ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଶେଷ ହେବ ଅପେକ୍ଷା, ଖୁବ୍ ଶୀଘ୍ର ହେବ ଜନଗଣନା: ଜାତିଗତ ଜନଗଣନାକୁ ନେଇ ଜାଣନ୍ତୁ କହିଲେ ଶାହ ?

ନୂଆଦିଲ୍ଲୀ,୧୭।୯: ଭାରତରେ ଖୁବ୍ ଶୀଘ୍ର ହେବାକୁ ଯାଉଛି ଜନଗଣନା। ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଛନ୍ତି ସଙ୍କେତ। ତେବେ ସେ ତାରିଖ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଏହା ସହ ସେ ଜାତିଗତ ଜନଗଣନା ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି। ନିକଟରେ  ଖବର ଆସିଥିଲା ଯେ, ଦେଶ ଜନଗଣନା ପାଇଁ ପ୍ରସ୍ତୁତି କରୁଛି। ୨୦୧୧ ପରେ ଦେଶରେ ଜନଗଣନା ହୋଇ ନାହିଁ।

ଜାତିଗତ ଜନଗଣନାକୁ ନେଇ ପଚରା ଯାଇଥିବା ପ୍ରଶ୍ନରେ ଶାହ କହିଛନ୍ତି, ଯେତେବେଳେ ବି ଆମେ ଜନଗଣନାର ଘୋଷଣା କରିବୁ, ସେତେବେଳେ ସବୁ ସୂଚନା ସାର୍ବଜନୀନ କରାଯିବ। ଏହା ପୂର୍ବରୁ ୨୦୨୧ ରେ ଜନଗଣନା ହେବାର ଥିଲା, କିନ୍ତୁ କରୋନା ମହାମାରୀ କାରଣରୁ ପକ୍ରିୟା ଆରମ୍ଭ ହୋଇପାରିନଥିଲା। ଜନଗଣନାର ପ୍ରଥମ ପର୍ଯ୍ୟାୟ ୧ ଏପ୍ରିଲ ୨୦୨୦ ରେ ଆରମ୍ଭ ହେବାର ଥିଲା, କିନ୍ତୁ ଏହାକୁ ଘୁଞ୍ଚାଇବାକୁ ପଡିଥିଲା। 

ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ରବିବାର କହିଥିଲେ ଜନଗଣନାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଓ ଖୁବ୍ ଶୀଘ୍ର ଏହାକୁ ‌ଆରମ୍ଭ କରାଯିବ। ଟାଇମ୍ସ ଅଫ୍ ଇଣ୍ଡିଆ ସହ ଆଲୋଚନା କରି ସରକାରଙ୍କ ଜଣେ ଶୀର୍ଷ ପଦାଧିକାରୀ କହିଥିଲେ, ଜନଗଣନା କରିବାର କାମ ପୂର୍ବରୁ ଜାରି ରହିଛି। ଏ ସମ୍ପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯାଇ ପାରେ।’ ସବୁଠାରୁ ଖାସ୍ କଥା ଯେ, ଗତ ବର୍ଷ ଲାଗୁ ହୋଉଥିବା ମହିଳା କୋଟା ମଧ୍ୟ ଜନଗଣନା ସହ ଯୋଡା ହୋଇ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.