ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ରାଜ୍ୟରେ ଭୂମିକମ୍ପ ଝଟକା; ଥରିଲା ରାଜଧାନୀ, ତୀବ୍ରତା ୫.୧ ରେକର୍ଡ

Published By : Ankita S | February 25, 2025 7:17 AM

ଭୁବନେଶ୍ବର,୨୫/୦୨: ରାଜ୍ୟରେ ମୃଦୁ ଭୂକମ୍ପ ଝଟକା ଲାଗିଛି । ଥରିଲା ରାଜଧାନୀ ଭୁବନେଶ୍ବର । ସକାଳ ୬ଟା୧୦ମିନିଟରେ ଭୂମିକମ୍ପ ଅନୂଭୁତ ହୋଇଛି । ବଙ୍ଗୋପସାଗର ଭୂକମ୍ପ କେନ୍ଦ୍ରସ୍ଥଳ ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ ହୋଇଛି । ଭୂକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି ।  ତୀବ୍ରତା କମ୍ ଥିବାରୁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

୨ ରୁ ୩ ସେକେଣ୍ଡ ଯାଏଁ ଝଟକା ଅନୁଭୂତ ଥିଲା । ଘରର ଆସବାପତ୍ର ଥରିବାକୁ ଲାଗିଥିଲା । ବଙ୍ଗୋପସାଗରରେ ୯୧କିମି ତଳେ ଭୂକମ୍ପର କେନ୍ଦ୍ରସ୍ଥଳ ରହିିଛି ।ଭୁବନେଶ୍ବର ସମେତ ପୁରୀ, ପାରାଦ୍ବୀପ, ବାଲେଶ୍ବର, ବାରିପଦା ଓ ବ୍ରହ୍ମପୁରର କିଛି ସ୍ଥାନରେ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ସମୁଦ୍ର ମଧ୍ୟରେ ହୋଇଥିବାରୁ କିଛି କ୍ଷୟକ୍ଷତି ହୋଇନାହିଁ । ଭୁବନେଶ୍ବରରୁ ୨୯୭କିମି ଦୂରରେ ଭୂମିକମ୍ପ କେନ୍ଦ୍ରସ୍ଥଳ ରହିଛି । ପୁରୀରୁ ୨୮୬ କିମି ଓ ବ୍ରହ୍ମପୁରରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଭୂମିକମ୍ପ ପ୍ରଭାବ ଅନୁଭୂତ ହୋଇଛି । ସେପଟେ ପଶ୍ଚିମବଙ୍ଗ ମଧ୍ୟ ୫.୧ତୀବ୍ରତାର ଭୂକମ୍ପ ଝଟକା ଲାଗିଛି ।

ଅଧିକ ପଢନ୍ତୁ...ହିମାଚଳ ପ୍ରଦେଶ ମଣ୍ଡିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୭ ରେକର୍ଡ

କିଛି ଦିନ ତଳେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ୭ଦିନ ମଧ୍ୟରେ ଦିଲ୍ଲୀରେ ୩ଥର ଭୂମିକମ୍ପ ଝଟକା ଲାଗିଛି । ଗତକାଲି (ସୋମବାର) ସକାଳ ୧୧ଟା ୪୬ ମିନିଟରେ ଝଟକା ଲାଗିଥିଲା ।  ରିକ୍ଟର ସ୍କେଲରେ ଏହା ତୀବ୍ରତା ୨.୨ ରେକର୍ଡ ହୋଇଥିଲା । ତୀବ୍ରତା ବହୁତ କମ୍ ଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିଲା । ଏହାପୂର୍ବରୁ ଦୁଇଥର ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତୀବ୍ରତା ଯଥାକ୍ରମେ ୪.୮ ଓ ୨.୮ ରେକର୍ଡ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.