ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବଡ଼ ବିପଦରୁ ରକ୍ଷା ପାଇଗଲା ପୃଥିବୀ, ୧୬ ଲକ୍ଷ କିମି ଦୂରରୁ ଅତିକ୍ରମ କଲା ‘୨୦୨୪ ଆର୍‌ଏନ୍‌୧୬’

ନୂଆଦିଲ୍ଲୀ ୧୭/୦୯:  ବଡ଼ ବିପଦରୁ ରକ୍ଷା ପାଇଗଲା ପୃଥିବୀ । ସେପ୍ଟେମ୍ବର ୧୬  ତାରିଖ ଅର୍ଥାତ୍‌ ଗତକାଲି ଦିନ ପ୍ରାୟ ୨.୩୦ରେ ‘୨୦୨୪  ଆର୍‌ଏନ୍‌୧୬’ ନାମକ ଗ୍ରହାଣୁ ପୃଥିବୀଠୁ ମାତ୍ର ୧୬  ଲକ୍ଷ କିମି ଦୂରରୁ ଅତିକ୍ରମ କଲା । ଅର୍ଥାତ୍‌  ଚନ୍ଦ୍ରର ଦୂରତାରୁ କେବଳ ୪ ଗୁଣ ଅଧିକ ।  ୧୧୦ ଫୁଟ ଚଉଡ଼ା ଏହି ଗ୍ରହାଣୁର ବେଗ  ଘଣ୍ଟାପ୍ରତି ୧.୦୪ ଲକ୍ଷ କିମି ଥିଲା । ଏହା  ସେହି ଆପୋଲୋ ଗ୍ରୁପ୍‌ ଗ୍ରହାଣୁ, ଯାହାକୁ  ପୃଥିବୀ ପାଇଁ ବିପଦପୂର୍ଣ୍ଣ ବିବେଚନା  କରାଯାଏ । 

ସୂଚନାଯୋଗ୍ୟ, ଆପୋଲୋ  ଗ୍ରହାଣୁଗୁଡ଼ିକ ପୃଥିବୀ ନିକଟସ୍ଥ ଗ୍ରହାଣୁ  ସମୂହର । ୧୯୩୦ ମସିହାରେ ଜର୍ମାନ ମହାକାଶଚାରୀ କାରି ରେନ୍‌ମୁଥଙ୍କ ‘୧୮୬୨ ଆପୋଲୋ’ ଆବିଷ୍କୃତ ହୋଇଥିବାରୁ  ଏଗୁଡ଼ିକୁ ଆପୋଲୋ ଗ୍ରହାଣୁ ରୂପେ ନାମକରଣ କରାଯାଇଛି । ଏହି ଗ୍ରହାଣୁ ପୃଥିବୀ ଓ ସୂର୍ଯ୍ୟ ମଧ୍ୟଦେଇ ଅତିକ୍ରମ  କରେ । ଏହାର ବିଶେଷତ୍ୱ ହେଉଛି  ପୃଥିବୀର ଅତି ନିକଟରୁ  ଏହା ଅତିକ୍ରମ କରିଥାଏ ।  ତେବେ ଗତକାଲି ପୃଥିବୀ  ନିକଟରୁ ଅତିକ୍ରମ  କରିଥିବା ଗ୍ରହାଣୁ ଯଦି  ପୃଥିବୀରେ ଧକ୍କା ହୋଇଥିଲେ,  ସାମୂହିକ ବିଲୁପ୍ତି ହୋଇଥାନ୍ତା । 

ନାସାର  ସୂଚନା ଅନୁସାରେ, ୨୦୨୪ ଆର୍‌ଏନ୍‌୧୬ ଗ୍ରହାଣୁ  ପୃଥିବୀ ବାୟୁମଣ୍ଡଳକୁ ଆସିଥିଲେ ପୃଷ୍ଠଠୁ ୨୯ କିମି ଉପରେ  ବିସ୍ଫୋରଣ ହୋଇଥାନ୍ତା । ଏଥିରୁ ୧୬ ମେଗାଟନ୍‌ ଟିଏନ୍‌ଟି  ଭଳି ଉର୍ଜ୍ଜା ନିର୍ଗତ ହୋଇଥାନ୍ତା । ଏ ଭଳି ଧକ୍କାରୁ  ଭୟାନକ ତରଙ୍ଗ ସୃଷ୍ଟି ହୁଏ । ଏଭଳି ଘଟଣା  ୯୯୯ ବର୍ଷରେ ଥରେ ଘଟିଥାଏ । ଏହି ଆସନ୍ନ ବିପଦର ମାର୍ଗ ଓ ବେଗ ବିଷୟରେ ଜାଣିବା ଲାଗି ନାସାର ସେଣ୍ଟର  ଫର୍‌ ନିଅର-ଆର୍ଥ୍‌ ଅବ୍‌ଜେକ୍ଟସ ଷ୍ଟଡି  ଗ୍ରହାଣୁ ଉପରେ ନିରନ୍ତର ନଜର ରଖିଥିଲା ।  ଏଥିସହ ମାଇନର ପ୍ଲାନେଟ୍‌ ସେଣ୍ଟର,  ଗୋଲ୍ଡଷ୍ଟୋନ୍‌ ସୋଲାର ସିଷ୍ଟମ୍‌ ରାଡାର ମଧ୍ୟ ଏହା  ଉପରେ ନଜର ରଖିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.