ଭୁବନେଶ୍ୱର, ୧୯/୦୪: ତିନି ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ । ଶନିବାର ଦିନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଓ ତାଙ୍କ ଧର୍ମପତ୍ନୀ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା' ତାରିଣୀଙ୍କ ପୀଠରେ ପହଞ୍ଚି ମା'ଙ୍କ ଦର୍ଶନ ଲାଭ କରିଛନ୍ତି ।
ମା'ଙ୍କ ଦର୍ଶନ କରିବା ପରେ ସେ ମା' ତାରିଣୀଙ୍କ ବଡ ଭକ୍ତ ବୋଲି କହିବା ସହିତ ନିଜ ପରିବାରର ମଙ୍ଗଳ କାମନା କରିଛନ୍ତି । କେବଳ ସେତିକି ନୁହେଁ, ଏହା ସହ ସମାଜର ମଙ୍ଗଳ କାମନା କରିଛନ୍ତି । ଅନ୍ୟପକ୍ଷରେ ମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ଧାନରେ ନିର୍ମିତ ମା' ତାରିଣୀଙ୍କ ଫଟୋ ଦେଇ ସମ୍ମାନିତ କରାଯାଇଛି ।