ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପୁଷ୍ୟା ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ, ବଦଳି ଯିବ ଏହି ୩ ରାଶିଙ୍କ ଭାଗ୍ୟ...

Published By : Harapriya Sethi | February 21, 2025 8:22 AM

ସାଧାରଣତଃ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ କିମ୍ୱା ଗୋଚର କରିବା ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ମାନଙ୍କ ଉପରେ ପଡ଼ିଥାଏ । ଠିକ୍‌ ସେହିପରି ଗ୍ରହ ମାନଙ୍କର ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ମଧ୍ୟ ରାଶି ମାନଙ୍କ ଉପରେ ପଡ଼ିଥାଏ । ଗ୍ରହମାନଙ୍କର ସେନାପତି ମଙ୍ଗଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ମଙ୍ଗଳ ଉତ୍ସାହ ଏବଂ ସାହସର ପ୍ରତୀକ ବୋଲି ମାନ୍ୟତା ରହିଛି । ମଙ୍ଗଳ ରାଶି କିମ୍ୱା ନକ୍ଷତ୍ର ପରିବର୍ତ୍ତନ କରିବା ଦ୍ୱାରା ଏହାର ପ୍ରଭାବ ରାଶି ମାନଙ୍କ ଉପରେ ଭଲ କିମ୍ୱା ଖରାପ ପ୍ରଭାବ ପକାଇଥାଏ । ମଙ୍ଗଳ ପୁଷ୍ୟା ନକ୍ଷତ୍ରରେ ପ୍ରବେଶ କରିବେ ଯାହା ଶନିଙ୍କ ନକ୍ଷତ୍ର ବୋଲି ବିବେଚନା କରାଯାଇଥାଏ । ଶନିଙ୍କ ରାଶି ପରିବର୍ତ୍ତନ ପରେ ମଙ୍ଗଳ ବର୍ତ୍ତମାନ ଶନିଙ୍କ ପୁଷ୍ୟା ନକ୍ଷତ୍ରରେ ଏପ୍ରିଲ ୧୨ ତାରିଖରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ନକ୍ଷତ୍ର ପରିବର୍ତ୍ତନ ଫଳରେ ଅନେକ ଶୁଭ ସଂଯୋଗ ଉତ୍ପନ୍ନ ହେବ । ଏହି ସମୟରେ ସବୁଠାରୁ ବଡ଼ ମଙ୍ଗଳ ପୁଷ୍ୟା ସଂଯୋଗ ହେବ । ଏହି ସମୟରେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରାପ୍ତ ହେବ ଆସନ୍ତୁ ଜାଣିବା ।  

କର୍କଟ ରାଶି- ମଙ୍ଗଳଙ୍କ ପୁଷ୍ୟା ନକ୍ଷତ୍ରରେ ପ୍ରବେଶ କରିବା କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଏହି ସମୟରେ ଆପଣଙ୍କ ପ୍ରେମ ସମ୍ପର୍କ ସୁଦୃଢ ହେବ । ବୈବାହିକ ଜୀବନରେ ସମସ୍ୟାର ଅନ୍ତ ହେବ । ବାପାଙ୍କ ସହ ସମ୍ପର୍କ ଭଲ ହେବ । ସମାଜରେ ଆପଣଙ୍କୁ ସମ୍ମାନ ମିଳିବ । ଏହି ସମୟରେ ଆପଣଙ୍କୁ ଅଚାନକ ଧନ ଲାଭ ହେବାର ସଂଯୋଗ ମଧ୍ୟ ହେବ । କିନ୍ତୁ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ । 

କନ୍ୟା ରାଶି- କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳ ପୁଷ୍ୟା ନକ୍ଷତ୍ରରେ ପ୍ରବେଶ, କିଛି ଖାସ୍‌ ମଉକା ନେଇ ଆସିବ । ବିଗତ ଦିନରେ ଆପଣ ଯେତିକି ପରଶ୍ରମ କରିଛନ୍ତି, ସେସବୁର ଫଳ ପାଇବାର ସମୟ ଆସିବ । ଆପଣ ଚିନ୍ତାରେ ପଡ଼ି ପାରନ୍ତି କିନ୍ତୁ ଉତ୍ସାହରେ ପରିପୂର୍ଣ୍ଣ ହୋଇ ରହିବେ । ନିଜର ସ୍ୱାସ୍ଥ୍ୟର ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଚିନ୍ତା ତଥା ଅବସାଦ ଠାରୁ ଦୂରେଇ ରୁହନ୍ତୁ ଏବଂ ନିୟମିତ ଭାବରେ ବ୍ୟାୟାମ କରି ସନ୍ତୁଳିତ ଆହର ଗ୍ରହଣ କରନ୍ତୁ । 

ମୀନ ରାଶି- ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ ଅତ୍ୟନ୍ତ ଉତ୍ତମ ସମୟ ଆଣିବ । ଯଦି ଆପଣ ଦୀର୍ଘ ଦିନ ଧରି ଘର କିମ୍ୱା କୌଣସି ଗାଡ଼ି କିଣିବାକୁ ପ୍ଲାନିଂ କରୁଥିଲେ, ତେବେ ଏହି ସମୟରେ ଆପଣ କରି ପାରିବେ । ଅଫିସ୍‌ରେ ଆପଣଙ୍କ କାମରେ ଉନ୍ନତି ହେବ । ଚିନ୍ତା କିମ୍ୱା ଅବସାଦ ଠାରୁ ନିଜକୁ ଦୂରେଇ ରଖନ୍ତୁ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.