ହିନ୍ଦୁ ଧର୍ମରେ ବିଜୟା ଏକାଦଶୀ ଦିନ ତୁଳସୀ ପୂଜାର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜା ସହିତ ତୁଳସୀ ପୂଜା କରିବାକୁ ବି ଶୁଭ ମନାଯାଏ । ମାନ୍ୟତା ରହିଛି ଯେ ଏହି ଦିନ ତୁଳସୀଙ୍କ ପୂଜା କରିବା ଦ୍ବାରା ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏଥିସହ ଭକ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି । ବିଜୟା ଏକାଦଶୀ ଦିନ ତୁଳସୀ ପୂଜା କରିବା ଦ୍ବାରା ଘରେ ସୁଖ ସମୃଦ୍ଧ ଆସିଥାଏ। ମାନ୍ୟତା ରହିଛି ଯେ ଏହି ଦିନ ତୁଳସୀ ପୂଜା କରିବା ଦ୍ବାରା ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୃପା ମିଳିଥାଏ । ତୁଳସୀଙ୍କୁ ବିଷ୍ଣୁଙ୍କ ପ୍ରିୟ ବୋଲି କୁହାଯାଏ। ତେଣୁ ବିଜୟା ଏକାଦଶୀ ଦିନ ତୁଳସୀଙ୍କୁ ପୂଜା କରିବା ବିଶେଷ ଫଳପ୍ରଦ ହୋଇଥାଏ। ପଞ୍ଚାଙ୍ଗ ଅନୁସାରେ, ଫାଲଗୁନ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ୨୩ ଫେବୃଆରୀ ଦ୍ବିପହର ୧ଟା ୫୫ ମିନିଟରୁ ଆରମ୍ଭ ହୋଇ ପରଦିନ ୧ ଟା ୪୪ ମିନିଟରେ ଶେଷ ହେଉଛି । ସେହିପରି ଉଦୟା ତିଥି ଅନୁସାରେ, ୨୪ ଫେବୃଆରୀ ଦିନ ବିଜୟା ଏକାଦଶୀ ପାଳନ କରାଯାଏ।
ତୁଳସୀ ପୂଜା ବିଧି
ତେଣୁ ବିଜୟା ଏକାଦଶୀ ସକାଳେ ସ୍ନାନ କରି ସଫା ପୋଷାକ ପିନ୍ଧନ୍ତୁ। ଏହାପରେ ତୁଳସୀ ଗଛକୁ ଜଳ ଅର୍ପଣ କରନ୍ତୁ ଏବଂ ତାକୁ ସଫା କରନ୍ତୁ। ତୁଳସୀ ଗଛ ପାଖରେ ଘିଅ ଦୀପ ଜାଳନ୍ତୁ। ତୁଳସୀ ଗଛରେ ସିନ୍ଦୁର ଏବଂ ଚନ୍ଦନର ତିଳକ ଲଗାନ୍ତୁ।ତୁଳସୀ ଗଛକୁ ଫଳ, ଫୁଲ ଏବଂ ମିଠା ଅର୍ପଣ କରନ୍ତୁ। ସେହିପରି ତୁଳସୀ ଚାଳିଶା କିମ୍ବା ତୁଳସୀ ସ୍ତୋତ୍ର ପାଠ କରନ୍ତୁ। ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ଆରତୀ କରନ୍ତୁ।
ଅର୍ପଣ କରନ୍ତୁ ଏହି ଜିନିଷ
ଗଙ୍ଗା ଜଳ: ବିଜୟା ଏକାଦଶୀ ଦିନ ତୁଳସୀ ଗଛକୁ ଗଙ୍ଗା ଜଳ ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହା ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତିର ସଂଚାର କରିଥାଏ।
କଞ୍ଚା କ୍ଷୀର: ତୁଳସୀ ଗଛକୁ କଞ୍ଚା କ୍ଷୀର ଅର୍ପଣ କରିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀ ଉଭୟ ପ୍ରସନ୍ନ ହୁଅନ୍ତି। ଏହା ଘରେ ସୁଖ ଏବଂ ସମୃଦ୍ଧି ଆଣିଥାଏ ଏବଂ ଆର୍ଥିକ ସମସ୍ୟା ଦୂର କରିଥାଏ।
ସିନ୍ଦୂର: ବିଜୟା ଏକାଦଶୀ ଦିନ ତୁଳସୀ ଗଛରେ ସିନ୍ଦୂର ଅର୍ପଣ କରିବା ଦ୍ୱାରା ବୈବାହିକ ଜୀବନରେ ଖୁସି ଆସିଥାଏ ଏବଂ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ପାଏ।
ଘିଅ ଦୀପ: ବିଜୟା ଏକାଦଶୀ ସନ୍ଧ୍ୟାରେ ତୁଳସୀ ଗଛ ପାଖରେ ଘିଅ ଦୀପ ଜଳାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହା ଘରକୁ ସକାରାତ୍ମକ ଶକ୍ତି ଆଣେ ଏବଂ ନକାରାତ୍ମକ ଶକ୍ତି ଦୂର କରେ।
ତୁଳସୀ ମନ୍ତ୍ର: ବିଜୟା ଏକାଦଶୀ ଦିନ ତୁଳସୀ ଗଛ ସାମ୍ନାରେ ବସି ତୁଳସୀ ମନ୍ତ୍ର ଜପ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହାଦ୍ୱାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଉଭୟଙ୍କ ଆଶୀର୍ବାଦ ମିଳିଥାଏ ଏବଂ ସମସ୍ତ ଇଚ୍ଛା ପୂରଣ ହୋଇଥାଏ।