ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରକୁ ବହୁତ ମହତ୍ୱ ଦିଆଯାଇଛି । ଆମର ଏହି ଧର୍ମରେ ଗ୍ରହ ମାନଙ୍କର ଗୋଚର ବିଷୟରେ ଅତି ସରଳତାର ସହ ବର୍ଣ୍ଣନା କରଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଭାଗ୍ୟରେ ବୁଧଙ୍କ ଉପସ୍ଥିତି ମଜବୁଜ ହେଲେ, ବ୍ୟବସାୟରେ ଅଧିକ ସଫଳତା ମିଳିଥାଏ । ଏହା ସହିତ ଅନ୍ୟ ଶୁଭ କର୍ମରେ ମଧ୍ୟ ସଫଳତା ମିଳିଥାଏ । ସେହିଭଳି ଯଦି ଭାଗ୍ୟରେ ବୁଧଙ୍କ ସ୍ଥିତି ଦୁର୍ବଳ ହେବା ଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ଏବଂ କାମରେ ଅନେକ ବାଧା ବିଘ୍ନ ମଧ୍ୟ ଆସିଥାଏ ।
ମହାଶିବରାତ୍ରି ପରେ ରାଶି ପରିବର୍ତ୍ତନ କରିବେ ବୁଧ । ଚଳିତ ବର୍ଷ ଫେବୃୟାରୀ ୨୬ ତାରିଖରେ ପଡ଼ୁଛି ପବିତ୍ର ମହାଶିବରାତ୍ରି । ଏହା ପର ଦିନ ଅର୍ଥାତ ଫେବୃୟାରୀ ୨୭ ତାରିଖରେ ବୁଧ ରାଶି ପରିବର୍ତ୍ତନ କରିବେ । ଏହି ଦିନ ବୁଧ ଦେବ ମୀନ ରାଶିରେ ଗୋଚର କରିବେ । ଏହା ପରେ କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସିର ଆଗମନ ହେବ । ତେବେ ଆସନ୍ତୁ ଜାଣିବା,ଏହି ବୁଧ ଗୋଚର ଦ୍ୱାରା କେଉଁ ରାଶିର ବ୍ୟକ୍ତିଙ୍କର ବଦଳି ଯିବ ଜୀବନ ।
ବୃଷ ରାଶି- ମହାଶିବରାତ୍ରି ପରେ ବୁଧଙ୍କ ରାଶି ପରିବର୍ତ୍ତନ କରିବା ଦ୍ୱାରା ଏହି ରାଶିର ବ୍ୟକ୍ତିଙ୍କୁ ଅନେକ ଶୁଭ ଫଳ ମିଳିବ । କର୍ମକ୍ଷେତ୍ରରେ ସମସ୍ତ ପରିଶ୍ରମ ସଫଳ ହେବ । ଆପଣଙ୍କ କାମ ସମ୍ୱନ୍ଧରେ କୌଣସି ବଡ଼ ଅଫର୍ ମିଳିବ । ନିବେଶ କରିବା ପାଇଁ ଏହି ସମୟ ସର୍ବୋତ୍ତମ । କ୍ୟାରିୟର୍ରେ ଆସୁଥିବା ବାଧା ବିଘ୍ର ଅନ୍ତ ହେବ । ବ୍ୟବସାୟରେ କୌଣସି କାମକୁ ନେଇ ନୂତନ ଯୋଜନା କରି ପାରନ୍ତି ।
