ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବୁଧ ଏବଂ ଯମ ସୃଷ୍ଟି କରିବେ ଅର୍ଦ୍ଧକେନ୍ଦ୍ର ଯୋଗ, ଫେବୃୟାରୀ ୨୪ ରୁ ଚମକିବ ଏହି ରାଶିମାନଙ୍କ ଭାଗ୍ୟ

Published By : Harapriya Sethi | February 17, 2025 10:22 AM

ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ଗ୍ରହ ମାନଙ୍କର ରାଜକୁମାର ଭାବରେ ଗଣନା କରାଯାଏ । ବୁଧଙ୍କୁ ଏକାଗ୍ରତା, ବୁଦ୍ଧି, ତର୍କ ଏବଂ ବ୍ୟବସାୟର କାରକ ଭାବରେ ବିବେଚନା ମଧ୍ୟ କରାଯାଇଥାଏ । ବର୍ତ୍ତମାନ ବୁଧ କୁମ୍ଭ ରାଶିରେ ଗୋଚର କରୁଛନ୍ତି । ଯେତେବେଳେ ବୁଧ ନିଜର ଗତି ପରିବର୍ତ୍ତନ କରନ୍ତି, ତାହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିଥାଏ ।  

ମହାଶିବରାତ୍ରୀ ପୂର୍ବରୁ ଅର୍ଥାତ ଫେବୃୟାରୀ ୨୪ ତାରିଖ ସକାଳ ୩ଟା ୨୫ ରେ ବୁଧ ଏବଂ ଯମ ପରସ୍ପର ସହ ୪୫ ଡିଗ୍ରୀ ଅନୁକୋଣରେ ରହିବେ । ଯାହାଫଳରେ ଅର୍ଦ୍ଧକେନ୍ଦ୍ର ସଂଯୋଗ ସୃଷ୍ଟି ହେବ । ଏହି ଦୁର୍ଲଭ ସଂଯୋଗ ହେବା ଫଳରେ କିଛି ରାଶିର ବ୍ୟକ୍ତିଙ୍କର ବହୁ ପରିମାଣରେ ଲାଭ ହେବ । ସେମାନଙ୍କର ଅଟକି ରହିଥିବା କାମ ମଧ୍ୟ ସମ୍ପୂର୍ଣ୍ଣ ହେବ । ତେବେ ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କ ପାଇଁ ଏହି ସଂଯୋଗ ଆଣିବ ଖୁସିର ସମ୍ଭାର ।

ସିଂହ ରାଶି- 

ଏହି ରାଶିର ବ୍ୟକ୍ତିଙ୍କ ପାଇଁ  ଅର୍ଦ୍ଧକେନ୍ଦ୍ର ସଂଯୋଗ ଅତ୍ୟନ୍ତ ଶୁଭ ସମୟ ସାବ୍ୟସ୍ତ ହେବ । କର୍ମସ୍ଥଳରେ ଆପଣଙ୍କର ସମସ୍ତ ଚେଷ୍ଟା ଫଳପ୍ରଦ ହେବ । ଏହି ସମୟରେ ଆପଣଙ୍କ କାମକୁ ପ୍ରସଂଶା କରାଯିବ । ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । ଜୀବନସାଥୀଙ୍କ ସହ ଭଲ ସମୟ ବିତେଇବେ ଏବଂ ନିଜକୁ ଶକ୍ତିରେ ପୂର୍ଣ୍ଣ ହୋଇ ରହିଥିବା ଅନୁଭବ କରିବେ । 

ମେଷ ରାଶି- 

ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଅର୍ଦ୍ଧକେନ୍ଦ୍ର ସଂଯୋଗ ଅତ୍ୟନ୍ତ ଲାଭକାରୀ ହେବ । କାମ ପାଇଁ ଆପଣଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ି ପାରେ । ଏହି ସମୟରେ ଆପଣଙ୍କୁ ଜୀବନରେ ଅନେକ ପରିବର୍ତ୍ତନ ହେଉଥିବାର ଦେଖିବାକୁ ମିଳିପାରେ । କ୍ୟାରିୟର୍‌ରେ ଆପଣଙ୍କ ପ୍ରୟାସ ସଫଳ ହେବ ଏବଂ ଆପଣଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବୟାୟୀ ମଧ୍ୟ ବହୁତ ଲାଭ ପାଇପାରିବେ ।

ମିଥୁନ ରାଶି-

ଅର୍ଦ୍ଧକେନ୍ଦ୍ର ସଂଯୋଗ ହେବା ଫଳରେ ମିଥୁନ ରାଶିର ବ୍ୟକ୍ତିଙ୍କର ସୁଃଖ ସୁବିଧାରେ ବୃଦ୍ଧି ହେବ । ଆପଣଙ୍କୁ ବୟସ୍କମାନଙ୍କ ସହଯୋଗ ମିଳିବ । ଅଧିକ ଦୂରକୁ କିମ୍ୱା ବିଦେଶ ଯାତ୍ରାର ମଧ୍ୟ ସଂଯୋଗ ହେଉଛି । ଯାହାର ଆପଣଙ୍କ କ୍ୟାରିୟର୍‌ ଉପରେ ସକାରାତ୍ମକ ପ୍ରଭାବ ପଡିବ । ଏହି ସମୟରେ ଆପଣଙ୍କୁ ଆର୍ଥିକ ଲାଭ ମଧ୍ୟ ମିଳିବ । ଆପଣ ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ । ଆପଣଙ୍କ ପ୍ରେମ ଏବଂ ବୈବାହିକ ଜୀବନ ସୁଖମୟ ହେବ ଏବଂ ଆତ୍ମବିଶ୍ୱାସରେ ଉନ୍ନତି ଆସିବ ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.