ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଗୁରୁବାର ଦିନ କରନ୍ତୁନି ଏହି ସବୁ କାମ, ନଚେତ୍‌ ପିଛା ଛାଡ଼ିବନି ଦୁର୍ଭାଗ୍ୟ...

Published By : Harapriya Sethi | February 20, 2025 8:24 AM

ହିନ୍ଦୁ ଧର୍ମରେ ଗୁରୁବାରକୁ ବହୁତ ପବିତ୍ର ବୋଲି ବିବେଚନା କରାଯାଏ । ଏହି ଦିନକୁ ଭଗବାନ ବିଷ୍ଣୁ, ମାଆ ଲକ୍ଷ୍ମୀ ଏବଂ ଦେବଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ଏହି ଦିନ ଦୀର୍ଘାୟୁ ଏବଂ ସୌଭାଗ୍ୟ ପାଇବା ପାଇଁ ଉପବାସ କରିଥାନ୍ତି ଲୋକେ। କିନ୍ତୁ ଆପଣ ପ୍ରାୟତଃ ଘରର ବଡ଼ ଲୋକଙ୍କଠାରୁ ଶୁଣିଥିବେ ଯେ, ଗୁରୁବାର ଦିନ ଏହି କାମ କରିବା ଉଚିତ୍ ଏବଂ ସେହି କାମ କରିବା ଅନୁଚିତ୍‌ । ଗୁରୁବାର ସମ୍ପର୍କରେ ବଡ଼ମାନେ ଦେଇଥିବା ପରାମର୍ଶ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସଠିକ୍ । ତେଣୁ ଏପରି କିଛି କାର୍ଯ୍ୟ ରହିଛି, ଯାହା ଗୁରୁବାର ଦିନ କରିବା ଉଚିତ୍ ନୁହେଁ, କାରଣ ଏପରି କରିବା ଦ୍ୱାରା କେବଳ ଆର୍ଥିକ କ୍ଷତି ହେବ ନାହିଁ ବରଂ ଭାଗ୍ୟରେ ବୃହସ୍ପତିଙ୍କ ସ୍ଥିତି ମଧ୍ୟ ଦୁର୍ବଳ ହେବ । ବୃହସ୍ପତି ସୁଖ, ସମୃଦ୍ଧି, ଧନ, ଭାଗ୍ୟ, ବୈବାହିକ ଜୀବନ, ସନ୍ତାନ, କ୍ୟାରିଅର ଇତ୍ୟାଦିର କାରକ । ତେଣୁ ଯଦି ବୃହସ୍ପତିଙ୍କ ଉପରେ ପ୍ରଭାବ ପଡ଼ିବ, ଭାଗ୍ୟରେେ ତାଙ୍କ ସ୍ଥିତି ଦୁର୍ବଳହେବ । ଯାହା ଆପଣଙ୍କ ଜୀବନରେ ଥିବା ସୁଖ, ଶାନ୍ତି ଏବଂ ସମୃଦ୍ଧି ଉପରେ କୁପ୍ରଭାବ ପକାଇବ । ତେବେ ଗୁରୁବାର ଦିନ କେଉଁସବୁ କାମ କରିବା ଅନୁଚିତ୍‌, ଆସନ୍ତୁ ସେ ବିଷୟରେ ଜାଣିବା । 

ଏହି ସବୁ କାମ କରିବା ଦ୍ୱାରା ଉନ୍ନତିରେ ଆସିଥାଏ ବାଧା-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁବାରରେ ଶରୀରର କୌଣସି କେଶ କାଟନ୍ତୁ ନାହିଁ । ଏହା ସନ୍ତାନ ସୁଖ ଏବଂ ସ୍ୱାମୀଙ୍କ ବିକାଶରେ ବାଧା ସୃଷ୍ଟି କରିପାରେ । ଏହା ସହିତ, ଏହି ଦିନ ନଖ କାଟିବା ମଧ୍ୟ ନିଷେଧ। ଏହା କରିବା ଦ୍ୱାରା ଆର୍ଥିକ କ୍ଷତି ହୁଏ ଏବଂ ଘର ମାଲିକଙ୍କ ପ୍ରଗତିରେ ମଧ୍ୟ ବାଧା ସୃଷ୍ଟି ହୁଏ।

ଗୁରୁବାରରେ ମହିଳାମାନେ କରନ୍ତୁ ନାହିଁ ଏହି କାମ- 

ମହିଳାମାନେ ଗୁରୁବାର ଦିନ କେଶ ଧୋଇବା ନିଷେଧ। ମହିଳାଙ୍କ ଭାଗ୍ୟରେ ବୃହସ୍ପତିଙ୍କୁ ସ୍ୱାମୀ ଏବଂ ସନ୍ତାନର କାରକ ଭାବରେ ବିବେଚନା କରାଯାଏ। ତେଣୁ ଯଦି ମହିଳାମାନେ ଗୁରୁବାର ଦିନ କେଶ ଧୋଇବେ, ତେବେ ଏହା ତାଙ୍କ ସନ୍ତାନ ଏବଂ ସ୍ୱାମୀ ଉଭୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଏହା ସହିତ ଭାଗ୍ୟରେ ବୃହସ୍ପତିଙ୍କ ସ୍ଥିତି ମଧ୍ୟ ଦୁର୍ବଳ ହେବ । ଯାହା ଦ୍ୱାରା ଭାଗ୍ୟରେ ଅଶୁଭ ପ୍ରଭାବ ପଡ଼ିଥାଏ ଏବଂ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ହ୍ରାସ ପାଇବା ସହ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ଗୁରୁବାର ଦିନ କରନ୍ତୁ ନାହିଁ ଏହି କାମ- 

ଗୁରୁବାର ଦିନ ଟଙ୍କା କାରବାର କରନ୍ତୁ ନାହିଁ । ଏହି ଦିନ କାହାକୁ ଟଙ୍କା ଦିଅନ୍ତୁ ନାହିଁ କିମ୍ବା କାହାଠାରୁ ଟଙ୍କା ନିଅନ୍ତୁ ନାହିଁ। ଏହି ଦିନ ଦିଆଯାଇଥିବା ଟଙ୍କା ଫେରି ପାଇବାର ସମ୍ଭାବନା ବହୁତ କମ୍ ରହିଥାଏ । ଏହି ଦିନ ଟଙ୍କା କାରବାର କରିବା ଦ୍ୱାରା ବୃହସ୍ପତିଙ୍କ ପ୍ରଭାବ କମିଯାଏ, ଯାହା ଦ୍ଵାରା ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ଦିନ ଘର ପୋଛିବା ମଧ୍ୟ ଅନୁଚିତ୍‌ । ଏପରି କରିବା ଦ୍ୱାରା ପରିବାରର ସଦସ୍ୟଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ଏବଂ ବୃହସ୍ପତିଙ୍କ ସ୍ଥିତି ଦୁର୍ବଳ ହେବାକୁ ଲାଗିଥାଏ । ଏହି ଦିନ ପୂର୍ବ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ଯାତ୍ରା କରିବା ନିଷେଧ । ଯଦି ଏହି ଦିଗରେ ଯାତ୍ରା କରିବା ଅତି ଆବଶ୍ୟକ ରହିଛି, ତେବେ ଦହି କିମ୍ୱା ଜିରା ଖାଇ ଘରୁ ବାହାରିବା ଉଚିତ୍‌ । 

ପୂଜା କରିବା ବେଳେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ- 

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରିବା ସମୟରେ ଶୋରିଷ ତେଲ କିମ୍ୱା ରାଶି ତେଲର ଦୀପ ପ୍ରଜ୍ୱଳନ କରିବା ଅନୁଚିତ୍‌ । ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁ କ୍ରୋଧିତ ହୋଇଯାଆନ୍ତି ଏବଂ ପୂଜା କରିବାର କୌଣସି ପୂଣ୍ୟ ଫଳ ପ୍ରାପ୍ତ ହୋଇ ନଥାଏ । ତେଣୁ ଏଥିପ୍ରତି ଧ୍ୟାନ ରଖି କେବଳ ଘିଅରେ ପ୍ରସ୍ତୁତ ଦୀପ ଇଶ୍ୱରଙ୍କ ସମ୍ମୁଖରେ ଜଳାଇବା ଉଚିତ୍‌ । ଏଥି ସହିତ ଏହି ଦିନ ପୂଜା ସହିତ ଜଡ଼ିତ କୌଣସି ଜିନିଷ, ବାସନକୁସନ, ଆଖି ସହିତ ଜଡ଼ିତ ଜିନିଷ, କୌଣସି ଧାରୁଆ ବସ୍ତୁ ଯେପରିକି କଇଁଚି ଏବଂ ଛୁରୀ ଭଳି ଜିନିଷ କିଣନ୍ତୁ ନାହିଁ । ଏପରି କରିବା ଅତ୍ୟନ୍ତ ଅଶୁଭ ବୋଲ ବିବେଚନା କରାଯାଇଥାଏ ।  

ଗୁରୁବାରରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ-

ଗୁରୁବାର ଦିନ କ୍ଷୀର, ଭଜା ଚଣା, କଦଳୀ, ଖେଚୁଡ଼ି ଖାଇବା ଅନୁଚିତ୍‌ । ଏହି ଦିନ ଭୁଲ୍‌ ରେ ବି ଗୁରୁଜନ, ଦେବା-ଦେବୀ, ପ୍ରିୟଜନ, ଜେଜେ- ଜେଜେମା ଏବଂ ଧର୍ମର ଥଟ୍ଟା କିମ୍ୱା ପରହାସ କରିବା ଅନୁଚିତ୍‌ । ଏପରି କରିବା ଦ୍ୱାରା ବୃହସ୍ପତିଙ୍କ ଅଶୁଭ ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ । କେବଳ ସେତିକି ନୁହେଁ, ଏପରି କରିବା ଦ୍ୱାରା ପରିବାରରେ ବାଦ ବିବାଦ ବଢିବାର ଆଶଙ୍କା ମଧ୍ୟ ଉତ୍ପନ୍ନ ହୋଇଥାଏ । ଏହା ସହ ଚାକିରୀ ଏବଂ ବ୍ୟବସାୟରେ ଅନେକ ପ୍ରକାରର ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିପାରେ । 

  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.