ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ରାତ୍ରି ଭୋଜନ ପରେ ଜୋର୍‌ ଚାଲନ୍ତୁ, ମଧୁମେହ ଓ ଓଜନ ହେବ ନିୟନ୍ତ୍ରଣ

ଭୁବନେଶ୍ୱର ୦୭/୦୬: ସୁସ୍ଥ ରହିବା ପାଇଁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ବାଟ ଆପଣାଉଛନ୍ତି । ସ୍ୱାସ୍ଥ୍ୟକର ଖାଦ୍ୟ ସହ ଡାଏଟ୍‌ କରିବାଠାରୁ ଆରମ୍ଭ କରି ଶାରିରୀକ ବ୍ୟାୟାମ ମଧ୍ୟ କରିବାକୁ ଭୁଲୁନାହାନ୍ତି । ଚାଲିବା ଏସବୁ ମଧ୍ୟରୁ ଭିନ୍ନ ଏକ ବ୍ୟାୟାମ, ଯାହା ଖୁବ୍‌ ଲାଭଦାୟକ । ବିଶେଷକରି ରାତ୍ରି ଭୋଜନ ପରେ ଦ୍ରୁତ ବେଗରେ ଚାଲିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ରହିବା ପାଇଁ ଉଚିତ୍‌ ଖାଦ୍ୟପାନୀୟ ସହ ନିୟମିତ ଶାରିରୀକ ବ୍ୟାୟାମ ମଧ୍ୟ ଜରୁରି । ବିଶେଷକରି ଖାଇବା ପରେ ତୀବ୍ର ବେଗରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ହିତକର । ଚାଲନ୍ତୁ ଜାଣିବା ତୀବ୍ର ବେଗରେ ଚାଲିବାର ଫାଇଦା । 

ଓଜନ କମାଏ :

ଯଦି ଆପଣ ଓଜନ କମାଇବାକୁ ଚାହୁଁଥାନ୍ତି । ତେବେ ଜୋର୍‌ରେ ଚାଲିବା ହେଉଛି ଶ୍ରେଷ୍ଠ ବିକଳ୍ପ । ଖାଇବା ପରେ ଚାଲିବା ଦ୍ୱାରା ଉପଯୁକ୍ତ ଓଜନ ବଜାୟ ରଖିବା ସହ ବଢୁଥିବା ଓଜନକୁ କମ୍‌ କରିବା ସହଜ ହୋଇଥାଏ । ଏହାଦ୍ୱାରା ଭୋକ ମଧ୍ୟ ନିୟନ୍ତ୍ରିତ ରହେ । ଫଳରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାର ଆଶଙ୍କା କମ୍‌ ହୋଇଥାଏ । 

ରକ୍ତରେ ଶର୍କରା ନିୟନ୍ତ୍ରିତ ରହେ :

ବିଶେଷଜ୍ଞଙ୍କ ମତରେ ଖାଇବା ପରେ ଚାଲିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ । ତେଣୁ ଲିଭର୍‌ ଓ ମାଂସପେଶୀ ଉପରେ ମଧୁମେହର କୁପ୍ରଭାବ କମ୍‌ ପଡିଥାଏ । ତେଣୁ ବ୍ରିସ୍କ ୱାର୍କ ମଧୁମେହ ରୋଗୀଙ୍କ ପାଇଁ ହିତକର । 

ପାଚନତନ୍ତ୍ର ସୁସ୍ଥ ରହେ :

ପ୍ରତିଥର ଖାଇବା ପରେ ୧୦ ମିନିଟ୍‌ ଜୋର୍‌ରେ ଚାଲିବା ଦ୍ୱାରା ପାଚନତନ୍ତ୍ରରେ ସୁଧାର ଆସିଥାଏ । ଖାଇବା ପରେ ଜୋର୍‌ରେ ଚାଲିବା ଦ୍ୱାରା ପେଟ ଓ ଅନ୍ତନଳୀ ଉତ୍ତେଜିତ ହୋଇଥାଏ । ଫଳରେ ଖାଦ୍ୟ ଖାଇବା ଦ୍ୱାରା ତାହା ସହଜରେ ହଜମ ହୋଇ ପାଚନ ସମସ୍ୟ ଦୂର ହୋଇଥାଏ । 

ନିଦରେ ସୁଧାର ଆସେ :

ଜୋର୍‌ରେ ଚାଲିବା ଦ୍ୱାରା ସର୍କିଡିୟମ୍‌ ରିଦମ୍‌ ପ୍ରକ୍ରିୟାରେ ସୁଧାର ଆସିଥାଏ । ଫଳରେ ବ୍ୟକ୍ତିର ପ୍ରାକୃତିକ ଭାବେ ଶୋଇବା-ଉଠିବା ଚକ୍ର ଠିକ୍‌ ରହିଥାଏ । ତେଣୁ ସେ ଶାନ୍ତିରେ ଶୋଇବା ସହଜ ହୋଇପଡେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.