ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ପାଠ ଠକଙ୍କ ପ୍ରକ୍ସି ଦିନ ଗଲା, ଏଣିକି କ୍ଲାସରୁମ୍‌ରେ ଏଆଇ ନେଉଛି ଉପସ୍ଥାନ...

Published By : Prameya | April 18, 2025 1:52 PM

ଭୁବନେଶ୍ୱର,୧୮/୦୪ (ପ୍ରଜ୍ଞା ଚୌଧୁରୀ): ପାଠ ଠକଙ୍କ ଦୁଃଖ । ଆଉ ସେମାନେ ସହପାଠୀଙ୍କୁ କହି ମିଛ ଉପସ୍ଥାନ  (ପ୍ରକ୍ସି) ପକାଇ ପାରୁନାହାନ୍ତି ବା କ୍ଲାସ ବଙ୍କ୍‌ ମାରିପାରୁ ନାହାନ୍ତି । କେବଳ ଏତିକି  ନୁହେଁ, ଅଧ୍ୟାପକ ଅଧ୍ୟାପିକାଙ୍କୁ ମଧ୍ୟ ଆଉ ନାଁ ଡାକି ଡାକି ପିଲାଙ୍କ ଉପସ୍ଥାନ ନେବାକୁ ପଡୁନାହିଁ । ଗୁଣାତ୍ମକ ଶିକ୍ଷାଦାନ  ଦିଗରେ ସମୟ ନଷ୍ଟ ମଧ୍ୟ ହେଉନି । କାରଣ  ଏଇ ଦାୟିତ୍ୱ ମୁଣ୍ଡାଇଲାଣି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) । ମାତ୍ର  ୨-୩ ମିନିଟ୍‌ରେ ପୂରା କ୍ସାସରେ ଉପସ୍ଥିତ  ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଗ୍ରହ କରିବା  ସହ ମାସିକ, ବାର୍ଷିକ ରେକର୍ଡ ମଧ୍ୟ  ପ୍ରସ୍ତୁତ କରିହେଉଛି । ରାଜ୍ୟରେ ପ୍ରଥମ  କରି ଶ୍ରେଣୀଗୃହରେ ଏଆଇ ଟେକ୍ନୋଲୋଜି ଆପଣାଇଛି ଓଡ଼ିଶା ବୈଷୟିକ ଓ  ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର) । 

ବିଶ୍ୱବିଦ୍ୟାଳୟ ନିଜର ଟେକ୍ନୋଲୋଜି  ବିଜନେସ ଇନକ୍ୟୁବେଟର୍‌ ଓୟୁଟିଆର୍‌- ଫାଇନ୍‌ (ଏଫଆଇଏନଇ) ଜରିଆରେ ‘ଜାଜି’(ଜେଏଜେଡ୍‌ଜେଡ୍‌ଇଇ) ନାମକ  ଏକ ଷ୍ଟାର୍ଟଅପ୍‌ କମ୍ପାନୀ ସହାୟତାରେ ଏହି  ନବସୃଜନ ପଦ୍ଧତି ସୃଷ୍ଟି କରିଛି । କମ୍ପାନୀ  ପ୍ରତିଷ୍ଠାତା ସୁଚିତ୍‌ ମିଶ୍ରଙ୍କ କହିବା ହେଲା,  କ୍ୟାବ୍‌ ଟେକ୍ନୋଲୋଜିରୁ ଅନୁପ୍ରାଣିତ  ହୋଇ ଏହି ଆପ୍‌ ତିଆରି କରାଯାଇଛି । ପରୀକ୍ଷାମୂଳକ ଭାବରେ କମ୍ପ୍ୟୁଟର ସାଇନ୍ସ,  ମେକାନିକାଲ୍‌ ଏବଂ ବାୟୋଟେକ୍ନୋଲୋଜି  ବିଭାଗର ଦ୍ୱିତୀୟ ଏବଂ ତୃତୀୟ ବର୍ଷ  କ୍ଲାସରେ ଏହାକୁ ପ୍ରୟୋଗ କରାଯାଇଛି ।  

