ସାଧାରଣତଃ ଗ୍ରହମାନଙ୍କର ରାଶି ପରିବର୍ତ୍ତନ କରିବାର ପ୍ରଭାବ ସମସ୍ତ ରାଶି ମାନଙ୍କ ଉପରେ ପଡ଼ିଥାଏ । ମାର୍ଚ୍ଚ ୨ ତାରିଖରେ ଶୁକ୍ର ବକ୍ର ଚଳନ କରି ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈବାହିକ ସୁଖ, ଭୋଗବିଳାଶ, ଖ୍ୟାତି, କଳା, ପ୍ରତିଭା, ସୌନ୍ଦର୍ଯ୍ୟ, ପ୍ରେମ, କାମନା ଏବଂ ଫ୍ୟାସନ୍ ଡିଜାଇନିଂର କାରକ ଭାବେ ବିବେଚନା କରାଯାଇଛି । ଶୁକ୍ର ବୃଷ ଏବଂ ତୁଳା ରାଶିର ସ୍ୱାମୀ ହୋଇଥିବା ବେଳେ ମୀନ ତାଙ୍କ ଉଚ୍ଚ ରାଶି ଏବଂ କନ୍ୟା ନିଚ୍ଚ ରାଶି ବୋଲି ଗଣନା କରାଯାଇଥାଏ । ଏହି ଗ୍ରହମାନଙ୍କର ଚଳନ ରାଶି ମାନଙ୍କ ଉପରେ ଶୁଭ କିମ୍ୱା ଅଶୁଭ ପ୍ରଭାବ ପକାଇଥାଏ । ଶୁକ୍ରଙ୍କ ମୀନ ରାଶିରେ ବକ୍ର ଚଳନ କରିବା ଦ୍ୱାରା କିଛି ରାଶିର ବ୍ୟକ୍ତିଙ୍କୁ ଅନେକ ପ୍ରକାରର ଲାଭ ହେବ ଏବଂ କିଛି ରାଶିର ବ୍ୟକ୍ତିଙ୍କୁ ସାବଧାନ ରହିବାକୁ ହେବ । ତେବେ ଆସନ୍ତୁ ଜାଣିବା ଶୁକ୍ରଙ୍କର ବକ୍ର ଚଳନ ୧୨ ଟି ରାଶି ଉପରେ କେଉଁ ପ୍ରକାରର ପ୍ରଭାବ ପକାଇବ ।
ମେଷ ରାଶି- ଶୁକ୍ରଙ୍କ ବକ୍ର ଚଳନ ହେତୁ ମେଷ ରାଶିର ବ୍ୟକ୍ତିଙ୍କ ମନ ଅଶାନ୍ତ ହୋଇପାରେ । ନିଜ ଉପରେ ନିୟନ୍ତ୍ରଣ ରଖି ଧୈର୍ଯ୍ୟ ରଖନ୍ତୁ । ବ୍ୟବସାୟରେ ବୃଦ୍ଧି ହେବ ଏବଂ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଲାଭ ହେବାର ସୁଯୋଗ ମିଳିବ ଏବଂ ବ୍ୟବସାୟ ମଧ୍ୟ ବିସ୍ତାର ହେବ । ଏହି ସମୟରେ ଆପଣଙ୍କ ଖର୍ଚ୍ଚ ମଧ୍ୟ ବଢିବ ।
ବୃଷ ରାଶି- ବୃଷ ରାଶିର ବ୍ୟକ୍ତିଙ୍କ ପାଖରେ ଆତ୍ମବିଶ୍ୱାସ ବଢିବ । ତଥାପି ନିଜର ଧୈର୍ଯ୍ୟ ବଜାୟ ରଖନ୍ତୁ । ବ୍ୟବୟାସରେ ବୃଦ୍ଧି ହେବ । ଅଧିକ ପରଶ୍ରମ ମଧ୍ୟ କରିବାକୁ ପଡ଼ିବ । ପରିବାରରେ କୌଣସି ଧାର୍ମିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି ।
ମିଥୁନ ରାଶି- ଆପଣ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅନାବଶ୍ୟକ କ୍ରୋଧ ଠାରୁ ଦୂରେଇ ରୁହନ୍ତୁ । କଥାବାର୍ତ୍ତା କରିବା ବେଳେ ସଜାଗ ରୁହନ୍ତୁ । ଏହି ସମୟରେ ମନରେ ନିରାଶା ଏବଂ ଅସନ୍ତୋଷ ଦେଖିବାକୁ ମିଳିବ । ଚାକିରୀରେ ପରିବର୍ତ୍ତନ ହେବା ସହ ଉନ୍ନତି ହେବାର ସୁଯୋଗ ମିଳିପାରେ । ସାଙ୍ଗ ମାନଙ୍କର ସହଯୋଗ ମିଳିବ ।
କର୍କଟ ରାଶି- ମନରେ ଦ୍ୱନ୍ଦ ସୃଷ୍ଟି ହେବା ସହ ଆତ୍ମବିଶ୍ୱାସର ଅଭାବ ଦେଖିବାକୁ ମିଳିବ । ଏହି ସମୟରେ ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଖର୍ଚ୍ଚର ବୃଦ୍ଧି ହେବ ଏବଂ ପରିବାରର ସହଯୋଗ ମିଳିବ । ଚାକିରୀ କ୍ଷେତ୍ରରେ ଉନ୍ନତିର ମାର୍ଗ ପ୍ରସସ୍ତ ହେବ ।
