ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ; ଉପରାଜ୍ୟପାଳଙ୍କୁ ଆତିଶୀ କହିଲେ,'ତୁରନ୍ତ ଶପଥ ତାରିଖ ଦିଅନ୍ତୁୂ'

ନୂଆଦିଲ୍ଲୀ,୧୭/୦୯: ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରବିବାର ଘୋଷଣା କରିଥିଲେ ଯେ ସେ ସିଏମ ପଦରୁ ଇସ୍ତଫା ଦେବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜନସାଧାରଣ ତାଙ୍କୁ ସଚ୍ଚୋଟତାର ପ୍ରମାଣପତ୍ର ନଦେବା ପର୍ଯ୍ୟନ୍ତ ସେ ସିଏମ୍ ଚେୟାରରେ ବସିବେ ନାହିଁ। ଉପରାଜ୍ୟପାଳଙ୍କୁ ଭେଟିବା ପରେ ଗୋପାଳ ରାୟ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ଉପ ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ଦେଇଛନ୍ତି। ସେପଟେ ଆତିଶୀଙ୍କ ପକ୍ଷରୁ ସରକାର ଗଠନ ପାଇଁ ଦାବିଦାର ମଧ୍ୟ ଉପସ୍ଥାପନ ହୋଇଛି। ଶପଥ ଗ୍ରହଣ ତାରିଖ ସ୍ଥିର କରିବାକୁ ଦିଲ୍ଲୀ ଉପରାଜ୍ୟାପାଳଙ୍କୁ କୁହାଯାଇଛି।

ଏହାପୂର୍ବରୁ ରବିବାର ଦିନ ତିହାର ଜେଲରୁ ଜାମିନରେ ମୁକ୍ତ ହେବା ପରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ଅପ୍ରତ୍ୟାଶିତ ନିଷ୍ପତ୍ତି ଘୋଷଣା କରି କହିଥିଲେ ଯେ, ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ଆଗାମୀ ଦିନରେ ଜନସାଧାରଣ ତାଙ୍କୁ 'ସଚ୍ଚୋଟତା' ପ୍ରଦାନ କଲେ ହିଁ ସେ ଏହି ପଦକୁ ଫେରିବେ। ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲୋକେ ତାଙ୍କୁ ସର୍ଚ୍ଚୋଟତାର ସାର୍ଟିଫିକେଟ୍ ଦେବେ। ଏଥିସହ ସେ ଦିଲ୍ଲୀରେ ଶୀଘ୍ର ନିର୍ବାଚନ କରିବାକୁ ଦାବି କରିଛନ୍ତି। ଆସନ୍ତା ବର୍ଷ ଫେବୃଆରୀ ୨୩ ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ ଏବଂ ଫେବୃଆରୀ ଆରମ୍ଭରେ ନିର୍ବାଚନ ହେବାର ସମ୍ଭାବନା ରହିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.