ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଡାକ୍ତରଙ୍କ ସହ ବୈଠକ ପରେ ମମତା ବାନାର୍ଜୀଙ୍କ ବଡ଼ ନିଷ୍ପତ୍ତି, ବୀନିତ ଗୋୟଲଙ୍କ ସ୍ଥାନ ନେଲେ ମନୋଜ ବର୍ମା

କୋଲକାତା: ଆଇପିଏସ୍‌ ଅଧିକାରୀ ମନୋଜ କୁମାର ବର୍ମା କୋଲକାତାର ନୂଆ ପୋଲିସ କମିଶନର ଭାବରେ ନିଯୁକ୍ତି ପାଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ପୂର୍ବତନ ପୋଲିସ କମିଶନର ବୀନିତ ଗୋୟଲଙ୍କୁ ହଟାଇ ମନୋଜ ବର୍ମାଙ୍କୁ ଦାୟିତ୍ବ ଦେଇଛନ୍ତି । ଗତକାଲି (ସୋମବାର) ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଜୁନିୟର ଡାକ୍ତରମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହା ପରେ ଆଜି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ୧୯୯୮ ବ୍ୟାଚର ଆଇପିଏସ୍‌ ଅଧିକାରୀ ମନୋଜ ବର୍ମା ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ବିଭାଗର ଏଡିଜି ଥିଲେ ।  ଏହା ପୂର୍ବରୁ ସେ ବାରାକପୋର ପୋଲିସ କମିଶନର ଥିଲେ । 

ସେପ୍ଟେମ୍ବର ୧୦ରୁ ସ୍ବାସ୍ଥ୍ୟ ବଭନ ସମ୍ନାରେ ଆନ୍ଦୋଳନ କରିଆସିଥିବା ଡାକ୍ତରମାନେ ବୀନିତ ଗୋୟଲଙ୍କ ଇସ୍ତଫା ଦାବି କରିଥିଲେ । କେବେଳ ବୀନିତ ଗୋୟଲ ନୁହନ୍ତି ବରଂ ପୀଡ଼ିତାଙ୍କ ପରିବାର ଅଭିଯୋଗ ଆଣିଥିବା କୋଲକାତା ପୋଲିସ (ଉତ୍ତର) ଡିସିପିଙ୍କୁ ପଦରୁ ହଟାଇ ଦିଆଯାଇଛି । ଏହା ସହ ମେଡିକାଲ ଶିକ୍ଷାର ନିର୍ଦ୍ଦେଶକ କୌସ୍ତବ ନାଏକ ଏବଂ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଦେବାଶିଷ ହଳଦରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ବାହାର କରିଦେଇଛନ୍ତି। ଏଭଳି ସ୍ଥିତିରେ ନୂଆ ପୋଲିସ କମିଶନର ମନୋଜ ବର୍ମାଙ୍କ ଉପରେ ଚାପ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । 

କୋଲକାତାରେ ଆଇନ ଶୃଙ୍ଖଳା ପରିଚାଳନା କରିବାକୁ ମନୋଜ ବର୍ମାଙ୍କ ସାମ୍ନାରେ ଅନେକ ଆହ୍ବାନ ରହିଛି । ନୂଆ ପୋଲିସ କମିଶନର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ  ହତ୍ୟା ମାମଲା ଏବଂ ଆଗାମୀ ଦୁର୍ଗାପୂଜାର ସୁପରିଚାଳନା କିଭଳି କରିବେ ତା ଉପରେ ସମସ୍ତଙ୍କ ନଜର ରହିବ । ପଶ୍ଚିମ ବେଙ୍ଗଲରେ ଜଣେ ଦକ୍ଷ ପୋଲିସ ଅଧିକାରୀ ମନୋଜ ବର୍ମା ବହୁ ପ୍ରଭାବିତ ଅଞ୍ଚଳରେ ନିଜର ଦକ୍ଷତାର ପ୍ରମାଣ ଦେଇଛନ୍ତି । ଆଗରେ ରହି ଅନେକ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି । ଅନେକ ଅପରେସନ କରି ମାଓ ଦମନ କରିବାରେ ସଫଳ ହୋଇଥିବା ମନୋଜ ବର୍ମାଙ୍କ ହାତରେ ଏବେ କୋଲକାତାର ଦାୟିତ୍ବ ରହିଛି। 

 

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.