ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ମୃତକଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ ହାତାହାତି

Published By : Prameya | April 17, 2025 10:47 PM

ଆନନ୍ଦପୁର,୧୭।୪ :  ଦୁର୍ଘଟଣା ସ୍ଥଳରେ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଦୁର୍ଘଟଣାର ଶିକାର  ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ଘଟଣାକୁ କେନ୍ଦ୍ରକରି ରୋଗୀଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ ମେଡିକାଲ ରେ ହାତାହାତି ହୋଇଥିବାର ଦେଖିବାକୁ ମିଳିଛି  । 

ଆନନ୍ଦପୁର ଥାନା ଚକ୍ରତୀର୍ଥ ରୁ ନିଜ ଘର ପୁରୁଣା ଘାଟି ଫେରୁଥିବା ସମୟରେ କିଷାନ ପ୍ରଧାନ  କୁସବଣୀ ଛକ ନିକଟରେ ବାଇକରୁ ପଡି ଯାଇଥିଲେ।  ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଘଟଣା ସ୍ଥଳକୁ ନଯାଇ ନିକଟସ୍ଥ ତରତରା ଛକରେ ଗାଡିରଖି  ଦୀର୍ଘ ସମୟ ଧରି ଛିଡା ହୋଇ ରହିଥିଲା ବୋଲି ସମ୍ପର୍କୀୟ କହିଛନ୍ତି।  ପରେ ସେଠାରୁ ଗୁରୁତରଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସମ୍ପର୍କୀୟ ଆଣିଥିଲେ। ହେଲେ କିଷାନଙ୍କୁ  ଡାକ୍ତର   ମୃତ ଘୋଷଣା କରିଥିଲେ। ଏହା ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଓ ସମ୍ପର୍କୀୟ ମଧ୍ୟରେ ଅପ୍ରିତି କର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରସ୍ପର ମଧ୍ୟରେ ହତାହାତୀ ହୋଇଥିଲା। ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଅବହେଳା ଯୋଗୁଁ କିଷାନ ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି ।  ଅନ୍ୟପକ୍ଷରେ  ଆମ୍ବୁଲାନ୍ସ କର୍ମଚାରୀ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.