ଅନୁଗୁଳ,୨୪।୨ : ଅନୁଗୁଳର ଏକ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟ । ଏକ ବାଇକରେ ଦୁର୍ବୃତ୍ତମାନେ ଆସି ମାଉଜର ଦେଖାଇ ଲୁଟ କରିଛନ୍ତି। ମ୍ୟାନେଜର ଜଣକ ସ୍ଥାନୀୟ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଅନୁଗୋଳ ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ଲୁଟର ଶିକାର ହୋଇଛନ୍ତି। ଅନୁଗୁଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସାକୋଶିଙ୍ଗାର ଶୁଭମ କିଷାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପର ମ୍ୟାନେଜର ବଶିଷ୍ଠ ସାହୁ ଓ କର୍ମଚାରୀ ଚନ୍ଦନ ଗଡ଼ନାୟକ ଟଙ୍କା ନେଇ ଅନୁଗୋଳ ଗାନ୍ଧୀମାର୍ଗ ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଉଥିଲେ।ବାଇକରେ ଦୁର୍ବୃତ୍ତମାନେ ଆସି ସରସ୍ବତୀ ଶିଶୁ ମନ୍ଦିର ନିକଟରେ ତାଙ୍କୁ ମାଉଜର ଓ ଭୁଜାଲି ଦେଖାଇ ଭୟଭୀତ କରାଯାଇ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ।