ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଆଫଗାନିସ୍ତାନରେ ପୋଲିଓ ଟିକାକରଣକୁ ରୋକିଲା ତାଲିବାନ

କାବୁଲ,୧୭/୦୯: ଆଫଗାନିସ୍ତାନରେ ଜାତିସଂଘ ପକ୍ଷରୁ ଚାଲିଥିବା ପୋଲିଓ ଟିକାକରଣ ଅଭିଯାନକୁ ତାଲିବାନ ରୋକିଛି । ତେବେ କାହଁକି ରୋକାଯାଇଛି ତାର କାରଣ ଦର୍ଶାଯାଇନାହିଁ । ବିଶ୍ୱରେ ପୋଲିଓ ବ୍ୟାପିଥିବା ଦୁଇ ଦେଶ ମଧ୍ୟରୁ ଆଫାଗାନିସ୍ତାନ ଅନ୍ୟତମ । ଏହାବ୍ୟତୀତ ପାକିସ୍ତାନରେ ମଧ୍ୟ ପୋଲିଓ ବ୍ୟାପିବାରେ ଲାଗିଛି ।

ଚଳିତ ମାସରୁ ଘରକୁ ଘର ବୁଲି ପିଲାମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ  ଯୋଜନା କରାଯାଇଥିଲା । କିନ୍ତୁ ତାଲିବାନ ପକ୍ଷରୁ ଅନୁମତି  ଦିଆଯାଇନାହିଁ । ଗତ ଜୁନ ମାସରୁ ଡବ୍ଲ୍ୟୁଏଚ୍‌ଓ କର୍ମୀମାନେ  ଘରକୁ ଘର ବୁଲି ପିଲାଙ୍କୁ ପୋଲିଓ ବୁନ୍ଦା ଦେଉଛନ୍ତି । ଶିବିର କରାଯାଇ ପୋଲିଓ ବୁନ୍ଦା ଦିଆଯିବା ଅପେକ୍ଷା ଏହା ବେଶ୍‌ ପ୍ରଭାବୀ ହୋଇପାରୁଛି । କିନ୍ତୁ ଘରକୁ ଘର ବୁଲିବାକୁ ନେଇ ତାଲିବାନ ନାରାଜ ହୋଇଥିବା ଜଣାପଡିଛି ।  ତେଣୁ ଏହାକୁ ରୋକାଯାଇଛି । 

ଗତବର୍ଷ ଦେଶରେ ୬ଟି  ପୋଲିଓ ମାମଲା ଚିହ୍ନଟ ହୋଇଥିଲା ବେଳେ ଚଳିତବର୍ଷ  ଏପର୍ଯ୍ୟନ୍ତ ୧୮ଟି ମାମଲା ଚିହ୍ନଟ ହୋଇଛି । ସେହିଭଳି ପାକିସ୍ତାନରେ ଆତଙ୍କୀମାନେ ପୋଲିଓ କର୍ମୀଙ୍କୁ ଟାର୍ଗେଟ କରୁଥିବାରୁ ସେଠାରେ ଟିକାକରଣ ପ୍ରଭାବିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.