ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଚନ୍ଦ୍ରଗ୍ରହଣ ସହିତ ସୂର୍ଯ୍ୟ ଗୋଚରର ଦୁର୍ଲଭ ସଂଯୋଗ, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ

Published By : prameya | February 21, 2025 12:08 PM

ମାର୍ଚ୍ଚ ମାସ ଗ୍ରହଙ୍କ ଗୋଚର ଦୃଷ୍ଟିରୁ ଶୁଭ ବୋଲି ବିଶ୍ବାସ କରାଯାଉଛି। ଏହି ମାସରେ କର୍ମଫଳ ଦାତା ଓ ନ୍ୟାୟର ଦେବତା ଶନି ଦେବଙ୍କ ୨୯ ତାରିଖରେ ମୀନ ରାଶିରେ ପ୍ରବେଶ କରିବେ । ସେହିପରି ମାର୍ଚ୍ଚ ମାସ ୧୪ ତାରିଖରେ ହୋଲି ଦିନ ଗ୍ରହଙ୍କ ରାଜା ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ କରିବେ । ଏହି ଦିନ ଚନ୍ଦ୍ରଗ୍ରହଣ ମଧ୍ୟ ଅଛି । ଅର୍ଥାତ ୧୪ ମାର୍ଚ୍ଚ ହୋଲି ଦିନ ସୂର୍ଯ୍ୟ ଗୋଚର ଓ ଚନ୍ଦ୍ରଗ୍ରହଣର ଦୁର୍ଲଭ ସଂଯୋଗ ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ,୧୦୦ ବର୍ଷ ପରେ ସୂର୍ଯ୍ୟ ଗୋତର ଓ ଚନ୍ଦ୍ରଗ୍ରହଣର ଏହି ସଂଯୋଗ ହେବାକୁ ଯାଉଛି । ଯାହାକୁ ନେଇ କିଛି ରାଶି ଭାଗ୍ୟ ଚମକିବାକୁ ଯାଉଛି । ଏହି ରାଶିର ଜାତକରେ ଧନ ଲାଭର ଯୋଗ ରହିଛି । ଏଥିସହ ସମସ୍ତ କାମରେ ସଫଳତା ମଧ୍ୟ ମିଳିପାରେ  । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ । 

ବୃଷ ରାଶି: ସୂର୍ଯ୍ୟ ଗୋଚର ଓ ଚନ୍ଦ୍ରଗ୍ରହଣର ସଂଯୋଗ  ବୃଷ ରାଶି ଲୋକଙ୍କ ପାଇଁ ଶୁଭ ହୋଇପାରେ । କାରଣ ଭଗବାନ ସୂର୍ଯ୍ୟଙ୍କ ଗୋଚର ଯୋଗୁଁ ବୃଷ ରାଶିର ଲୋକଙ୍କ ପାଇଁ ରୋଜଗାର ଭଲ ହେବ। ଏହି ରାଶିର ବ୍ୟକ୍ତିଙ୍କର ଆୟ ବୃଦ୍ଧି ପାଇପାରେ । ବ୍ୟବସାୟୀମାନେ ପାର୍ଟନରସିପ କରିପାରନ୍ତି । ନିବେଶରେଲାଭ ହେବ । ସେୟାର ବଜାରରେ  ନିବେଶ କରିବା ପାଇଁ ଉଚିତ୍ ସମୟ । 

କର୍କଟ ରାଶି: ସୂର୍ଯ୍ୟ ଗୋଚର ଓ ଚନ୍ଦ୍ରଗ୍ରହଣର ସଂଯୋଗ ଯୋଗୁଁ କର୍କଟ ରାଶି ଜାତକ ପାଇଁ  ଲାଭବାନ ହୋଇପାରେ । କାରଣ ଭଗବାନ ସୂର୍ଯ୍ୟଙ୍କ ଗୋଚର  କର୍କଟ ରାଶିର ଭାଗ୍ୟ ସ୍ଥାନରେ ହେବ । ଏହି ସମୟରେ କର୍କଟ ରାଶି ବ୍ୟକ୍ତିଙ୍କ ଭାଗ୍ୟ ବଦଳିପାରେ  । ଆଧ୍ୟାତ୍ମିକ ଉନ୍ନତି ମିଳିପାରେ । ବିବାହିତ ଲୋକଙ୍କ ବୈବାହିକ ଜୀବନ ସୁଖମୟ ହେବ । ଯାତ୍ରା ଯୋଗ ରହିଛି । ଏହି ସମୟରେ କର୍କଟ ରାଶି ବ୍ୟକ୍ତି ଯାହାବି କାମ କରିବେ ସଫଳତା ପାଇବେ । 

ମିଥୁନ ରାଶି: ସୂର୍ଯ୍ୟ ଗୋଚର ଓ ଚନ୍ଦ୍ରଗ୍ରହଣର ସଂଯୋଗରେ ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୁଳ ରହିଛି । କାରଣ ଭଗବାୱ ସୂର୍ଯ୍ୟଙ୍କ ଗୋଚର ମିଖୁନ ରାଶିର କର୍ମ ଭାଗରେ ଥିବେ । ଏହି ସମୟରେ ବ୍ୟବସାୟ ଓ ଚାକିରି କରୁଖିବା ବ୍ୟକ୍ତିଙ୍କ ପାଇଁ ଶୁଭ ହୋଇପାରେ। ଏହି ସମୟରେ ନୂଆ  ଚାକିରି ମିଳିପାରେ । ଚାକିରିରେ ପଦୋନ୍ନତି ହୋଇପାରେ ।  ଆୟ ବଢିପାରେ । ବ୍ୟବସାୟରେ ସଫଳତା ମିଳିପାରେ । 






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.