ନୂଆଦିଲ୍ଲୀ,୧୫।୪: ଭାରତୀୟ ସେୟାର ବଜାରରେ ରେକର୍ଡ ବୃଦ୍ଧି।  କାରବାର ଆରମ୍ଭ ହେବାର ମାତ୍ର ୧୦ ‌ ‌ସେକେଣ୍ଡରେ ୬ ଲକ୍ଷ କୋଟି ଟଙ୍କାର ବର୍ଷା। ଉପରକୁ ଉଠିଛି ସେୟାର ବଜାରର ଉଭୟ ସୂଚକାଙ୍କ ବିଏସ୍‌ଇ  ସେନସେକ୍ସ ଓ ଏନ୍‌ଏସ୍‌ଇ  ନିଫଟି । ସେନସେନ୍ସ ୧୭୫୦ ଏବଂ ନିଫ୍ଟି ୫୩୯ ପଏଣ୍ଟ ବୃଦ୍ଧି ପାଇଛି। ୫୫୫ ମିନିଟ୍‌ରେ ସବୁ ରେକର୍ଡ ଭାଙ୍ଗି ୧୭ ଲକ୍ଷ କୋଟି ଲାଭ କଲେ ନିବେଶକ ।  

ଭାରତୀୟ ସେୟାର ବଜାର ମଙ୍ଗଳବାର ରହିଛି ଉତ୍ସାହର ଦିନ।  ସବୁଜ ସଙ୍କେତରେ ଖୋଲିଲା ଉଭୟ ସେନସେକ୍ସ ଓ ନିଫ୍ଟି। ମାତ୍ର ୧୦ ସେକେଣ୍ଡ ମଧ୍ୟରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ବର୍ଷା ହୋଇଛି। ଇଲୋଟ୍ରୋନିକ୍ସ ଉପରେ ଟାରିଫ୍ ଉପରେ ରୋକ ପରେ ସାରା ଦୁନିଆର ମାର୍କେଟରେ ଖେଳିଯାଇଛି ଯୋଶ୍। ଭାରତରେ ଘରୋଇ ଇକ୍ବିଟି ବେଞ୍ଚମାର୍କ ଇଣ୍ଡେକ୍ସ ବିଏସ୍‌ଇ ସେନସେକ୍ସ ଓ ନିଫ୍ଟିରେ ହୋଇଛି ରେକର୍ଡ ବୃଦ୍ଧି। ସେନସେନ୍ସ ୧୭୫୦ ପଏଣ୍ଟ ବୃଦ୍ଧି ପାଇଁ ୭୬,୯୦୭.୬୩ ପଏଣ୍ଟରେ ପହଁଞ୍ଚିଛି। ସେଭଳି ନିଫ୍ଟି ୫୩୯ ପଏଣ୍ଟ ବଢି ୨୩,୩୬୮.୩୫ ରେ ପହଁଞ୍ଚିଛି। ଆରବିଆଇ ରେପୋ ହାର ହ୍ରାସ, ଟ୍ରମ୍ପଙ୍କ ଇଲେକ୍ଟ୍ରୋନିକ୍ସ ଉପରେ ଶୁଳ୍କରୁ ମୁକ୍ତି ନିଷ୍ପତ୍ତି ବୁଷ୍ଟର ଡୋଜ୍ ଭାବରେ କାମ କରିଛି।

ପ୍ରାରମ୍ଭିକ କାରବାର ସମୟରେ, ବଜାଜ ଗ୍ରୁପ୍ କମ୍ପାନୀ, ବଜାଜ ଫାଇନାନ୍ସର ସେୟାର ପ୍ରାୟ ୩.୫% ବୃଦ୍ଧି ପାଇଥିଲା। ଟାଟା ମୋଟର୍ସ ୫ ପ୍ରତିଶତ ବୃଦ୍ଧି ପାଇ ନିଫ୍ଟିରେ ସର୍ବାଧିକ ଲାଭକାରୀ ହୋଇଛି। ସେଭଳି  ଆଇଟି, ମେଟାଲ ଏବଂ ରିଅଲ୍ଟି ଷ୍ଟକରେ ମଧ୍ୟ ଜୋରଦାର ଉତ୍ସାହ ଦେଖିବାକୁ ମିଳିଥିଲା। ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ମାର୍ଟଫୋନ ଏବଂ କମ୍ପ୍ୟୁଟରକୁ ଶୁଳ୍କ ମୁକ୍ତ କରିଛନ୍ତି। ଟ୍ରମ୍ପଙ୍କ ବିବୃତ୍ତି ପରେ, ଅଟୋ କ୍ଷେତ୍ରର ଷ୍ଟକରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା। ନିବେଶକଙ୍କ ମଧ୍ୟରେ ବଢିଛି ସକାରାତ୍ମକ ପ୍ରଭାବ। କେବଳ ଭାରତୀୟ ବଜାର ନୁହେଁ ଏସୀୟ ବଜାରରେ ମଧ୍ୟ ଦେଖିବାକୁ ମିଳିଛି ଉତ୍ସାହ।  ହଂକଂର ହେଙ୍ଗସେଙ୍ଗ, ଜାପାନର ନିକ୍କି ୨୨୫, ଚୀନ୍‌ର ଶଙ୍ଘାଇ ଏସ୍‌ଏସ୍‌ଇ କମ୍ପୋଜିଟ୍‌ ଓ ଦକ୍ଷିଣ କୋରିଆର କ୍ରସପିରେ ବୃଦ୍ଧି। ଆମେରିକା ବଜାର ମଧ୍ୟ ସୋମବାର ସକାରତ୍ମକ ଭାବରେ ବନ୍ଦ ହୋଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.