ଭୁବନେଶ୍ୱର,୧୬/୦୪: ଭୁବନେଶ୍ୱର ଆର୍ଟିଓ-୨ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରାକ୍ଟରକୁ ପିଟିଲା ଟ୍ରାଭେଲର୍ । ଦୁର୍ଘଟଣାରେ ଉଭୟ ଗାଡ଼ି ଚୁରମାର ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପିସିଆର୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛି ।
ସୂଚନା ମୁତାବକ, ବୁଧବାର ସକାଳୁ ଆର୍ଟିଓ-୨ ନିକଟରେ ଟ୍ରାକ୍ଟରଟି ଯାଉଥିବା ବେଳେ ଏକ ଟ୍ରାଭେଲର୍ ଆସି ତାକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଉଭୟ ଗାଡ଼ି ଚୁରମାର ହୋଇଯାଇଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ଏବଂ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ଇନ୍ଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ କଣ୍ଟ୍ରୋଲ କରିଛି ।