ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଖରାଛୁଟିରେ ପିଲାଙ୍କୁ ଦିଆଯିବ ହୋମ୍‌ୱାର୍କ, ଶ୍ରେଣୀୱାରୀ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ କରିବେ ଶିକ୍ଷକ

Published By : Prameya | April 18, 2025 10:19 AM

Image courtesy: Thestatesman

ଭୁବନେଶ୍ୱର,୧୮/୦୪: ଆସନ୍ତା ମେ’ ମାସରୁ ସ୍କୁଲ ଖରା ଛୁଟି ହେବ । କିନ୍ତୁ ଏହି ସମୟରେ ପିଲାଙ୍କୁ ଦିଆଯିବ ଗୃହକାର୍ଯ୍ୟ (ହୋମ  ୱାର୍କ) । ପିଲାମାନେ ଯେପରି ନିଜ ପାଠପଢ଼ାରେ ନିୟୋଜିତ ହେବେ  ସେଥିପାଇଁ ଅଭିଭାବକଙ୍କୁ ସଚେତନ କରାଯିବ । ଦିଆଯାଇଥିବା ଗୃହକାର୍ଯ୍ୟକୁ ଠିକ୍‌ ସମୟରେ କରିବେ । ଆବଶ୍ୟକ ସ୍ଥଳେ ଶିକ୍ଷକଙ୍କ ସହାୟତା ନେବେ । ସ୍କୁଲ ଛୁଟି ପୂର୍ବରୁ ଶ୍ରେଣୀୱାରୀ ପିଲାଙ୍କ  ଅଭିଭାବକଙ୍କ ମୋବାଇଲ୍‌ ନମ୍ବରକୁ ନେଇ ଏକ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌  କରାଯିବ । ଏପରି ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।  ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଅଭିଭାବକ-ଶିକ୍ଷକ ବୈଠକରେ  ଏନେଇ ଆଲୋଚନା ହେବ । 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକାଡେମିକ୍‌ କ୍ୟାଲେଣ୍ଡର  ଅନୁଯାୟୀ, ଆସନ୍ତା ମେ ୬ ତାରିଖରୁ ଜୁନ୍‌ ୧୯ ତାରିଖ ଯାଏ ଖରା ଛୁଟି ହେବ । ଏହି ଖରା ଛୁଟି ସମୟକୁ ପିଲାମାନେ ସଦୁପଯୋଗ କରିବେ ।  ଛୁଟି ଉପଭୋଗ କରି ପାଠ୍ୟକ୍ରମ ସହ ସଂଯୁକ୍ତ ରହିବେ । ଯେଉଁ ସବୁ  ଟାସ୍କ ଦିଆଯିବ ସେ ସବୁକୁ ଏହି ଛୁଟି ସମୟରେ ପୂରା କରିବେ ।  ଅଭିଭାବକଙ୍କୁ ଶିକ୍ଷକ ହ୍ୱାଟସ୍‌ଆପ୍‌ ଜରିଆରେ ଭିଡିଓ ଆଧାରିତ ଶିକ୍ଷଣ କାର୍ଯ୍ୟ ପଠାଇବେ । ଅଭିଭାବକମାନେ ପିଲାଙ୍କୁ ପାଖରେ ବସାଇ  ଭିଡିଓ ମାଧ୍ୟମରେ ଆସିଥିବା ପ୍ରଶ୍ନର ଉତ୍ତର ଦେବା ପାଇଁ ଉତ୍ସାହିତ କରିବେ । ସ୍ମାର୍ଟଫୋନ୍‌ ନ ଥିଲେ କି-ପ୍ୟାଡ୍‌ ଫୋନ୍‌ ଜରିଆରେ ଶିକ୍ଷଣ  କାର୍ଯ୍ୟ ମେସେଜ୍‌ କିମ୍ବା ଅଡିଓ ମାଧ୍ୟମରେ ଦିଆଯିବ । ଯଦି କୌଣସି ଅଭିଭାବକଙ୍କର ଫୋନ୍‌ ନ ଥିବ ସେମାନେ ପଡ଼ୋଶୀ କିମ୍ବା ସାଙ୍ଗସାଥିଙ୍କ  ସହ ମିଶି ଫୋନ୍‌ରେ ଆସୁଥିବା ଶିକ୍ଷଣ କାର୍ଯ୍ୟ ଅଭ୍ୟାସ କରିବେ । 

ଖରାଛୁଟିରେ ପିଲାମାନେ କରିଥିବା ଶିକ୍ଷଣ କାର୍ଯ୍ୟ ସ୍କୁଲ ଖୋଲିଲେ  ଶିକ୍ଷକଙ୍କ ନିକଟରେ ଦାଖଲ କରିବେ । ଏନେଇ ଆସନ୍ତା ୧୯ ତାରିଖରେ  ହେବାକୁ ଥିବା ଶିକ୍ଷକ- ଅଭିଭାବକ ବୈଠକରେ ଆଲୋଚନା କରାଯିବ ।  କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଭିଭାବକଙ୍କୁ ଉତ୍ସାହିତ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.