ଭୁବନେଶ୍ୱର,୨୫/୦୨: ଆସନ୍ତା ୪ଦିନ ଯାଏ ପାଗ ପୂରା ଶୁଖିଲା ରହିବ । ଏହା ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି ।
ରବିବାର ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍ ୧୨.୫ ଡିଗ୍ରୀ ସେଲସିୟସ୍ ଥିଲା । ରାଉରକେଲାରେ ରାତି ତାପମାତ୍ରା ୧୪.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୧୫.୩, ଭବାନୀପାଟଣାରେ ୧୫.୫, ଅନୁଗୁଳରେ ୧୫.୬ ଡିଗ୍ରୀ ଥିଲା । ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୬ ଡିଗ୍ରୀ ଥିଲା ।