ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଜୀବନସାଥୀ ସନ୍ଧାନ ଲାଗି ମହିଳାଙ୍କ ଅଜବ ସର୍ତ୍ତ;ସ୍ୱାମୀଙ୍କ ୩୦ ଲକ୍ଷ ଦରମା, ରହିବେନି ଶାଶୂ-ଶ୍ୱଶୁର

ସମୟ ବଦଳିବା ସହିତ ଆଜିକାଲି ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ବହୁ ସଂଖ୍ୟାରେ ବିବାହ ହେଉଛି । ମାଟ୍ରିମୋନିଆଲ୍‌ ସାଇଟ୍‌ରେ ଲୋକମାନେ ନିଜର ଭାବୀ ସ୍ୱାମୀ/ପତ୍ନୀ କିଭଳି ହେବା ଦରକାର ସେ ସଂପର୍କରେ ସୂଚନା ଦେଇଥାନ୍ତି । ଏଥିସହିତ ନିଜ ପସନ୍ଦ, ନାପସନ୍ଦ ସଂପର୍କରେ ମଧ୍ୟ ଖୋଲାଖୋଲି ଲେଖିଥାନ୍ତି । ତେବେ ନିକଟରେ ଜଣେ ମହିଳା ଏକ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ତାଙ୍କୁ କିଭଳି ସ୍ୱାମୀ ଦରକାର ସେ ବିଷୟରେ କରିଥିବା ଏକ ପୋଷ୍ଟ ଭାଇରାଲ୍‌ ହେଉଛି ।

 ସେଥିରେ ମହିଳା(୩୯) ଦର୍ଶାଇଛନ୍ତି, ସେ ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରନ୍ତି । ତାଙ୍କର ମାସିକ ରୋଜଗାର ୧୧ ହଜାର ଟଙ୍କା । ସେ ଛାଡ଼ପତ୍ର ନେଇଥିବାବେଳେ ରୋଷେଇ ଜାଣନ୍ତି ନାହିଁ । କିନ୍ତୁ ପଞ୍ଚତାରକା ହୋଟେଲର ଖାଦ୍ୟ ଖାଇବା ତାଙ୍କୁ ବେଶ୍‌ ପସନ୍ଦ । ସେହିପରି ସେ ଲୁଇ ଭୁଇଟନ୍‌ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି । ବିବାହ ଲାଗି ତାଙ୍କୁ ୩୪-୩୯ ବର୍ଷ ମଧ୍ୟରେ ଫିଟ୍‌ ଓ ଅବିବାହିତ ଯୁବକ ଆବଶ୍ୟକ । ଭାବୀ ସ୍ୱାମୀ ଆମେରିକାରେ ଏମ୍‌ବିଏ କିମ୍ବା ଏମ୍‌ଏସ୍‌ କରିଥିବା ଦରକାର । ସେ ଭାରତ, ଆମେରିକା କିମ୍ବା ୟୁରୋପରେ ଚାକିରି କରୁଥିଲେ ଭଲ । ତାଙ୍କର ମାସିକ ଦରମା ଅତି କମ୍‌ରେ ୩୦ ଲକ୍ଷ ହେବା ଦରକାର । ଯଦି ସେ ଏନ୍‌ଆରଆଇ ହୋଇଥିବେ ତେବେ ବର୍ଷକୁ ୯୬ ୦୦୦ ଆମେରିକୀୟ ଡଲାର ରୋଜଗାର କରୁଥିବେ । ତାଙ୍କ ପାଖରେ ୩ ବିଏଚ୍‌କେ ଘର ବି ଥିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେତିକି ନୁହେଁ, ବିବାହ ପରେ ମହିଳା ଭାବୀ ଶାଶୂ, ଶ୍ୱଶୁରଙ୍କୁ ପାଖରେ ରଖିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ସୋସିଆଲ୍‌ ମିଡିଆରେ ଏହି ପୋଷ୍ଟକୁ ଖୁବ୍‌ ସମାଲୋଚନା କରାଯାଉଛି । ଜଣେ ୟୁଜର ଲେଖିଛନ୍ତି, ଏହା ବିବାହ ନୁହେଁ, ବ୍ୟବସାୟିକ ବୁଝାମଣା ଭଳି ଲାଗୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.