କେନ୍ଦୁଝର ସଦର, ୧୭/୦୪ : କେନ୍ଦୁଝର ଜିଲ୍ଲା ସଦର ମହକୁମା ନିକଟସ୍ଥ ରାଙ୍କି ଠାରେ ଥିବା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଗୁରୁବାର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଗୁରୁବାର ସନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟକୁ ପ୍ରବେଶ ସମୟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ସିନ୍ଦୂର ଚନ୍ଦନର ତିଳକ ଲଗାଇ ପୁଷ୍ପ ବୃଷ୍ଟି ପରେ ପାରମ୍ପାରିକ ବାଦ୍ୟ ଦ୍ୱାରା ସ୍ୱାଗତ କରାଯାଇଥିଲା। ଏହା ପରେ ମଞ୍ଚରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।
ପ୍ରିନ୍ସପାଲ ସୁଶାନ୍ତ କୁମାର ସାହୁ କେନ୍ଦ୍ରୀୟ ବିଦ୍ୟାଳୟର ଐତିହ୍ୟ ଓ ପରମ୍ପରା ବିଷୟରେ ଅବଗତ କରାଇ ଥିବାବେଳେ ପ୍ରଧାନ ଶିକ୍ଷକ ହରମନ ଛୁରା କିପରି ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ସେ ବିଷୟରେ ଆଲଚନା କରିଥିଲେ। ନୃତ୍ୟ ଓ ସଙ୍ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପିଲାମାନଙ୍କୁ ପୁସ୍ତକ ଓ କ୍ରାଉନ ପ୍ରଦାନ କରାଯାଇଥିଲା। ସମୀର ମଣ୍ଡଳ, ହରିସ ମଣ୍ଡଳ, ସଚିନ କୁମାର, ଚରନ କୁମାର ଗୋପ, ଦିନେସ କୁମାର, ସନ୍ଦୀପ କୁମାର, ଦେବାଞ୍ଜନ ସାହାନା, ଵାଲା ସୋନି, ପୂଜା ଗୋଏଲ, ନୁପୁର କୁମାରୀ, ସବନା ଖାତୁନ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପାଦିତ ହୋଇଥିଲା। ଶେଷରେ ସତ୍ୟା ମ୍ୟାଡାମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।