ଭୁବନେଶ୍ୱର,୨୪/୦୨: ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ । ଇଂରାଜୀ ପାରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ । ପରୀକ୍ଷା ହଲ୍ରେ କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ । କପି କଲାବେଳେ ୮ ଜଣଙ୍କୁ ଧରିଲା କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ । କଟକ ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ ଏହି ଘଟଣା ଘଟିଛି ।
କହିରଖୁ କି, ଚଳିତ ବର୍ଷ ଫେବୃୟାରୀ ୨୧ ତାରିଖରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ହୋଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଚାଲିଥିଲା । କଟକର ଏକ ପରୀକ୍ଷା କେନ୍ଦ୍ରରେ କିଛି ପରୀକ୍ଷାର୍ଥୀ କପି କରୁଥିଲେ । ପରୀକ୍ଷା ହଲ୍ରେ ବସି ନିର୍ଦ୍ୱନ୍ଦରେ କପି କରି ଲେଖୁଥିଲେ । ଯାହାକୁ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଧରିବାରେ ସଫଳ ହୋଇଛି । ମୋଟ ୮ ଜଣ ପରୀକ୍ଷାର୍ଥୀ କପି କରିବା ବେଳେ ଧରା ପଡ଼ିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ବୋର୍ଡ ସଭାପତି କହିଛନ୍ତି।
ତେବେ ମାଟ୍ରିକ ପରୀକ୍ଷାରେ ଡ୍ରପ୍ଆଉଟ୍ ଏବେ ଚିନ୍ତାର ବିଷୟ ପାଲଟିଛି। ଏନେଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଏହା ଉପରେ ନଜର ରଖାଯାଇଛି। ସ୍କୁଲ ପ୍ରଧାନ ଶିକ୍ଷକ ଏବଂ ସେଣ୍ଟର୍ ସୁପରିଟେଣ୍ଡେଣ୍ଟମାନେ ଏସମ୍ପର୍କରେ ଅବଗତ ଅଛନ୍ତି।