ଆସନ୍ତା ଜୁଲାଇ ମାସରୁ ସମସ୍ତ ବିଭାଗରେ ଏହାକୁ ବ୍ୟବହାର କରାଯିବ । ଏହି  ଅଟୋମେଟେଡ୍‌ ଆଟେଣ୍ଡାନ୍ସ ପଦ୍ଧତି ଦ୍ୱାରା ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ଉଭୟେ  ଉପକୃତ ହେଉଛନ୍ତି । ସାଧାରଣତଃ  ବିଟେକ୍‌ ପାଠ୍ୟକ୍ରମରେ ଗୋଟିଏ ଗୋଟିଏ  କ୍ସାସରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୦୦  କିମ୍ବା ତା’ଠାରୁ ଅଧିକ ଥାଏ । ଗୋଟିଏ  ପିରିୟଡ୍‌ ୬୦ ମିନିଟ୍‌ର ହୋଇଥାଏ ।  ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଉପସ୍ଥାନ  ନେବାକୁ ଜଣେ ଅଧ୍ୟାପକଙ୍କୁ ପ୍ରାୟ ୩୦  ମିନିଟ୍‌ ସମୟ ଲାଗିଯାଏ । ଏହାବାଦ୍‌ ପାଠ  ଠକମାନେ ସାଙ୍ଗସାଥୀଙ୍କୁ କହି ପ୍ରକ୍ସି ମଧ୍ୟ  ଲଗାଇଥାନ୍ତି । ପ୍ରତି କ୍ସାସରେ ୩୦ ମିନିଟ୍‌  ସମୟ ନଷ୍ଟ ଦ୍ୱାରା ପିଲାଙ୍କୁ ଫଳପ୍ରଦ ଶିକ୍ଷା  ପ୍ରଦାନ କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ।  ତେବେ ଏଆଇ ଉପସ୍ଥାନ ପଦ୍ଧତି ଦ୍ୱାରା ଏ  ସବୁ ମୁଣ୍ଡବ୍ୟଥା ଦୂର ହୋଇଛି ।  

ଏଆଇ ଉପସ୍ଥାନ ଲାଗି ଉଭୟ  ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କୁ ଗୋଟିଏ  ଗୋଟିଏ ମୋବାଇଲ୍‌ ଆପ୍‌ ଦିଆଯାଇଛି ।  ଅଧ୍ୟାପକ କ୍ସାସରୁମକୁ ଆସିବା ପରେ ନିଜ  ମୋବାଇଲରେ ଆପ୍‌ଟିକୁ ଓଟିପି ଦ୍ୱାରା  ଲଗ୍‌ ଇନ୍‌ କରିବାକୁ ପଡିବ । ଏହାପରେ  ଏକ କ୍ୟୁଆର୍‌ କୋର୍ଡ ଜେନେରେଟ୍‌ ହେବ,  ଯାହାର ଅବଧି କେବଳ ୧୦ ମିନିଟ୍‌ ପାଇଁ ।  ଏହି କ୍ୟୁଆର୍‌ ସ୍କାନର୍‌ ଶ୍ରେଣୀଗୃହରେ  ପିଲାଙ୍କୁ ସ୍କାନ କରିବା ସହ ଉପସ୍ଥିତ  ସବୁ ଛାତ୍ରଛାତ୍ରୀଙ୍କ ମୋବାଇଲକୁ ଏକ  ନୋଟିଫିକେସ୍‌ ଛାଡିବ । ଛାତ୍ରଛାତ୍ରୀମାନେ  ନିଜ ଫୋନରେ ଇନଷ୍ଟାଲ୍‌ ଥିବା ଆପ୍‌  ଖୋଲି ନୋଟିଫିକେସନ୍‌ରେ କ୍ଲିକ୍‌ କରି  ନିଜ ଉପସ୍ଥିର୍ର ପ୍ରମାଣ ଦେବେ । ତେବେ  କ୍ଲାସରୁମର ନିର୍ଦ୍ଦିଷ୍ଟ ପରିଧି ଭିତରେ  ହିଁ ଏହି ଆପ୍‌ କାମ କରିବ, କ୍ସାସ୍‌  ବାହାରେ ଥିବା ପିଲା ଏହାକୁ ବ୍ୟବହାର  କରିପାରିବେ ନାହିଁ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.