ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

କେହି ମୋତେ ଶୁଭେଚ୍ଛା ଜଣାନ୍ତୁ ନାହିଁ କି ଫୁଲମାଳ ପିନ୍ଧାନ୍ତୁ ନାହିଁ : ଆସିଲା ଆତିଶିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୭।୯:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା । ଆପ୍ ବିଧାୟକ ଦଳ ବୈଠକରେ ଆତିଶିଙ୍କ ନାଁ ଉପରେ ଲାଗିଛି ମୋହର। ଏନେଇ ଆସିଛି ଆତିଶିଙ୍କ ପ୍ରତିକ୍ରିୟା। ଆତିଶି କହିଛନ୍ତି, କେଜ୍ରିଓ୍ବାଲ ଏହି ପଦକୁ ନଫେରିବା ପର୍ଯ୍ୟନ୍ତ ମୁଁ ତାଙ୍କ ମାର୍ଗଦର୍ଶନରେ କାମ କରିବି। ଦିଲ୍ଲୀର ଲୋକଙ୍କୁ ମାଗଣା ବିଜୁଳି, ଭଲ ଶିକ୍ଷା ଓ ମାଗଣା ଚିକିତ୍ସା ଭଳି ସୁବିଧା ମିଳୁଛି। ବିଧାୟକ ଦଳର ନେତା ଭାବରେ ଚୟନ ହୋଇଥିବା ଆତିଶି ନିଜର ପ୍ରଥମ ପ୍ରତିକ୍ରିୟାରେ ଖୁସିଠାରୁ ଅଧିକ ଦୁଃଖ ପ୍ରକାଶ କରିଛନ୍ତି ଯେ, କେଜ୍ରିଓ୍ବାଲଙ୍କୁ ପଦରୁ ଇସ୍ତଫା ଦେବାକୁ ପଡୁଛି। ଏହି ସମୟରେ ସେ ଦୁଃଖି ଥିବା ତାଙ୍କ ମୁହଁରୁ ଜଣାପଡୁଥିଲା।

ଆତିଶି ଦିଲ୍ଲୀର ବିଧାୟକ ଓ ଜନତାଙ୍କୁ ଅପିଲ କରିଛନ୍ତି, କେହି ମୋତେ ଶୁଭେଚ୍ଛା ଜଣାନ୍ତୁ ନାହିଁ କିମ୍ବା ଫୁଲମାଳ ପିନ୍ଧାନ୍ତୁ ନାହିଁ। ଆପ୍‌ ପରେ ନିଜେ ଆତିଶି ସ୍ପଷ୍ଟ କରିଛନ୍ତି, ସେ ଏହି ସରକାରଙ୍କ କାର୍ଯ୍ୟକାଳ ପୂରଣ ହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ ଓ ନୂଆ ନିର୍ବାଚନ ପରେ ଯଦି ପାର୍ଟି ସରକାର ଗଠନ କରେ  ତେବେ କେଜ୍ରିଓ୍ବାଲ ହିଁ ମୁଖ୍ୟମନ୍ତ୍ରୀ ରହିବେ। ଦିଲ୍ଲୀର ଲୋକ, ଆମ ଆଦମୀ ପାର୍ଟି ବିଧାୟକ ଓ ଆଗାମୀ କିଛିମାସ ପଯ୍ୟନ୍ତ ର୍ବାଚନ ଯାଏଁ  ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଏକ ଉଦେଶ୍ୟ ନେଇ କାମ କରିବି। ଆମେ କେଜ୍ରିଓ୍ବାଲଙ୍କ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁ।  ମୁଁ ଯେଉଁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଛି  ମୋର ଗୋଟିଏ ଲକ୍ଷ୍ୟ ରହିବ, ମୋତେ ଜଣା ଅଛି ବିଜେପି ଏଲଜିଙ୍କ ଜରିଆରେ  ଦିଲ୍ଲୀ ଲୋକଙ୍କ ବିରୋଧରେ ଷଡଯନ୍ତ୍ର କରୁଛି। ସେ ଦିଲ୍ଲୀର ଲୋକଙ୍କୁ ମାଗଣା ବିଜୁଳି, ମାଗଣା ଔଷଧ ଏବଂ ଭଲ ଶିକ୍ଷା ଦେବାକୁ ଚେଷ୍ଟା କରିବ। ଯେଉଁ ପଯ୍ୟନ୍ତ ଏହି ଦାୟିତ୍ବ ମୋ ପାଖରେ ଅଛି। ମୁଁ ଦିଲ୍ଲୀ ଲୋକଙ୍କ ରକ୍ଷା କରିବାକୁ ଚେଷ୍ଟା କରିବି ଓ କେଜ୍ରିଓ୍ବାଲଙ୍କ ମାର୍ଗ ଦର୍ଶନରେ କାମ କରିବି। 

ଆତିଶି କହିଛନ୍ତି, ସେ ଯେତିକି ଖୁସି, ତାଠାରୁ ଅଧିକ ଦୁଃଖି, କାରଣ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଲା। ମୁଁ ସବୁଠାରୁ ପ୍ରଥମେ ଦିଲ୍ଲୀର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ଆମ ଆଦମୀ ପାର୍ଟିର ନେତା, ମୋ ଗୁରୁ ଅରବିନ୍ଦ କ୍ରେଜିଓ୍ବାଲଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ସେ ମୋତେ ଏତେ ବଡ଼ ଦାୟିତ୍ବ ଦେଲେ। କିନ୍ତୁ ମୋ ମନରେ ଖୁସିଠାରୁ ଅଧିକ ଦୁଃଖ । ଦିଲ୍ଲୀର ଲୋକପ୍ରିୟା ମୁଖ୍ୟମନ୍ତ୍ରୀ ଓ ମୋର ବଡ଼ ଭାଇ ଅରବିନ୍ଦ କେଜ୍ରିଓ୍ବାଲ ଆଜି ଇସ୍ତଫା ଦେଉଛନ୍ତି। ମୁଁ ଆଜି କେବଳ ଏତିକି କହିବାକୁ ଚାହୁଁଛି, ଦିଲ୍ଲୀର କେବଳ ଜଣେ ମୁଖ୍ୟମନ୍ତ୍ରୀ ଆଉ ସେ ହେଉଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.