ଭୁବନେଶ୍ୱର ୨୫/୦୨: ବୁଧବାର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ପାଇଁ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ରଥରୋଡ ଏବଂ ପୁନାମା ଗେଟ୍ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଦୁଇ ଓ ଚାରି ଚକିଆ ଯାନ ବଢ଼େଇବାଙ୍କ ଠାରୁ ଆଗକୁ ନ ଯାଇ ବିଏମ୍ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିପାରିବେ । ସେହି ସମୟରେ ରଥ ରୋଡ୍ ଦେଇ କୌଣସି ପ୍ରକାରର ଭାରୀଯାନ ଚଳାଚଳ କରି ପାରିବେ ନାହିଁ ।
କେଦାରଗୌରୀ ମନ୍ଦିର ପଟୁ ଓ ସାନିଟାରୀୟମ୍ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଯାନବାହନ କୋଟିତୀର୍ଥ ଗଳି ଦେଇ କେଚେରୀ ପିଣ୍ଡି ରାସ୍ତାରେ ଯାଇ ତରଙ୍ଗ କ୍ଲବ ପଛପଟେ ଥିବା ଖାଲି ସ୍ଥାନରେ ପାର୍କିଂ କରିପାରିବେ । ଏଥିପାଇଁ କୋଟି ତୀର୍ଥ ଗଳି ଠାରୁ ସିଦ୍ଧି ମଣ୍ଡପ ଗଳି ପର୍ଯ୍ୟନ୍ତ ରାସ୍ତାକୁ ଯାନବାହନ ଚଳାଚଳ ନିମେନ୍ତ ୱାନ ୱେ କରାଯାଇଛି ।ସାମନ୍ତରାପୁର ଛକ ପଟୁ ଆସୁଥିବା ଯାନବାହନ ଗୁଡ଼ିକ ଶ୍ରୀରାମ ନଗର ଓ ସବ୍ଷ୍ଟେସନ ଛକ ଦେଇ ଅନନ୍ତ ବାସୁଦେବ ମନ୍ଦିର ଉତ୍ତର ପାଶ୍ୱର୍ରେ ଏବଂ ତରଙ୍ଗ କ୍ଳବ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିପାରିବେ ।
ସେହିପରି କେଉଟ ସାହି ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ସବ୍ଷ୍ଟେସନ ଛକ ଦେଇ ବିଏମ୍ସି ନିଉ ମାର୍କେଟ କମ୍ପେ୍ଲକ୍ସ ପାର୍କିଂ/ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ରହିବ । ତାରା ସୁନ୍ଦରୀ ରାସ୍ତାରେ ଶ୍ରୀଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ବଢ଼େଇ ବାଙ୍କ ଛକ ପରେ ଆଗକୁ ଯିବାକୁ ଦିଆ ଯିବ ନାହିଁ । ସେମାନେ ମୁନିସିପାଲିଟି ହସ୍ପିଟାଲ କିମ୍ବା ବିଏମ୍ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିପାରିବେ।
ରାମକୃଷ୍ଣ ମଠ ଦେଇ ମାଉସୀ ମା’ ଛକ ପଟୁ/କଳ୍ପନା ଛକ ପଟୁ ଆସୁଥିବା ସମସ୍ତ ବସ୍, ଭାରୀ ଯାନ, କାର୍ ସାନିଟାରୀୟମ୍ ଛକ ପର୍ଯ୍ୟନ୍ତ ଯିବାକୁ ଦିଆଯିବ ଏବଂ ସେମାନେ ସାନିଟାରୀୟମ୍ ଛକ ଠାରୁ ମୁନିସିପାଲିଟି ହସ୍ପିଟାଲ ରାସ୍ତା ଦେଇ ନିର୍ଦ୍ଧାରିତ ହୋଇଥିବା ପାର୍କିଂ ସ୍ଥାନକୁ ଯାଇପାରିବେ ।
ପାର୍କିଂ ପାଇଁ ନିର୍ଦ୍ଧାରିତ ସ୍ଥାନ
ପାର୍କିଂ ନମ୍ବର-୧ ବିଏମ୍ସି ନିଉ ମାର୍କେଟ କଂପ୍ଲେକ୍ସ-ଚାରିଚକିଆ ଯାନ
ପାର୍କିଂ ନମ୍ବର-୨ ବିଏମ୍ସି ନିୟୁ ମାର୍କେଟ କଂପ୍ଲେକ୍ସ ଉତ୍ତର ପାଶ୍ୱର୍-କାର୍ ଓ ଚାରି ଚକିଆ
ପାର୍କିଂ ନମ୍ବର-୩ ସାନିଟାରିୟମ୍ ଛକ ନୂଆ ବସ୍ଷ୍ଟାଣ୍ଡ-ବସ୍/ଚାରିଚକିଆ
ପାର୍କିଂ ନମ୍ବର-୪ କୋଟି ତୀର୍ଥ ଲେନ୍ ଠାରୁ କାଚେରା ପିଣ୍ଡି ଛକ-ଦୁଇ ଚକିଆ
ପାର୍କିଂ ନମ୍ବର-୫ ବିଏମ୍ସି ହସ୍ପିଟାଲ ଉତ୍ତର ପାଶ୍ୱର୍, ପାପନାଶିନୀ ପୋଖରୀ ପାଖ
ପାର୍କିଂ ନମ୍ବର-୬ ବିଏମ୍ସି ହାଇସ୍କୁଲ ଉତ୍ତର ପାଶ୍ୱର୍-ସରକାରୀ ଯାନବାହନ ପାର୍କିଂ
ପାର୍କିଂ ନମ୍ବର-୭ ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଗେଟ୍ ସମ୍ନା-ଭିଆଇପି ପାର୍କିଂ
ପାର୍କିଂ ନମ୍ବର-୮ ବିଏମ୍ସି ହାଇସ୍କୁଲ ପଡ଼ିଆ-ଦକ୍ଷିଣ ଚାରିଚକିଆ, ଉତ୍ତର-୨ ଚକିଆ
ପାର୍କିଂ ନମ୍ବର-୯ ଲିଙ୍ଗରାଜ ହାଟ ସାମ୍ନା-ଓବି ଭ୍ୟାନ୍ ପାର୍କିଂ
ପାର୍କିଂ ନମ୍ବର-୧୦ ଲିଙ୍ଗରାଜ ହାଟର ପଶ୍ଚିମପଟ-ଦୁଇ ଚାରି ଚକିଆ ଓ ମିଡ଼ିଆ ପାର୍କିଂ
ପାର୍କିଂ ନମ୍ବର-୧୧ ଲିଙ୍ଗରାଜ ହାଟର ଦକ୍ଷିଣ ପଟ-ସରକାରୀ ଯାନ ପାର୍କିଂ
ପାର୍କିଂ ନମ୍ବର-୧୨ ଲିଙ୍ଗରାଜ ମନ୍ଦିର ଦକ୍ଷିଣ ପୂର୍ବ କୋଣ-ସେବାୟତ, କଳାକାରଙ୍କ ଗାଡ଼ି