ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ପଦ୍ମଶ୍ରୀ ପୁରସ୍କାର ବିବାଦ : ହାଇକୋର୍ଟରେ ନିଜ ପକ୍ଷ ରଖିଲେ ଆବେଦନକାରୀ

Published By : Prameya | February 24, 2025 5:57 PM

କଟକ, ୨୪।୨ : ପଦ୍ମଶ୍ରୀ ପୁରସ୍କାର ବିବାଦ ମାମଲା ଉପରେ ସୋମବାର ହାଇକୋର୍ଟରେ ନିଜର ପକ୍ଷ ରଖିଛନ୍ତି ଆବେଦନକାରୀ ଅନ୍ତର୍ଯ୍ୟାମୀ ମିଶ୍ର। ମାମଲାର ପ୍ରତିପକ୍ଷ ତଥା  ୨୦୨୩ ରେ ପଦ୍ମ ପୁରସ୍କାର ପାଇଥିବା ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ର କୋର୍ଟରେ ହାଜର ହୋଇ ନାହାନ୍ତି। ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ହାଜର ହୋଇନାହାଁନ୍ତି ଏବଂ ତଥ୍ୟ ରଖିବାକୁ ୪ ସପ୍ତାହର ମହଲତ ଲୋଡିଛନ୍ତି। ତେଣୁ ମାମଲାର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୧୮ ତାରିଖକୁ ଧାର୍ଯ୍ୟ କରାଯାଇଛି। 

ସମାନ ନାଁ ଯୋଗୁଁ ପଦ୍ମଶ୍ରୀ ପୁରସ୍କାରକୁ ନେଇ  ବିବାଦ ମୁଣ୍ଡ ଟେକିଛି। ଜଣେ ବ୍ୟକ୍ତିଙ୍କ ବଦଳରେ ଆଉ ଜଣେ ବ୍ୟକ୍ତିଙ୍କୁ ୨୦୨୩ରେ ପଦ୍ମଶ୍ରୀ ପୁରସ୍କାର ମିଳିଛି ବୋଲି ଅଭିଯୋଗ ହୋଇଛି। ଯାହାକୁ ଚ୍ୟାଲେଞ୍ଜ କରି ଭୁବନେଶ୍ଵର ବ୍ରାହ୍ମେଶ୍ବର ପାଟଣା ନିବାସୀ ଅନ୍ତର୍ଯ୍ୟାମୀ ମିଶ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପୂର୍ବ ନିର୍ଦେଶ ମୁତାବକ ସୋମବାର ଆବେଦନକାରୀ ହାଇକୋର୍ଟରେ ହାଜର ହୋଇଥିଲେ।  ନିଜ ସ୍ବରଚିତ ୨୯ ଟି ପୁସ୍ତକ ଗୁଡିକୁ ଆଜି ସେ ପ୍ରମାଣ ସ୍ୱରୂପ କୋର୍ଟରେ ଦେଖାଇଛନ୍ତି। ମାମଲାର ଉଭୟ ପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହଜାର ହେବା ଲାଗି ହାଇକୋର୍ଟରୁ ନିର୍ଦେଶ ଦିଆଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.