ଜ୍ୟୋତିଷ ଶାସ୍ତ୍ରରେ ରାହୁ ବସ୍ତୁବାଦ, ଭୟ, ଅସନ୍ତୋଷ, ଅବସାଦ ଏବଂ ଦ୍ୱନ୍ଦକୁ ପ୍ରତିପାଦନ କରନ୍ତି । ରାହୁ ସର୍ବଦା ଓଲଟା ଚାଲିଥାନ୍ତି ବା ପଛକୁ ଗତି କରିଥାନ୍ତି । ରାହୁ ବର୍ତ୍ତମାନ ବୃହସ୍ପତିଙ୍କ ମୀନ ରାଶିରେ ଗୋଚର କରୁଛନ୍ତି । ଆସନ୍ତା ମେ ମାସରେ ରାହୁ ରାଶି ପରିବର୍ତ୍ତନ କରିବେ । ଦୀର୍ଘ ୧୮ ବର୍ଷ ପରେ ସେ ବୃହସ୍ପତିଙ୍କ ରାଶି ଛାଡ଼ି, ଶନିଙ୍କ ରାଶି ଅର୍ଥାତ କୁମ୍ଭ ରାଶିରେ ପ୍ରବେଶ କରିବେ । ଏହି ରାଶି ପରିବର୍ତ୍ତନର ପ୍ରଭାବ ସମସ୍ତ ରାଶି ମାନଙ୍କ ଉପରେ ଦେଖିବାକୁ ମିଳିବ । କିନ୍ତୁ ଏହି ସମୟ ମଧ୍ୟରେ ଚମକି ଉଠିବ ୩ ରାଶିଙ୍କ ଭାଗ୍ୟ । ଏହି ରାଶି ମାନଙ୍କର ହଠାତ୍ ଆର୍ଥିକ ଲାଭ ହେବା ସହ ସୌଭାଗ୍ୟ ମିଳିବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ସେହି ୩ ରାଶିଙ୍କ ବିଷୟରେ...
ମେଷ ରାଶି- ରାହୁଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । କାରଣ ରାହୁ ଆପଣଙ୍କ ରାଶିର ଏକାଦଶ ଘରେ ଗୋଚର କରିବେ । ଏହି ସମୟରେ ଆପଣଙ୍କର ଆୟର ନୂତନ ଉତ୍ସ ସୃଷ୍ଟି ହୋଇପାରେ । ଆପଣ କରିଥିବା ନିବେଶରୁ ଲାଭ ପାଇବେ । ଏହି ସମୟରେ ଆପଣ ହଠାତ ଆର୍ଥିକ ଲାଭ ସହ ଅନ୍ୟାନ୍ୟ ଲାଭ ମଧ୍ୟ ପାଇବେ । କେବଳ ସେତିକି ନୁହେଁ, ଏହି ସମୟରେ ଆପଣ ସେୟାର ମାର୍କେଟରେ ଆର୍ଥିକ ଲାଭ ପାଇବେ । ଏହା ସହ ବ୍ୟବସାୟୀମାନେ କିଛି ବଡ଼ ବ୍ୟବସାୟିକ ଡିଲ୍ ମଧ୍ୟ କରିବାର ସମ୍ଭାବନା ରହିଛି । ଯାହା ଆପଣଙ୍କୁ ଭବିଷ୍ୟତରେ ଧନବାନ କରିବ ।
କୁମ୍ଭ ରାଶି- ରାହୁ ଗୋଚର କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । କାରଣ କୁମ୍ଭ ରାଶିର ଲଗ୍ନ ଭାଗରେ ଏହି ଗୋଚର ହେବାକୁ ଯାଉଛି । ସେଥିପାଇଁ ଏହି ସମୟରେ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ । କାର୍ଯ୍ୟ କରିବା ଶୈଳୀରେ ମଧ୍ୟ ଉନ୍ନତି ହେବ । କୁମ୍ଭ ରାଶିର ବ୍ୟକ୍ତି ଏହି ସମୟରେ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ । ଆପଣଙ୍କ ଲୋକପ୍ରିୟତା ବଢିବ । ଏହା ସହ ମାନ- ସମ୍ମାନ ଏବଂ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ଏହି ସମୟରେ ବିବାହ ପ୍ରସ୍ତାବ ଆସିପାରେ ।
ମିଥୁନ ରାଶି- ରାହୁ ଗୋଚର ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । କାରଣ ରାହୁ ମିଥୁନ ରାଶିର ଭାଗ୍ୟ ସ୍ଥାନରେ ଗୋଚର କରିବେ । ସେଥିପାଇଁ ଏହି ସମୟ ଅବଧି ମଧ୍ୟରେ ମିଥୁନ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିବ । ଯାହା ଆପଣଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଏହି ସମୟରେ ଆପଣଙ୍କ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଚାକିରୀ କରୁଥିବା ବ୍ୟକ୍ତି ନିଜ କର୍ମସ୍ଥଳରେ ସମସ୍ତଙ୍କ ସହଯୋଗ ପାଇବେ । ଆପଣ ନିଜର ସମସ୍ତ ଲକ୍ଷ୍ୟ ପୁରଣ କରିବାରେ ସକ୍ଷମ ହେବେ । ଆପଣ ଏହି ସମୟରେ କାର୍ଯ୍ୟ ସମ୍ୱନ୍ଧରେ ଯାତ୍ରା କରିପାରନ୍ତି । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହେବେ । ଏହି ସମୟରେ ଆପଣ ଭୌତିକ ସୁଖ ସୁବିଧା ପ୍ରତି ଇଚ୍ଛା ପ୍ରକାଶ କରିବେ । ଆପଣଙ୍କୁ ଅର୍ଥ ଉପାର୍ଜନ କରିବାର ନୂତନ ସୁଯୋଗ ମିଳିବ ।