ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ୟୁପିର ୭ ବିଧାନସଭା ସିଟରେ ହେବ ଉପ ନିର୍ବାଚନ ? ସପା ବିଧାୟକଙ୍କ ଭେଟଘାଟ ପରେ ବଢିଲା ରାଜନୀତି

ନୂଆଦିଲ୍ଲୀ, ୧୦/୯ : ଲୋକସଭା ନିର୍ବାଚନ ୨୦୨୪ରେ ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି, ରାଷ୍ଟ୍ରୀୟ ଲୋକଦଳ ଏବଂ ସମାଜବାଦୀ ପାର୍ଟିର ୧୦ବିଧାୟକ ବିଜୟୀ ହୋଇଥିଲେ । ୟୁପିର କରହଳ, ମିଲ୍କୀପୁର, ସୀସାମଉ, କୁନ୍ଦରକୀ, ଗାଜିୟାବାଦ, ଫୁଲପୁର, ମଝାବା, କଟେହରୀ, ଖେର ଏବଂ ମୀରାପୁର ବିଧାନସଭା ସିଟର ବିଧାୟକ ଏବେ ଲୋକସଭା ସଦସ୍ୟ ହୋଇଯାଇଛନ୍ତି । ଏହି ସବୁ ୧୦ ସିଟକୁ ବିଧାନସଭା ତରଫରୁ ଖାଲି ବି ଘୋଷଣା କରିଦିଆଯାଇଛି । ଭାରତ ନିର୍ବାଚନ ଆୟୋଗ ଏହି ସିଟ‌ରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିପାରେ । ଏହା ମଧ୍ୟରେ ଖବର ଆସୁଛି କି ୟୁପିର ଆଉ ୭ ସିଟରେ ଉପନିର୍ବାଚନର ସ୍ଥିତି ହୋଇପାରେ ।

ପ୍ରକାଶ ଯେ, ୨୦୨୪ ଫେବୃଆରୀରେ ୟୁପିରେ ୧୦ସିଟରେ ରାଜ୍ୟସଭା ନିର୍ବାଚନ ହୋଇଥିଲା।  ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୮ ଏବଂ ସମାଜବାଦୀ ପାର୍ଟି ୩ ପ୍ରାର୍ଥୀ ଦେଇଥିଲା । ମତଦାନ ଦିନ ସପାର ୭ ବିଧାୟକ ପୂଜା ପାଲ, ବିନୋଦ ଚତୁର୍ବେଦୀ, ରାକେଶ ପ୍ରତାପ ସିଂହ, ରାକେଶ ପାଣ୍ଡେ, ଅଭୟ ସିଂହ, ଆଶୁତୋଷ ମୋର୍ଯ୍ୟ ଏବଂ ମନୋଜ ପାଣ୍ଡେ ବିଦ୍ରୋହୀ ହୋଇଥିଲେ । ଏହି ସବୁ ୭ ବିଧାୟକଙ୍କ ସନ୍ଦର୍ଭରେ ଦାବି କରାଯାଇଥିଲା କି ସେମାନେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ।

ମଙ୍ଗଳବାର ସମାଜବାଦୀ ପାର୍ଟିର ଦୁଇ ବିଦ୍ରୋହୀ ବିଧାୟକ ରାକେଶ ପ୍ରତାପ ସିଂହ ଏବଂ ଅଭୟ ସିଂହ ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟରେ ସୁନୀଲ ବଂଶଲଙ୍କୁ ଭେଟିଛନ୍ତି । ଦୁଇ ଜଣ ବିଦ୍ରୋହୀ ନେତାଙ୍କ ସହ ୟୁପିରୁ ବିଜେପିର ରାଜ୍ୟସଭା ସାଂସଦ ସେଠ ବି ଥିଲେ । ଏହି ଭେଟଘାଟ ପରେ ରାଜନୈତିକ ମହଲରେ ଏହା ଚର୍ଚ୍ଚା ହେଉଛି କି ସପାର ବିଦ୍ରୋହୀ ବିଧାୟକ ଆଗାମୀ ଦିନରେ ଇସ୍ତଫା ଦେଇପାରନ୍ତି ଯାହା ପରେ ୟୁପିରେ ୧୦ ନୁହେଁ ୧୭ସିଟରେ ଉପନିର୍ବାଚନ ହୋଇପାରେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.