ସିଂହ ରାଶି- ଏହି ସମୟରେ ଆପଣଙ୍କ ମନ ପ୍ରସନ୍ନ ରହିବ । ଶିକ୍ଷାଗତ କାର୍ଯ୍ୟରେ ସଫଳ ହେବେ । ଆପଣଙ୍କୁ ବସ୍ତ୍ର ଉପହାରରେ ମିଳିପାରେ । ପାରିବାରିକ ଜୀବନ ସୁଖମୟ ହେବ । ଚାକିରୀ ପାଇଁ ପରୀକ୍ଷା କିମ୍ୱା କୌଣସି ସାକ୍ଷାତକାର ଇତ୍ୟାଦି କାର୍ଯ୍ୟରେ ସଫଳତା ମିଳିବ ।
କନ୍ୟା ରାଶି- ଆପଣ ଚିନ୍ତାଗ୍ରସ୍ତ ରହିବ । ତେଣୁ ଆତ୍ମସଂଯମତା ବଜାୟ ରଖନ୍ତୁ । ଅନାବଶ୍ୟକ କ୍ରୋଧରୁ ନିଜକୁ ଦୂରେଇ ରଖନ୍ତୁ । ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ଏବଂ ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଜତ୍ନବାନ ହୁଅନ୍ତୁ । ଏହି ସମୟରେ ଆପଣଙ୍କ ଜୀବନଯାପନ କଷ୍ଟମୟ ହୋଇପାରେ ଏବଂ ଖର୍ଚ୍ଚ ବୃଦ୍ଧି ହୋଇପାରେ । ପରିବାରର ସହଯୋଗ ମିଳିବ।
ତୁଳା ରାଶି- ଆପଣ ଆତ୍ମବିଶ୍ୱାସରେ ପୂର୍ଣ୍ଣ ହୋଇ ରହିବେ କିନ୍ତୁ ଚିନ୍ତାରେ ପଡ଼ି ପାରନ୍ତି । ତେଣୁ ଆତ୍ମସଂଯମତା ବଜାୟ ରଖନ୍ତୁ । ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ । ବ୍ୟବସାୟରେ ବୃଦ୍ଧି ହେବ । ଅଧିକ ପରଶ୍ରମ କରିବେ ଏବଂ ଅଧିକ ଲାଭ ମଧ୍ୟ ମିଳିବ ।
ବିଛା ରାଶି- ଆପଣଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହେବ । ତେଣୁ ଧୈର୍ଯ୍ୟ ରଖିବାକୁ ଚେଷ୍ଟା କରନ୍ତୁ । କଥାବାର୍ତ୍ତା କିରିବା ବେଳେ ସାବଧାନ ରୁହନ୍ତୁ । ଚାକିରୀରେ ପରିବର୍ତ୍ତନ ହୋଇପାରେ । ପରିଶ୍ରମ ଏବଂ ଯାତ୍ରା ଅଧିକ ରହିବ ।
ଧନୁ ରାଶି- ଆଶା ନିରାଶାର ଚିନ୍ତାଧାରା ମନରେ ଆସିପାରେ । ପରିବାର ସହ କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ଦୀର୍ଘ ଦିନ ପରେ କୌଣସି ପୁରୁଣା ବନ୍ଧୁଙ୍କ ସହ ଭେଟି ପାରନ୍ତି । ଶିକ୍ଷାଗତ କାର୍ଯ୍ୟରେ ସଫଳ ହେବେ ।
ମକର ରାଶି- ଆପଣଙ୍କ ମନ ପ୍ରସନ୍ନ ରହିବ । ସନ୍ତାନ ସୁଖ ମିଳିବ । ଆପଣଙ୍କ ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ବ୍ୟବୟାୟରେ କଠିନ ସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ । ଖର୍ଚ୍ଚ ବୃଦ୍ଧି ହେବ । ମାନ ସମ୍ମାନ ପ୍ରାପ୍ତ ହେବ ।
କୁମ୍ଭ ରାଶି- ଆପଣଙ୍କ ଆତ୍ମବିଶ୍ୱାସ କମିବ କିନ୍ତୁ ମନ ପ୍ରସନ୍ନ ରହିବ । ନିଜ ସ୍ୱାସ୍ତ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାରର ସହଯୋଗ ମିଳିବ । ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ । ସନ୍ତାନ ପାଖରୁ ଖୁସି ଖବର ମିଳିବ ।
ମୀନ ରାଶି- ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ ହେଲେ ଧୈର୍ଯ୍ୟ ବଜାୟ ରଖନ୍ତୁ । ଆପଣ ବ୍ୟବସାୟିକ କାମ ପ୍ରତି ଆଗ୍ରହୀ ହେବେ । ବିଦେଶରେ ବ୍ୟବସାୟ ଆରମ୍ଭ କରିପାରନ୍ତି । ସନ୍ତାନ ସୁଖ ମିଳିବ ।