ମିଥୁନ ରାଶି- ବୁଧ ଦେବଙ୍କ ରାଶି ପରିବର୍ତ୍ତନ ମିଥୁନ ବ୍ୟକ୍ତିଙ୍କ ଉପରେ ଭଲ ପ୍ରଭାବ ପକାଇବ । ଆପଣଙ୍କୁ କ୍ୟାରିୟର୍ ଏବଂ ବ୍ୟବସାୟରେ ଇଚ୍ଛା ଅନୁଯାୟୀ ,ଫଳତା ମିଳିବ । ଏହା ସହ ଅଟକି ରହିଥିବା କାମ ମଧ୍ୟ ସପୂର୍ଣ୍ଣ ହେବ । ଆପଣଙ୍କ ମନ ପ୍ରସନ୍ନ ରହିବ । କର୍ମକ୍ଷେତ୍ରରେ ପରିଶ୍ରମର ଫଳ ମିଳିବ । ପୂର୍ବରୁ କରିଥିବା ନିବେଶରେ ଲାଭବାନ ହେବେ । ସମସ୍ତ ମନୋବାଞ୍ଚା ଯାଥାଶୀଘ୍ର ପୂର୍ଣ୍ଣ ହେବ ।
ବୁଧଦେବଙ୍କୁ ପ୍ରସନ୍ନ କରିବାର ଉପାୟ-
ଭାଗ୍ୟରେ ବୁଧଙ୍କ ସ୍ଥିତି ମଜବୁତ କରିବା ପାଇଁ ବୁଧବାରରେ ଭଗବାନ ଗଣେଶଙ୍କୁ ଶ୍ରଦ୍ଧା ମନରେ ପୂଜାର୍ଚ୍ଚନା କରନ୍ତୁ । ପୂଜା କରିବା ବେଳେ ସ୍ୱଚ୍ଛ ମନରେ ଇଶ୍ୱରଙ୍କୁ ଉପାସନା କରି ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହେବା ପାଇଁ କାମନା କରନ୍ତୁ । ଏହା ସହ ମୋଦକ କିମ୍ୱା ଲଡ଼ୁ ଏବଂ ଫଳ ଭେଗ କରନ୍ତୁ । ଏହି ପରି ପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଭାଗ୍ୟରେ ବୁଧଅକ ସ୍ଥିତି ମଜବୁତ ହେବା ସହ ସମ୍ସତ ପ୍ରକାରର ସୁଖ ଶାନ୍ତି ମଧ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି ।
ବୁଧଙ୍କ ପୌରାଣିକ ମନ୍ତ୍ର - ଓମ୍ ପ୍ରିୟଙ୍ଗୁଲିକାଶ୍ୟାମଂ ରୁପେଣାପ୍ରତିମଂ ବୁଧମ୍ । ସୌମ୍ୟଂ ସୌମ୍ୟଗୁଣୋପୋତଂ ତଂ ବୁଧଂ ପ୍ରଣମାମ୍ୟହଂମ୍ ।।
ବୁଧଙ୍କ ଗାୟତ୍ରୀ ମନ୍ତ୍ର- ଓମ୍ ସୌମ୍ୟରୁପାୟ ବିଦ୍ମହେ ବାଣୋଶାୟ ଧୀମହି ତନ୍ତ୍ରୋ ସୌଭ୍ୟଃ ପ୍ରଚୋଦୟାତ୍ ।।
ବୁଧଙ୍କ ବୈଦିକ ମନ୍ତ୍ର- ଓମ୍ ଉଦବୁଧ୍ୟସ୍ୱାଗ୍ନେ ପ୍ରତି ଜାଗୃହି ତ୍ୱମିଷ୍ଟାପୂର୍ତ୍ତେ ସ ସୃଜେଥାମୟଂ ଚ ଅସ୍ମିନ୍ତସ୍ୟଧସ୍ଥେ ଅଧ୍ୟୁତ୍ମରାସ୍ମିନ୍ ବିଶ୍ୱେଦେବା ଯଜମାନଶ୍ଚ ସୀଦତ ।।
ବୁଧଙ୍କ ବୀଜ ମନ୍ତ୍ର- ଓମ୍ ବ୍ରାଂ ବ୍ରୀଂ ବ୍ରୌଂ ସଃ ବୁଧାୟ ନମଃ ।।
ବୁଧଙ୍କ ପୂଜା ମନ୍ତ୍ର- ଓମ୍ ଏୈଂ ସ୍ତ୍ରୀଂ ଶ୍ରୀଂ ବୁଧାୟ ନମଃ ।।