ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ

ଭୁବନେଶ୍ୱର,୧୫/୦୬:  ଆସନ୍ତା ୧୭ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ସେବେଯାଏ  ପ୍ରାକ୍‌ ମୌସୁମୀ ବର୍ଷା ଜାରି ରହିବ ।  ରାଜ୍ୟର ସବୁ ଅଞ୍ଚଳରେ ବର୍ଷା ହେବ । ୧୭ ତାରିଖ ପରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ପାଣିପାଗ ବିଭାଗ  ଏଭଳି ପୂର୍ବାନୁମାନ କରିଛି । 

୧୫ ଓ ୧୬ରେ ଉପକୂଳ ଓ  ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ  ବର୍ଷା ସମ୍ଭାବନା ଅଛି । କେତେକ ସ୍ଥାନରେ  ଘଡ଼ଘଡ଼ିସହିତ ବର୍ଷା ହୋଇପାରେ ।  ୧୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ  ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା  ମନୋରମା ମହାନ୍ତି କହିଛନ୍ତି ।  ରାଜ୍ୟରେ ମୌସୁମୀ ଅଗ୍ରସର ପାଇଁ  ପାଗ ଅନୁକୂଳ ଅଛି । ମୌସୁମୀ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ  ବର୍ଷା ହେବ ବୋଲି ସେ କହିଛନ୍ତି । 

ନୟାଗଡ଼, କଳାହାଣ୍ଡି, ରାୟଗଡ଼ା,  କନ୍ଧମାଳ, ଗଞ୍ଜାମ ଓ ଗଜପତି  ଜିଲ୍ଲାରେ ଭାରୀ ବର୍ଷା ହେବ । ୧୮ରେ  ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ  ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରୀ  ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ  ବିଭାଗ ଆକଳନ କରିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର  ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ  କହୁଛି, ୧୭ ବା ୧୮ରେ ରାଜ୍ୟରେ  ମୌସୁମୀ ବର୍ଷା ହେବ ।

ଏହାପୂର୍ବରୁ ପ୍ରାକ୍‌ ମୌସୁମୀ ବର୍ଷା ହେବ । କିନ୍ତୁ ମୌସୁମୀ ବିଶେଷ  ସକ୍ରିୟ ରହିବନି । ମୌସୁମୀ ଦୁର୍ବଳ ରହିବା ଯୋଗୁ ଜଗତ୍‌ସିଂହପୁର,  କଟକ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ  କନ୍ଧମାଳରେ ବର୍ଷା କମ୍‌ ରହିବ । ଏ ସବୁ ସ୍ଥାନରେ ମୋଟ ବର୍ଷା  ପରିମାଣ ୩୦ରୁ ୪୦ମିମି ରହିବ । 

ସେହିଭଳି ଆସନ୍ତା ୧୦ ଦିନରେ ମୟୂରଭଞ୍ଜ, ଦେବଗଡ଼,  ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ମୋଟ  ବର୍ଷା ପରିମାଣ ୫୦ରୁ ୬୦ମିମି ରହିବ । ସେପଟେ ସୋନପୁର,  ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ,  ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ବର୍ଷା ଅଧିକ  ହେବ । ୧୦ ଦିନରେ ମୋଟ ବର୍ଷା ପରିମାଣ ୮୦ମିମିରୁ ଅଧିକ  ହୋଇପାରେ ବୋଲି ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି । 

୧୭ରେ ମୌସୁମୀ ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ତାପମାତ୍ରା  କମିବ । ୧୮ରୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୨ ଡିଗ୍ରୀ ପାଖାପାଖି  ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୩୨ରୁ ୩୪ ଡିଗ୍ରୀ ପାଖାପାଖି  ରହିପାରେ । ଉପକୂଳରେ ୩୬ ଡିଗ୍ରୀ ରହିବ । ତେବେ ଚତୁର୍ଥ ସପ୍ତାହ  ବା ୨୨ରୁ ୩୦ ତାରିଖ ଯାଏ ଉପକୂଳରେ ବର୍ଷା କମ୍‌ ରହିବ । ଏବେ  ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେଉନି। ୧୮  ତାରିଖ ପରେ ଆରବସାଗରୀୟ ପଶ୍ଚିମା ପବନ ବହିବ । କିଛି ବର୍ଷ  ହେବ ମୌସୁମୀ ଟ୍ରଫ୍‌ ସୃଷ୍ଟି ହୋଇପାରୁନି । ସ୍ୱାଭାବିକ ଭାବେ ଏହି  ସମୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥାଏ ।  କିନ୍ତୁ ଆସନ୍ତା ୧୦ ଦିନ ଯାଏ ଲଘୁଚାପ ସୃଷ୍ଟିର କୌଣସି ସଙ୍କେତ  ମିଳୁନି । ଯଦି ଲଘୁଚାପ ବା ମୌସୁମୀ ବାୟୁ ପ୍ରବାହ ସକ୍ରିୟ ନ  ହୁଏ, ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ହେବ ବୋଲି ଡ. ପଶୁପାଳକ  ଆଶଙ୍କା କରିଛନ୍ତି । 

ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ତଳେ  ଥିଲା । ବୌଦ୍ଧରେ ସର୍ବାଧିକ ୪୨.୧ ଡିଗ୍ରୀ ରେକର୍ଡ ହୋଇଥିଲା । ଝାରସୁଗୁଡ଼ାରେ ୪୧.୯ ଓ ସୁନ୍ଦରଗଡ଼ରେ ୪୧.୬ ଡିଗ୍ରୀ ରହିଥିଲା ।  ଆଜି ରାଜଧାନୀ ଭୁବନେଶ୍ୱର ସମେତ କିଛି ସ୍ଥାନରେ ଠାଏ ଠାଏ ବର୍ଷା ହୋଇଛି ।

  • PrameyaOdia
  • prameya
  • Weather Forecast
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.