ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଅମାବାସ୍ୟା ଦିନ ଶକ୍ତିଶାଳୀ ରାଜଯୋଗ ସୃଷ୍ଟି କରିବେ ବୁଧ-ଶୁକ୍ର, ୩ ରାଶି ବ୍ୟକ୍ତିଙ୍କର ଖୋଲିଯିବ ଭାଗ୍ୟ

Published By : Prameya | February 18, 2025 1:26 PM

ଭୁବନେଶ୍ୱର ୧୮/୦୨: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟୋକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କ ରାଶି ପରିବର୍ତ୍ତନ କରନ୍ତି। ଯାହାର ପ୍ରଭାବ ସମସ୍ତ ରାଶି ଉପରେ ପଡେ। ଫେବୃଆରୀ ୨୮ ଅମାବାସ୍ୟା ଦିନ ବୁଧ ରାଶି ପରିବର୍ତ୍ତନ କରୁଛନ୍ତି। ଏହି ଦିନ ବୁଧ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଶୁକ୍ର ମୀନ ରାଶିରେ ଚଳନ କରୁଛନ୍ତି। ବୁଧଙ୍କ ମୀନ ରାଶିରେ ପ୍ରବେଶ ଦ୍ୱାରା ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେବ। ଏହାର ଶୁଭ ପ୍ରଭାବ ତିନୋଟି ରାଶି ଉପରେ ପଡିବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଗୁଡିକ ବିଷୟରେ...

ଧନୁ ରାଶି : ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ଆର୍ଥିକ ଦୃଷ୍ଟିରୁ ବିଶେଷ ଲାଭବାନ ହୋଇପାରନ୍ତି। ପରିବାର ସହିତ ଭଲ ସମୟ ବିତାଇବେ। ଜୀବନ ସୁଖମୟ ହେବ। ଦୀର୍ଘ ଦିନ ଧରି ଚାଲିଆସୁଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। 

କନ୍ୟା ରାଶି : କନ୍ୟା ରାଶିର ବ୍ୟକ୍ତି ଲକ୍ଷ୍ମୀ ନାରାୟଣ ରାଜଯୋଗ ଦ୍ୱାରା ବିଶେଷ ଲାଭ ପାଇବେ। ପ୍ରେମ ଜୀବନ ରୋମାନ୍ସରେ ପରିପୂର୍ଣ୍ଣ ହେବ।ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଜୀବନସାଥୀ ସହିତ ଗୁଣାତ୍ମକ ସମୟ ବିତାଇବେ। ଆର୍ଥିକ ସ୍ଥିତି ମଜବୁତ ହେବ। ଜୀବନରେ ସୁଖ-ଶାନ୍ତି ରହିବ।

କର୍କଟ ରାଶି : କର୍କଟ ରାଶିର ଲୋକଙ୍କ ପାଇଁ ଏହି ସମୟ ସୁଖ ଆଣିପାରେ। ପରିବାର ସହିତ ଭଲ ସମୟ ବିତାଇବେ। କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ଆଧ୍ୟାତ୍ମିକତା ପ୍ରତି ମନ ବଳାଇପାରନ୍ତି। କୌଣସି ଧାର୍ମିକ ଯାତ୍ରା କରିପାରନ୍ତି। ଘର, ଯାନ କିମ୍ବା ସମ୍ପତ୍ତି କିଣିବାର ସୁଯୋଗ ପାଇବେ। ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ।  ପୁରୁଣା ସ୍ୱପ୍ନ ପୂରଣ ହୋଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.