ନୂଆଦିଲ୍ଲୀ, ୧୭/୦୪ : ଝିଅ ଏମ୍ବିବିଏସ୍ କରୁଥିଲା। ହଠାତ୍ ଫୋନ୍ ଆସିଲା- ତୁମ ଝିଅର ଦୁର୍ଘଟଣା ହୋଇଛି। ଏବେ ସେ ମଣିପାଲ୍ ହସ୍ପିଟାଲ୍ରେ ଅଛି। ଏହି ଖବର ଶୁଣି ବାପା ସତିଶ ଓ ମା ସ୍ନେହା ଧାଇଁ ଆସିଥିଲେ। ସେଠାରେ ଯାହା ଦେଖିଲେ ଆଖିକୁ ବିଶ୍ଵାସ କରି ପାରିନଥିଲେ। ଝିଅ ହସ୍ପଟାଲ୍ ବେଡ୍ରେ ଚେତାଶୂନ୍ୟ ହୋଇ ପଡିଥିଲା। ଦୁର୍ଘଟଣା ଝିଅର ଶରୀଗୋଟିଏ ଦୁର୍ଘଟଣା... ଆଉ ତାପରେ ୨୦ ସର୍ଜରୀ, ତଥାପି ଛାଡ଼ିଲେନି ଡାକ୍ତର ହେବାର ସ୍ଵପ୍ନରରକୁ ଖଣ୍ଡବିଖଣ୍ଡିତ କରି ଦେଇଥିଲା। ଶରୀରରେ ଏକାଧିକ ଆଘାତ ଲାଗିଥିଲା। ଡାକ୍ତର କହିଲେ ବଞ୍ଚିବାର ସୁଯୋଗ ମାତ୍ର ୧୦ ପ୍ରତିଶତ। ଝିଅର ଏଭଳି ଅବସ୍ଥା ଦେଖି ବାପା-ମାଙ୍କ ମୁଣ୍ଡ କାମ କରୁନଥିଲା। ୨୦ଟି ଅସ୍ତ୍ରୋପଚାର ପରେ ମଧ୍ୟ ବଞ୍ଚିବାର ଆଶା କ୍ଷୀଣ ରହିଥିଲା। ସ୍ମୃତିଶକ୍ତି ବି ହରାଇ ସାରିଥିଲେ। କିଛି ମନେ ପଡ଼ୁ ନଥିଲା। ହେଲେ ସେ ମୃତ୍ୟୁ ସହ ସଂଗ୍ରାମ କରି ନୂଆ ଜୀବନ ପାଇଲେ। ଶରୀର ସିନା ସାଥ୍ ଛାଡ଼ି ଦେଇଥିଲା କିନ୍ତୁ ସେ ତାଙ୍କ ସ୍ଵପ୍ନ ଛାଡି ନଥିଲେ। ଏବେ ସେ ଜଣେ ଡାକ୍ତର। ସେ ହେଉଛନ୍ତି ଅହମଦାବାଦର ସାହାସୀ ସାକ୍ଷୀ ମାହେଶ୍ଵରୀ।
ଅହମଦାବାଦର ୨୭ ବର୍ଷୀୟା ସାକ୍ଷୀ ମାହେଶ୍ଵରୀ କର୍ଣ୍ଣାଟକରେ ଏମ୍ବିବିଏସ୍ କରୁଥିଲେ। ଏମ୍ବିବିଏସ୍ର ଦ୍ୱିତୀୟ ବର୍ଷ ବେଳେ ସେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ଶରୀରର ଏକାଧିକ ସ୍ଥାନରେ ଆଘାତ ଲାଗିଥିଲା। ସେ ଆଇସିୟୁରେ ୨୦ ଦିନ, ଅପରେଟିଭ୍ କେୟାରରେ ୬ ମାସ ଓ ଦୁଇବର୍ଷର ଫିଜିଓଥେରାପୀ ପରେ ସୁସ୍ଥ ହୋଇଥିଲେ। ଜଣେ ଡାକ୍ତରୀ ଛାତ୍ରୀ ହୋଇଥିବାରୁ ଆଘାତର ପରିଣାମ ବିଷୟରେ ସେ ଖୁବ୍ ଭଲ ଭାବେ ଜାଣିସାରିଥିଲେ । ସେ ଜାଣିଥିଲେ ଯେ ତାଙ୍କ ଜୀବନର ଆଗାମୀ ରାସ୍ତା ଆଦୌ ସହଜ ନୁହେଁ। ତଥାପି ‘ମୁଁ ଏହା ପାରିବି’ ସଂକଳ୍ପ ତାଙ୍କ ସ୍ନପ୍ନକୁ ଜୀବନ୍ତ କରି ରଖିଥିଲା ।
