ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଶିବ ତାଣ୍ଡବ ବିବାଦ : ଜବାବ ଦାଖଲ ଲାଗି ସମୟ ନେଲେ ତପି ମିଶ୍ର

Published By : Prameya | April 16, 2025 10:14 AM

କଟକ,୧୬/୦୪: ଶିବ ତାଣ୍ଡବ ସ୍ତୋତ୍ରର ଓଡ଼ିଆ ଅନୁବାଦକୁ କେନ୍ଦ୍ର କରି କଟକ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ରୁଜୁ ମାମଲାରେ ପ୍ରତିପକ୍ଷ ୟୁଟ୍ୟୁବର୍‌ ତଥା ଅଭିନେତା ତପି ମିଶ୍ର ଜବାବ ଦାଖଲ ପାଇଁ ସମୟ ଲୋଡ଼ିଛନ୍ତି। ଅଦାଲତ ଏଥିପାଇଁ ଅନୁମତି ପ୍ରଦାନ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ତାରିଖକୁ ଧାର୍ଯ୍ୟ କରିଛନ୍ତି । ଏଥିସହ ଏହି ମାମଲାରେ ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରହିଛି । 

ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ଗାନ କରି ତପି ମିଶ୍ର କପି ରାଇଟ୍‌ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ରତ୍ନା ଫିଲ୍ମସ୍‌ ପକ୍ଷରୁ କଟକ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ମାମଲା ରୁଜୁ କରାଯାଇଛି । ଅଦାଲତ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ତପି ମିଶ୍ରଙ୍କୁ ନୋଟିସ୍‌ ଜାରି କରିଥିଲେ । ଏଥିସହ ଅନ୍ତରୀଣ ଆଦେଶରେ ବନସ୍ମିତା ପତିଙ୍କ ଦ୍ୱାରା ଲିଖିତ ଓଡ଼ିଆ ଶିବ ତାଣ୍ଡବ ସ୍ତୋତ୍ରକୁ ତପି ମିଶ୍ର ପ୍ରକାଶ ବା ପ୍ରସାରଣ କରିପାରିବେ ନାହିଁ ବୋଲି ରହିତାଦେଶ ଜାରି କରିଥିଲେ । ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇଥିଲା । ତପି ମିଶ୍ର ଜବାବ ଦାଖଲ କରିନପାରି ମହଲତ ଲୋଡିଥିଲେ । ଅଦାଲତ ଏଥିପାଇଁ ତାଙ୍କୁ ସମୟ ପ୍ରଦାନ କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ଯାତ୍ରା ଭିତରେ ବି ଯାତ୍ରା : ନରି-ପ୍ରତାପ ବ୍ୟାନ୍‌, ପୀୟୂଷଙ୍କୁ ବିଶ୍ରାମ... କୋଟି କୋଟି ଟଙ୍କାର ଫିକ୍ସିଂ ଆଉ ସଟ୍ଟାବାଜି, କୁଆଡ଼େ ଗଲା ସରକାରଙ୍କ ମାର୍ଗଦର୍ଶିକା?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.