ଭୁବନେଶ୍ଵର, ୨୪/୦୨ : ରାଜଧାନୀକୁ ଜଗିବ ଏଆଇ କ୍ୟାମେରା। ଭୁବନେଶ୍ଵର ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ ଏହି କ୍ୟାମେରା। ଦୟା ବ୍ରିଜ୍, ଏୟାରଫିଲ୍ଡ ଥାନା ନିକଟବର୍ତ୍ତୀ ସୁନ୍ଦରପଦା-ଜଟଣୀ ରୋଡ୍, ପାତ୍ରପଡ଼ା ଛକ, ଚନ୍ଦକା ଛକ, ନନ୍ଦନକାନନ-ବାରଙ୍ଗ ଛକ, ହଂସପାଳ ଛକ, ପୁରୀ ବାଇପାସ୍ର ସାଇ ମନ୍ଦିର ଛକରେ ଏଆଇ କ୍ୟାମେରା ଲଗାଯିବ। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂହ।
ସୂଚନାନୁଯାୟୀ, ଭୁବନେଶ୍ଵରରେ ଏବେ ୧୮୦୦ ସିସିଟିଭି କ୍ୟାମେରା ଇନଷ୍ଟଲ ହୋଇଛି। ଜନସଂଖ୍ୟା ବଢିବା କାରଣରୁ ଅପରାଧ ରୋକିବାକୁ କ୍ୟାମେରା ଏବେ ନିଅଣ୍ଟ ପଡ଼ୁଛି। ତେଣୁ ଅପରାଧ ପ୍ରବଣ ଅଞ୍ଚଳ, ଟ୍ରାଫିକ ଛକ, ଦୁର୍ଘଟଣା ପ୍ରବଣ ଅଞ୍ଚଳ ରାସ୍ତା, ଏଟିଏମ୍ ଥିବା ସ୍ଥାନ, ଚୋରୀ ଏବଂ ଡକାୟତି ହେଉଥିବା ଅଞ୍ଚଳମାନଙ୍କରେ AI କ୍ୟାମେରା ଲଗାଇବାକୁ ଯୋଜନା କରାଯାଉଛି। ଯାହାଦ୍ଵାରା ଅପରାଧୀଙ୍କୁ ସହଜରେ ଧରିହେବ। ତେଣୁ ଅଧିକ ଏଆଇ କ୍ୟାମେରା ଆସିବାକୁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ନିକଟରେ ଟେଣ୍ଡର ହୋଇଛି। ଟେକ୍ନୋଲୋଜି ମାଧ୍ୟମରେ ଅଧିକ ସେବା ଯୋଗାଇବାରେ ଏଆଇ କ୍ୟାମେରା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।
ଏହି ଖବରଟିକୁ ପଢନ୍ତୁ-ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି