ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମହାଶିବରାତ୍ରିରେ ରୁଦ୍ରାଭିଷେକର ବିଶେଷ ମହତ୍ୱ, ଜାଣନ୍ତୁ ଜଳ ଏବଂ କ୍ଷୀରରେ ଅଭିଷେକ କରିବାର ଲାଭ...

Published By : Harapriya Sethi | February 22, 2025 8:17 AM

ପାଖେଇ ଆସିଲାଣି ମହାଶିବରାତ୍ରି । ଆଉ ମାତ୍ର ୩ ଦିନ ପରେ ସମଗ୍ର ବିଶ୍ୱ ରଖିବ ମହାଶିବରାତ୍ରିର ବ୍ରତ । ଏହି ଦିନ ଭଗବାନ ଶିବଙ୍କୁ ସ୍ୱଚ୍ଛ ମନରେ ପୂଜର୍ଚ୍ଚନା କରି ଆରାଧନା କରିବା ଦ୍ୱାରା ଅନେକ ସୁଫଳ ମିଳିଥାଏ । ଅନେକ ଲୋକ ଏହି ପବିତ୍ର ଦିନରେ ରୁଦ୍ରାଭିଷେକ ମଧ୍ୟ କରିଥାନ୍ତି । କାରଣ ମହାଶିବରାତ୍ରିରେ ରୁଦ୍ରାଭିଷେକର ବିଶେଷ ମହତ୍ତ୍ୱ ରହିଛି । ମହାଦେବଙ୍କ ଭକ୍ତମାନେ ଏହି ପୂଜା କରି ତାଙ୍କୁ ପ୍ରସନ୍ନ କରନ୍ତି ଏବଂ ତାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତି । ସାଧାରଣତଃ ଜଳ, କ୍ଷୀର, ମହୁ, ଘିଅ ଏବଂ ଦହି ଇତ୍ୟାଦିରେ ରୁଦ୍ରାଭିଷେକ କରାଯାଇଥାଏ । ପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ପ୍ରତ୍ୟେକ ପଦାର୍ଥର ନିଜସ୍ୱ ଗୁରୁତ୍ୱ ରହିଛି । ଜଳ ସହିତ ଅଭିଷେକ କଲେ ଦୁଃଖରୁ ମୁକ୍ତି ମିଳିଥାଏ ଏବଂ କ୍ଷୀର ସହିତ ଅଭିଷେକ କଲେ ମାନସିକ ରୋଗ ଦୂର ହୁଏ ଏବଂ ଭାଗ୍ୟରେ ଚନ୍ଦ୍ରଙ୍କ ସ୍ଥିତି ମଜବୁତ ହୋଇଥାଏ ।  ଆସନ୍ତୁ ଜାଣିବା ଜଳ ଏବଂ କ୍ଷୀର ସହିତ ରୁଦ୍ରାଭିଷେକର ଲାଭ।

ଜଳ ସହିତ ଅଭିଷେକ-

ସମସ୍ତ ପ୍ରକାରର ଦୁଃଖରୁ ମୁକ୍ତି ପାଇବା ପାଇଁ, ଭଗବାନ ଶିବଙ୍କୁ ଜଳରେ ଅଭିଷେକ କରନ୍ତୁ । ସର୍ବପ୍ରଥମେ, ଭଗବାନ ଶିବଙ୍କ ଶିଶୁ ସ୍ୱରୂପକୁ ଧ୍ୟାନ କରନ୍ତୁ । ଏହା ପରେ ତମ୍ବା ପାତ୍ର ବ୍ୟତୀତ ଅନ୍ୟ ଯେକୌଣସି ପାତ୍ରରେ, ବିଶେଷ କରି ରୂପା ପାତ୍ରରେ ଶୁଦ୍ଧ ଜଳ ଭର୍ତ୍ତି କରନ୍ତୁ ଏବଂ ପାତ୍ରରେ ତିଳକ ଲଗାନ୍ତୁ । ଏହା ପରେ ଓମ୍ ଇନ୍ଦ୍ରାୟ ନମଃ ଜପ କରନ୍ତୁ ଏବଂ ପାତ୍ରରେ ଏକ ପବିତ୍ର ସୂତା ବାନ୍ଧନ୍ତୁ । ଏହା ପରେ ପଞ୍ଚାକ୍ଷରୀ ମନ୍ତ୍ର "ଓଁ ନମଃ ଶିବାୟ" ଜପ କରି କିଛି ଫୁଲ ଭଗବାନଙ୍କୁ ଅର୍ପଣ କରନ୍ତୁ । ଏହାପରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରି ରୁଦ୍ରାଭିଷେକ କରନ୍ତୁ । ଅଭିଷେକ କରିବା ସମୟରେ, "ଓମ୍ ତମ୍ ତ୍ରିଲୋକୀନାଥାୟ ସ୍ୱାହା" ମନ୍ତ୍ର ଜପ କରନ୍ତୁ । ଅଭିଷେକ କରିବା ପରେ ଶିବଲିଙ୍ଗକୁ ଏକ ସ୍ୱଚ୍ଛ କପଡାରେ ଭଲ ଭାବରେ ପୋଛି ସଫା କରନ୍ତୁ । ଏପରି କରିବା ଦ୍ୱାରା ଜୀବନରୁ ସମସ୍ତ ପ୍ରକାରର ଦୁଃଖ ଦୂର ହୋଇଥାଏ ଏବଂ ମନକୁ ଶାନ୍ତି ମିଳିଥାଏ । 

କ୍ଷୀର ସହିତ ଅଭିଷେକ-

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଏବଂ ତାଙ୍କର ଆଶୀର୍ବାଦ ପାଇବା ପାଇଁ, କ୍ଷୀର ସହିତ ଅଭିଷେକ କରନ୍ତୁ। ସର୍ବପ୍ରଥମେ ଭଗବାନ ଶିବଙ୍କ ଜ୍ୟୋତିର୍ମୟ ରୂପକୁ ଶାନ୍ତ ମନରେ ଧ୍ୟାନ କରନ୍ତୁ । ଅଭିଷେକ ପାଇଁ, ତମ୍ବା ପାତ୍ର ବ୍ୟତୀତ ଅନ୍ୟ କୌଣସି ଧାତୁ ପାତ୍ର ବ୍ୟବହାର କରନ୍ତୁ। ବିଶେଷ କରି ତମ୍ବା ପାତ୍ରରେ କ୍ଷୀର, ଦହି କିମ୍ବା ପଞ୍ଚାମୃତ ଇତ୍ୟାଦି ଢାଳିବା ଅନୁଚିତ୍‌ । କାରଣ ତମ୍ୱା ପାତ୍ରରେ ଭଗବାନ ଶିବଙ୍କୁ ଏହି ସବୁ ପଦାର୍ଥ ଅର୍ପଣ କରିବା ଦ୍ୱାରା ଏସବୁ ମଦ ସହ ସମାନ ହୋଯାଇଥାଏ । ତମ୍ବା ପାତ୍ରରେ ପାଣିକୁ ପବିତ୍ର କରାଯାଇପାରେ । କିନ୍ତୁ କ୍ଷୀର ଏବଂ ଦହି ଇତ୍ୟାଦି ତମ୍ୱା ସଂସ୍ପର୍ଶର ଆସିଲେ, ତାହା ବିଷାକ୍ତ ହୋଇଯାଇଥାଏ । ତେଣୁ ତମ୍ବା ପାତ୍ରରେ କ୍ଷୀରର ଅଭିଷେକ କରିବା ଅନୁଚିତ୍ । ଏପରି କରିବା ଦ୍ୱାରା ଭଗବାନ ଶିବଙ୍କୁ ଆପଣ ଅଜାଣତରେ ବିଷ ଅର୍ପଣ କରିବେ । ତେଣୁ ତମ୍ୱା ବ୍ୟତୀତ ଅନ୍ୟ କେଉଁ ପାତ୍ରରେ କ୍ଷୀର ରଖନ୍ତୁ ଏବଂ ପାତ୍ର ଚାରିପାଖରେ ତିଳକ ଲଗାନ୍ତୁ । "ଓମ୍ ଶ୍ରୀ କାମଧେନାବେ ନମଃ" ମନ୍ତ୍ର ଜପ କରି ପାତ୍ରରେ ଏକ ପବିତ୍ର ସୂତା ବାନ୍ଧନ୍ତୁ । ପଞ୍ଚାକ୍ଷରୀ ମନ୍ତ୍ର "ଓମ୍ ନମଃ ଶିବାୟ" ଜପ କରିବା ସମୟରେ କିଛି ଫୁଲ ପ୍ରଭୁଙ୍କୁ ଅର୍ପଣ କରନ୍ତୁ । ଶେଷରେ ଶିବଲିଙ୍ଗ ଉପରେ କ୍ଷୀର ଢାଳି ରୁଦ୍ରାଭିଷେକ କରନ୍ତୁ । ଅଭିଷେକ କରିବା ସମୟରେ, "ଓମ୍ ସକଲ ଲୋକୈକ ଗୁରୁବୈ ନମଃ" ମନ୍ତ୍ର ଜପ କରନ୍ତୁ । ରୁଦ୍ରାଭିଷେକ କରିବା ପରେ ଶିବଲିଙ୍ଗକୁ ସଫା ପାଣିରେ ଧୋଇ ଏକ ସ୍ୱଚ୍ଛ କପଡାରେ ଭଲ ଭାବରେ ପୋଛି ଦିଅନ୍ତୁ । ଭଗବାନ ଶିବଙ୍କୁ କ୍ଷୀର ସହିତ ଅଭିଷେକ କଲେ ମାନସିକ ରୋଗ ଦୂର ହୁଏ ଏବଂ ଭାଗ୍ୟରେ ଚନ୍ଦ୍ରଙ୍କ ସ୍ଥିତି ମଜବୁତ ହୋଇଥାଏ । ଯାହା ଦ୍ୱାରା ଜୀବନ ସୁଖମୟ ହୋଇଥାଏ ।

କିପରି କରିବେ ରୁଦ୍ରାଭିଷେକ-

ଯଦି ଆପଣ ମହାଶିବରାତ୍ରିରେ ରୁଦ୍ରାଭିଷେକ କରିବାକୁ ଚାହୁଁଛନ୍ତି, ତେବେ ସମସ୍ତ ଆବଶ୍ୟକୀୟ ଜିନିଷ ସଂଗ୍ରହ କରନ୍ତୁ ଏବଂ ଜଣେ ବ୍ରାହ୍ମଣଙ୍କ ଦ୍ୱାରା ଅଭିଷେକ କରାନ୍ତୁ । ଯଦି ଏହା ସମ୍ଭବ ନୁହେଁ ତେବେ ରୁଦ୍ରିର ପଞ୍ଚମ ଅଧ୍ୟାୟରୁ ଉପରେ ଦିଆଯାଇଥିବା ପଦ୍ଧତି ଅନୁସାରେ ଇଣ୍ଟରନେଟ୍ ସାହାଯ୍ୟରେ ନିଜେ ରୁଦ୍ରାଭିଷେକ କରନ୍ତୁ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.