‘ପିଲାର ଯନ୍ତ୍ରଣା ଦେଖି ତାକୁ ସହ୍ୟ କରିବା ପିତାମାତାଙ୍କ ପାଇଁ ଆଦୌ ସହଜ ନଥିଲା । ସବୁଦିନ ଭିନ୍ନ ଭିନ୍ନ ଚ୍ୟାଲେଞ୍ଚ ସାମ୍ନାକୁ ଆସୁଥିଲା । ଅଲ୍ରାଉଣ୍ଡର ଝିଅର ଅସମର୍ଥପଣିଆକୁ ଦେଖି ହୃଦୟ ବିଦାରିତ ହେଉଥିଲା’। ଦୁର୍ଘଟଣା ପରେ ସାକ୍ଷୀଙ୍କ ସ୍ମୃତିଶକ୍ତି ଚାଲିଯାଇଥିଲା । ଯଦିଓ ଅବସ୍ଥା ଯନ୍ତ୍ରଣାଦାୟକ ରହିଥିଲା । ତଥାପି ସାକ୍ଷୀ ହାର୍ ମାନିବାକୁ ରାଜି ନଥିଲେ । ଝିଅର ମନୋବଳ ଦେଖି ବାପା ମା ମଧ୍ୟ ମନ ଟାଣ କଲେ। ସାକ୍ଷୀଙ୍କୁ ଆହୁରି ପ୍ରେରିତ କଲେ। ଏହି ସ୍ଥିତିରେ ଥିବା ବେଳେ ମଧ୍ୟ ସାକ୍ଷୀ ଏମ୍ବିବିଏସ୍ ପଢା ଜାରି ରଖିବେ ବୋଲି ଜଣାଇଥିଲେ । ଏହାପରେ ଅଭିଭାବକ ତାଙ୍କୁ ନିଜ ଘରକୁ ନେଇଯାଇଥିଲେ। ଦେଖୁ ଦେଖୁ ସାକ୍ଷୀ ସୁସ୍ଥ ହେଲେ। ସେ ଅହମଦାବାଦ ମେଡିକାଲ୍ କଲେଜର ଅର୍ଥପେଡିକ୍ ବିଭାଗରେ ଆଡମିଶନ୍ ପାଇଲେ। ଏବେ ସେ ଜଣେ ଡାକ୍ତର।
ସାକ୍ଷୀ କୁହନ୍ତି, ପ୍ରତିକୂଳ ପରିସ୍ଥିତିରେ କିପରି ଛୋଟ ଛୋଟ ବିଜୟକୁ ସମ୍ମାନ ଦେବାକୁ ପଡେ ତାହା ମୋ ପରିବାର ଶିଖାଇଥିଲେ। ଅନ୍ୟମାନଙ୍କ ପାଇଁ ଏହା ହୁଏତ ଏକ ସାଧାରଣ ଘଟଣା । କିନ୍ତୁ ଆମ ପରିବାର ପାଇଁ ଏହା ଏକ ମାଇଲଖୁଣ୍ଟ । ‘ଦୁର୍ଘଟଣା ଓ ପରିବର୍ତ୍ତୀ ଅନୁଭୂତି ମୋତେ ଅର୍ଥୋପେଡିକ୍ ଡାକ୍ତର ହେବାକୁ ନିଷ୍ପତ୍ତି ନେବାରେ ସହଯୋଗ କରିଥିଲା । ମୋତେ ସୁସ୍ଥ କରିବା ପାଇଁ ଡାକ୍ତରମାନଙ୍କ ଅକ୍ଲାନ୍ତ ପରିଶ୍ରମ ମୋତେ ଅନ୍ୟମାନଙ୍କ ପାଇଁ ସେପରି କିଛି କରିବାକୁ ପ୍ରେରିତ କରିଥିଲା । ତେଣୁ ମୁଁ ନିଜ ସ୍ୱପ୍ନକୁ ଅଧାରେ ଛାଡ଼ିପାରିଲିନାହିଁ । ମୁଁ ଅନୁଭବ କରିଛି ଯେ ଯେତେବେଳେ ଭଗବାନ ଆମଠାରୁ କିଛି ଛଡାଇ ନିଅନ୍ତି, ସେତେବେଳେ ଆମେ ସେହି ଜିନିଷର ବାସ୍ତବ ମହତ୍ତ୍ୱ ବୁଝିପାରିଥାଉ । ସେଥିପାଇଁ ମୁଁ ଅନ୍ୟ ରୋଗୀମାନଙ୍କ ପ୍ରତି ଅଧିକ ସହାନୁଭୂତିଶୀଳ ହୋଇପାରିଛି’।