ଆନନ୍ଦପୁର, ୧୯/୦୪: ପୋଖରୀ ଖୋଳିବା ସମୟରେ ବାହାରିଲା ଜୈନ ମୂର୍ତ୍ତି । ଆନନ୍ଦପୁର ଉପଖଣ୍ଡ ଫକିରପୁର ବାଲପଡା ସାହି ଠାରେ ଜେସିବି ଯୋଗେ ପୋଖରୀ ଖୋଳା ଚାଲିଥିବା ସମୟରେ ମାଟିତଳୁ ବାହାରିଲା ଜୈନ ମୂର୍ତ୍ତିି । ଏହାପରେ ପୋଖରୀ ଖୋଳାକୁ ବନ୍ଦ ରଖିଛନ୍ତି ଜମି ମାଲିକ ରଞ୍ଜନ କୁମାର ରାଉତ ।
୩ଫୁଟ୍ ଉଚ୍ଚ ଓ ଦେଢପୁଟ ଓଷାର ଏହି ମୂର୍ତ୍ତିଟି ୯ମ ଶତାବ୍ଦୀର ହୋଇଥିବା ଜଣାପଡ଼ିଛି । ଏହି ମୂର୍ତ୍ତିଟି ୨୪ତମ ଜୈନ ତୀର୍ଥଙ୍କର ବର୍ଦ୍ଧମାନ ମହାବୀରଙ୍କ ମୂର୍ତ୍ତି ହୋଇଥିବା ଗବେଷକ କହିଛନ୍ତି ା ମୂର୍ତିଟିକୁ ଗାଁ ଗ୍ରାମବାସୀ ମାନେ ନୀଳମାଧବଙ୍କ ମଣ୍ଡପଠାରେ ରଖିଛନ୍ତି ।