ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ବନଶୀ କଣ୍ଟା ଗିଳି ଅଡୁଆରେ ତମ୍ପ , ଅସ୍ତ୍ରୋପଚାର କରି ବାହାର କରାଗଲା କଣ୍ଟା

Published By : Prameya | February 24, 2025 8:40 PM

ଭୁବନେଶ୍ବର, ୨୪।୨ : ଶେଉଳ ମାଛ ଧରିବା ପାଇଁ ପୋଖରୀ‌ରେ ପିଲାମାନେ ପକାଇଥିଲେ ବନଶୀ। ଏହି ବନଶୀ କଣ୍ଟା ଏକ ତମ୍ପ ସାପ ତଣ୍ଟିରେ ଲାଗିଯାଇଥିଲା। ଛଟପଟ ହୋଇଥିଲା ସାପ। ତେବେ ସାପଟିକୁ ଉଦ୍ଧାର କରି ଓୟୁଏଟିରେ ଅସ୍ତ୍ରୋପଚାର ପରେ ବନଶୀ କଣ୍ଟା ପାଟିରୁ ବାହାର କରାଯାଇଛି। 

 ଯାଜପୁର ରୋଡ଼ ଅନ୍ତର୍ଗତ କଇଆଁ ଗ୍ରାମରେ ପିଲାମାନେ ଶେଉଳ ଧରିବା ପାଇଁ ରବିବାର ରାତିରେ ବନଶୀ ପକେଇ ଥିଲେ । ସୋମବାର ସକାଳୁ ସେଇ ବନଶୀରେ ଏକ ତମ୍ପ ସାପ ଫସି ଛଟପଟ ହେଉଥିବା ଦେଖିବାକୁ ମିଳିଲା । ସାହସ କରି ଗାଆଁ ପିଲା ମାନେ ବନଶୀ ସହିତ ସାପକୁ ପାଣି ଭିତରୁ ଉପରକୁ ଟାଣି ଆଣିଥିଲେ । ଅନ୍ୟ ବାଟ ନପାଇ ଗ୍ରାମବାସୀଙ୍କ ତରଫରୁ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନସ ରଞ୍ଜନ ମହାନ୍ତି ଓ ମଣିଭଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସାପଟି ଭିଡି ମୋଡି ହୋଇ ସେହି ଡୋରକୁ ଛିଣ୍ଡେଇ ପାଖରେ ଏକ ଗାତ ଭିତରେ ପଶି ଯାଇଥିଲା । କିନ୍ତୁ ବନଶୀ କଣ୍ଟାଟି ସାପର ତଳ ପାଟି ଫୁଟେଇ ବାହାରକୁ ଦେଖା ଯାଉଥିଲା । ସାପଟିକୁ ଉଦ୍ଧାର କରି ଯାଜପୁର ରୋଡ଼ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନେଇଥିଲେ । ଯାଜପୁର ରୋଡ଼ ରେଞ୍ଜ ଅଧିକାରୀଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଆନନ୍ଦ ଚନ୍ଦ୍ର ପାତ୍ର ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନସ ଏବଂ ମଣିଭଦ୍ରଙ୍କ ସହିତ ଭୁବନେଶ୍ୱର  ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜକୁ ଚିକିତ୍ସା ପାଇଁ ଆଣିଥିଲେ । 

 ଭେଟେରିନାରୀ ସର୍ଜରି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଶଙ୍କର ବେହେରା ପ୍ରଥମେ ଏକ୍ସରେ କରି ବନଶୀ କଣ୍ଟା ପାଟି ଭିତରେ କେଉଁ ସ୍ଥାନରେ ଅଛି ବା କେଉଁ ଅଙ୍ଗକୁ କ୍ଷତି କରିଛି ତାହାର ବିଶ୍ଳେଷଣ କରିଥିଲେ । ଏହାପରେ କଠିନ ଲୁହାରେ ନିର୍ମିତ ବନଶୀ କଣ୍ଟାକୁ ମେଟାଲ କଟର ସାହାଯ୍ୟରେ ଦୁଇ ଖଣ୍ଡ କରିବା ପରେ ଡାକ୍ତର ସିଦ୍ଧାର୍ଥ କଣ୍ଟାକୁ ସାପ ପାଟିରୁ ବାହାର କରିଥିଲେ । ଅପରେସନ ବେଳେ ସର୍ଜରି ବିଭାଗର ପିଜି ଏବଂ ପିଏଚଡି ଛାତ୍ରମାନେ ମଧ୍ୟ ସହାୟତା କରିଥିଲେ । ଡାକ୍ତର ସିଦ୍ଧାର୍ଥ କହିଛନ୍ତି , ଆମେ ସାପଟିକୁ ପେନ୍ କିଲର ଏବଂ ଆଣ୍ଟି ବାୟୋଟିକ୍ସ ଦେଇଛୁ । ତାର ବିଶେଷ କ୍ଷତ ହୋଇ ନଥିବାରୁ ସାପଟିକୁ ତାର ବନ୍ୟ ପରିବେଶରେ ଆଜି ହିଁ ଛାଡି ଦେଇ ପାରିବେ । 

 ସାପକୁ ବିନା ନିଶ୍ଚେତକ ଦେଇ ବନଶୀ କଣ୍ଟା ବାହାର କରିବା ବିପଦ ପୂର୍ଣ୍ଣ ଥିଲା । ପୁରା ଅପରେସନ ଶେଷ ହେବା ଯାଏଁ, ବିଷଧର ତମ୍ପ ସାପର ମୁଣ୍ଡକୁ ଧରିବା ଏବଂ ଡାକ୍ତର ମାନଙ୍କ ମନରେ ଆତ୍ମବିଶ୍ଵାସ ବଜାୟ ରଖିବା କାମ କରିଥିଲେ ସ୍ନେକ ହେଲ୍ପ ଲାଇନର ସାଧାରଣ ଶୁଭେନ୍ଦୁ ମଲ୍ଲିକ । ସାପଟିକୁ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.