ଭୁବନେଶ୍ୱର ୨୪/୦୨ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିର ଖବର । ତୃତୀୟ ଥର ପାଇଁ ମା ହେଲା ବାଘୁଣୀ ଅଙ୍କିତା। ଗୋଟିଏ ବାଘ ଶାବକକୁ ଜନ୍ମ ଦେଇଛି । ଫଳରେ ଜାତୀୟ ଉଦ୍ୟାନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ଗୋଟିଏ ଶାବକକୁ ଜନ୍ମ ଦେଇଛି ବାଘୁଣୀ ଅଙ୍କିତା । ତୃତୀୟ ଥର ମା ହେଲା ଅଙ୍କିତା । କିଛି ମାସ ତଳେ ନନ୍ଦନକାନନରେ ମହାବଳ ବାଘ ସେଫ ସହିତ କରାଯାଇଥିଲା ମିଳନ। ସେହିପରି ଆଗକୁ ମଧ୍ୟ ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ତେଣୁ ସିସିଟିଭି ଜରିଆରେ ନିରୀକ୍ଷଣ କରାଯାଉଛି। ତେବେ ଏହି ଶାବକ ଜନ୍ମ ହେବା ପରେ ପ୍ରାଣୀ ଉଦ୍ୟାନର ବାଘ ସଂଖ୍ୟା ୨୮କୁ ବୃଦ୍ଧିପାଇଛି । ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି।