ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ସମ୍ବଲପୁରରେ ‘ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା ଅଭିଯାନ’ର ଶୁଭାରମ୍ଭ, ୧୫୦ କୋଟିରୁ ଊର୍ଦ୍ଧ୍ୱ ବ୍ୟୟରେ ପ୍ରତିଷ୍ଠା ହେବ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ୍

Published By : Prameya | February 24, 2025 11:27 AM

ସମ୍ବଲପୁର, ୨୪/୦୨ : ସମ୍ବଲପୁରରେ ମହାନଗର ଅଞ୍ଚଳରେ ‘ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା ଅଭିଯାନ’ର ଶୁଭାରମ୍ଭ। ନିଜ ସଂସଦୀୟ କ୍ଷେତ୍ରରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ସଫେଇ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ପତାକା ଦେଖାଇ ସମ୍ବଲପୁର ମହାନଗର ନିଗମର ସ୍ୱଚ୍ଛତା ଗାଡିର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଦେଶର ପ୍ରଗତିରେ ‘ସ୍ୱଚ୍ଛତା’କୁ ଏକ ମାଧ୍ୟମ କରିଥିଲେ । ସେହି ସ୍ୱଚ୍ଛତା ଅଭିଯାନକୁ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। 

ସମ୍ବଲପୁରକୁ ସ୍ୱଚ୍ଛ ରଖିବାକୁ ହେଲେ ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାକୁ ପଡିବ। ନିଜକୁ ପରିବର୍ତ୍ତନ ନକଲେ, ସ୍ୱଚ୍ଛତା ପ୍ରତି ନିଜର ଦାୟିତ୍ୱବୋଧ ନ ରହିଲେ ସମ୍ବଲପୁର ସ୍ୱଚ୍ଛ ହେବ ନାହିଁ। ଦଳ, ମତ, ସଂଗଠନ ଓ ବିଚାରରୁ ଉର୍ଦ୍ଧ୍ୱରେ ରହି ସମସ୍ତଙ୍କୁ ଏଥିପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ହେବ। ସମ୍ବଲପୁରରେ ସ୍ୱଚ୍ଛ ସମାଜସେବୀ ତିଆରି ହୋଇପାରିଲେ ହିଁ ଆମର ସ୍ୱଚ୍ଛ ସମ୍ବଲପୁରର ସ୍ୱପ୍ନ ପୂରଣ ହୋଇପାରିବ । ନିଜକୁ ଫିଟ୍ ରଖିବା ପାଇଁ ଯେଉଁଭଳି ଶାରିରୀକ ବ୍ୟାୟାମ କିମ୍ବା ଅନ୍ୟ ପ୍ରୟୋଗ ଆପଣାଇଛେ, ସେହି ସମୟରେ ସ୍ୱଚ୍ଛତାକୁ ମଧ୍ୟ ସମସ୍ତେ ଆପାଣାଇବା ଦରକାର । ସହରର ବିଭିନ୍ନ ପଡ଼ା, ଗଳି ଓ ରାସ୍ତାରେ ବ୍ୟବସ୍ଥିତ ଭାବରେ ଆମେ ସମସ୍ତେ ଓଦା ଓ ଶୁଖିଲା ଆବର୍ଜନାକୁ ପୃଥକ ଭାବେ ରଖିବା ଦରକାର । ଆମ ସମ୍ବଲପୁର ସ୍ଵଚ୍ଛ ସମ୍ବଲପୁର ନାରାକୁ ସଫଳ କରିବା ଦରକାର । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସ୍ୱଚ୍ଛ ସମ୍ବଲପୁର ଲକ୍ଷ୍ୟରେ ଆଗାମୀ ଦିନରେ ୧୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସହରରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ କରିବା ନେଇ ମଧ୍ୟ ମୋଦୀ ସରକାର ଯୋଜନା କରିଛନ୍ତି । ସ୍ଵଚ୍ଛତା ରକ୍ଷା ଦିଗରେ ସାମୂହିକ ଉଦ୍ୟମ ଲୋଡ଼ା ରହିଛି । ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ସଂକଳ୍ପ ନେବା ଏବଂ ଆମ ସହର ଓ ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା । ଗାନ୍ଧିଜୀଙ୍କ ସ୍ଵଚ୍ଛ ଭାରତ ସ୍ଵପ୍ନକୁ ପୂରା କରିବା ପାଇଁ ସଂକଳ୍ପ ନେବା । ସ୍ଵଚ୍ଛ ରଖୁଥିବା ସାଥୀମାନଙ୍କୁ ଉତ୍ସାହିତ କରିବା ଓ ନିରୋଗ ଜୀବନ ପାଇଁ ସ୍ଵଚ୍ଛତାକୁ ଆପଣାଇବା ବୋଲି ସେ କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ବୋହୂର ଝୁଲନ୍ତା ଶବ ଦେଖି ହୃଦ୍‌ଘାତରେ ଟଳିପଡ଼ିଲେ ଶାଶୂ, ମୃତଦେହ ଜବତ କରି ତଦନ୍ତ ଆରମ୍ଭ କଲା ପୁଲିସ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.